fbpx

ପୃଥିବୀରେ କେବେ ଓ କେଉଁଠି ହେବ ଭୂମିକମ୍ପ? ପୂର୍ବରୁ ସୂଚନା ଦେବ ଏହି ଉପଗ୍ରହ

Advertisement

ଚେନ୍ନାଇ: ଆଗକୁ ଭୂମିକମ୍ପ ଆଉ ଏତେ ମାତ୍ରାରେ କ୍ଷତି ଘଟାଇ ପାରିବନି କାରଣ ଭୂମିକମ୍ପ ବିଷୟରେ ଆଗରୁ ସୂଚନା ଦେବ ଏହି ଉପଗ୍ରହ । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ନିସାର – (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର)ଦେଶ ଓ ଦୁନିଆରେ ଘଟିବାକୁ ଥିବା ଭୂମିକମ୍ପ ବିଷୟରେ ପୂର୍ବରୁ ହିଁ ଭବିଷ୍ୟବାଣୀ କରିବ । କାରଣ ଏହା ଟେକ୍ଟୋନିକ୍ ପ୍ଲେଟସର ଗତି ବିଷୟରେ ଅଧ୍ୟୟନ କରିବ । ଡା. ଏସ୍ ସୋମନାଥ କହିଛନ୍ତି ଏହି ମିଶନ ପୁରା ବିଶ୍ୱ ଲାଗି ଆବଶ୍ୟକ ।

ଡା. ଏସ୍ ସୋମନାଥ କହିଛନ୍ତି ନିସାର ଟେକ୍ଟୋନିକ୍ ପ୍ଲେଟସ୍‌ର ଗତିକୁ ସେଣ୍ଟିମିଟର ସ୍ତର ପର୍ଯ୍ୟନ୍ତ ରେକର୍ଡ କରିପାରିବ । ଅଧିକ ଓ କମ୍ ଗତିରୁ ଜଣାପଡିବ କେବେ ଓ କେଉଁଠି ଭୂମିକମ୍ପ ଆସିବ । ଏହା ପୁରା ପୃଥିବୀକୁ ୧୪ରୁ ୧୫ ଦିନ ମଧ୍ୟରେ କଭର କରିବ । ଏତିକି ଦିନ ପରେ ପୁଣି ଏହା ଅନ୍ୟ ଏକ ଚକ୍କର କାଟିବ । ଏହା ବିଶ୍ୱର ଜଳସ୍ତରକୁ ବି ସଠିକ୍ ଭାବରେ ମାପିପାରିବ । ଫଳରେ ଜଣାପଡିଯିବ ଜଳସ୍ତର କେତେ ହ୍ରାସ ଓ ବୃଦ୍ଧି ଘଟୁଛି ।
ନିସାର ପୃଥିବୀ ଉପରେ ଜଳ ପ୍ରବାହ, ଜଙ୍ଗଲ ଓ ବରଫ ସବୁ ଉପରେ ନଜର ରଖିବ । ଫଳରେ ଆମେ ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ପରିବର୍ତ୍ତନକୁ ଦେଖିପାରିବା ଓ ଏ ନେଇ ଅଧ୍ୟୟନ କରିପାରିବା । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ସମୟ ପୂର୍ବରୁ ଭବିଷ୍ୟବାଣୀ କରାଯାଇ ପାରିବ ।

ଏହି ସାଟେଲାଇଟକୁ ପ୍ରଥମେ ଜୁଲାଇରେ ଲଞ୍ଚ କରିବାକୁ ଯୋଜନା ଥିଲା । କିନ୍ତୁ ଏବେ ଏଥିରେ ବିଳମ୍ବ ହେବ ବୋଲି ଜଣାଯାଇଛି । ଏହାର ଲଞ୍ଚିଂ ବର୍ଷ ଶେଷ ସୁଦ୍ଧା ହେବ । ତେବେ ଲଞ୍ଚିଂରେ ବିଳମ୍ବ ଆମେରିକା କାରଣରୁ ହେଉଛି । ଏହା ସ୍ପେସ୍‌କ୍ରାଫ୍ଟରେ କିଛି ନୂଆ ସଂଯୋଗ କରିବା ପାଇଁ ଏହାର ଲଞ୍ଚିଂକୁ ସ୍ଥଗିତ ରଖିଛି । ଏହି ନିସାର GSLV-MK2  ରକେଟ୍ ସାହାଯ୍ୟରେ ଲଞ୍ଚ କରାଯିବ । ଏହି ଲଞ୍ଚିଂ ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ହେବ । ସାଟେଲାଇଟ୍ ଓ ପେଲୋଡ୍‌ର ବହୁବାର ଟେଷ୍ଟିଂ ବି ହୋଇସାରିଛି ।

Get real time updates directly on you device, subscribe now.