fbpx

ଜାଣନ୍ତୁ ସବୁଠୁ ଛୋଟ ଓ ବଡ଼ ନାମ ଥିବା ରେଳ ଷ୍ଟେସନ୍ କେଉଁଠାରେ ରହିଛି…

Advertisement

ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦୁନିଆର ସବୁଠାରୁ ବଡ଼ ନେଟୱର୍କ ବୋଲି କୁହାଯାଇଥାଏ । ଏହି ନେଟୱର୍କରେ ଅନେକ ଷ୍ଟେସନ୍ ରହିଛି, ଯାହା କୌଣସ ନା କୌଣସି କାରଣ ପାଇଁ ଖାସ୍ ସ୍ଥାନ ପାଇଛି । ଆଜି ଆମେ ସେହି ଷ୍ଟେସନ୍ ସମ୍ପର୍କରେ ଜାଣିବା ଯାହା ନିଜର ନାମ ପାଇଁ ଖାସ୍ ସ୍ଥାନ ପାଇଛି । ନାମକରଣ ହିଁ ଏହି ଷ୍ଟେସନ୍ କୁ ଖାସ୍ କରିଦେଇଛି ।

ସବୁଠାରୁ ଛୋଟ ନାମଧାରୀ ଷ୍ଟେସନ୍ ବିଷୟରେ କହିବା ତେବେ ଏହି ଷ୍ଟେସନ୍ ଓଡ଼ିଶାରେ ରହିଛି । ଏହି ଷ୍ଟେସନ୍ ର ନାମ ଆଇବି ଅର୍ଥାତ୍ ଇବ୍ । କୁହାଯାଏ ଭାରତର ସବୁ ରେଳ ଷ୍ଟେସନ ଠାରୁ ଏହାର ନାମ ସବୁଠାରୁ ଛୋଟ । ସେହିପରି ସବୁଠାରୁ ବଡ଼ ନାମ ବି ରହିିଛି । ସବୁଠାରୁ ବଡ଼ ରେଳ ଷ୍ଟେସନର ନାମ ହେଉଛି Venkatanarasimharajuvariipeta ଷ୍ଟେସନ୍ । ଏହା ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ବୋର୍ଡର ରେ ରହିଛି । ୨୯ ଅକ୍ଷର ବିଶିଷ୍ଟ ଏହା ହେଉଛି ସବୁଠାରୁ ବଡ଼ ନାମ ।

ସେହିପରି ସବୁଠାରୁ ବଡ଼ ରେଲୱେ ପ୍ଲାଟଫର୍ମ ଗୋରଖପୁର ରେଳ ଷ୍ଟେସନରେ ରହିଛି । ଏହାର ଲମ୍ବ ୧୩୬୬ ମିଟର୍ । ଏହା ପୂର୍ବରୁ ସବୁଠାରୁ ବଡ଼ ପ୍ଲାଟଫର୍ମ ତାଲିକାରେ ପ୍ରଥମରେ ରହିଥିଲା ଖଡ଼ଗପୁର । ସବୁଠାରୁ ଛୋଟ ରେଳ ପ୍ଲାଟଫର୍ମ ହେଉଛି ପେନୁମାଋ ରେଳ ଷ୍ଟେସନ୍ । ଏହାର ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଠାରେ ରହିଛି ।

 

Get real time updates directly on you device, subscribe now.