fbpx

(Video) ଜଣାପଡ଼ିଲା କେଉଁଠି ଅଛନ୍ତି ଭି.କେ ପାଣ୍ଡିଆନ୍! ସତ କଥା କହିଦେଲେ ଦୁଇ ବିଧାୟକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ପ୍ରକାଶିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ତାଜୁବ କରିଦେଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ୬ଷ୍ଠ ଥର କ୍ଷମତା ଦଖଲ କରିବା ଲକ୍ଷ୍ୟରେ ରହିଥିବା ବିଜେଡିକୁ ଲାଗିଛି ଏକ ବଡ଼ ଝଟକା । ରାଜ୍ୟରେ ବିଜେଡି ପ୍ରଥମ ଥର ଏକାକୀ ସରକାର ଗଠନ କରିବାକୁ ଯାଉଛି । ତେବେ ଚଳିତ ନିର୍ବାଚନରେ ନବୀନଙ୍କର ମୁଖ୍ୟ ସହଯୋଗୀ ସାଜିଥିବା ଭି.କେ ପାଣ୍ଡିଆନଙ୍କୁ ନେଇ ଏବେ ଚାରିଅଡ଼େ ଚର୍ଚ୍ଚା ଜୋର ଧରିଛି । ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ପାଣ୍ଡିଆନଙ୍କର ଦେଖା ମିଳୁନାହିଁ ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପାଣ୍ଡିଆନ କେଉଁଠି ଅଛନ୍ତି ସେ ନେଇ ଦୁଇ ବିଧାୟକ ଗଣେଶ୍ୱର ବେହେରା ଓ ଅରୁଣ ସାହୁ ବୟାନ ଦେଇଛନ୍ତି । ଉକ୍ତ ବୈଠକରେ ପାଣ୍ଡିଆନ ନଥିବା ଦୁଇ ବିଧାୟକ କହିଛନ୍ତି । ନବୀନ ନିବାସରେ ଚାଲିଥିବା ବିଧାୟକଙ୍କ ବୈଠକରେ ପାଣ୍ଡିଆନ ଅନୁପସ୍ଥିତ ରହିଥିବା ବେଳେ ତାଙ୍କର ବାସଭବନ ମଧ୍ୟ ଖାଁ ଖାଁ ଲାଗୁଛି । ସେହିପରି ନିର୍ବାଚନରେ ବିଜେଡିର ବଡ଼ ବିପର୍ଯ୍ୟୟ ପରେ ପାଣ୍ଡିଆନ ତାମିଲନାଡ଼ୁ ପଳାଇ ଯାଇଥିବା ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ନିର୍ବାଚନ ସମୟରେ ସବୁ ସମୟରେ ଲୋକଙ୍କ ସାମ୍ନାରେ ରହୁଥିବା ପାଣ୍ଡିଆନ ଏବେ ସତେ ଯେମିତି ଜନମାନସରୁ ଅଦୃଶ୍ୟ ହୋଇଯାଇଛନ୍ତି । ବିଜେଡିର ପରାଜୟକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଚାହିଁ ରହିଛନ୍ତି । ପାଣ୍ଡିଆନଙ୍କୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.