fbpx

ଏହି ୧୦ଟି Bankରୁ ମିଳୁଛି ସବୁଠାରୁ ଶସ୍ତା Gold Loan, ଜାଣନ୍ତୁ କାହାର ସୁଧ ହାର କେତେ

Advertisement

ନୂଆଦିଲ୍ଲୀ: ଯଦି ଆପଣଙ୍କର ହଠାତ୍ ଅର୍ଥର ଆବଶ୍ୟକତା ପଡ଼େ, ତେବେ ଆପଣ ଏଥିପାଇଁ ଲୋନ୍ ନେଇଥାନ୍ତି । ଏ କ୍ଷେତ୍ରରେ ଗୋଲ୍ଡ ଲୋନ୍ ଏକ ଭଲ ଅପ୍ସନ ଅଟେ । ଆପଣମାନେ ବ୍ୟାଙ୍କ ବା ଅନ୍ୟ ବିତ୍ତୀୟ ସଂସ୍ଥାରୁ ସହଜରେ ଲୋନ୍ ନେଇପାରିବେ । ଏହି ଲୋନ୍ ପର୍ସନାଲ୍ ଲୋନ୍ ଅପେକ୍ଷା ଅଧିକ ଶସ୍ତାରେ ମିଳିଥାଏ ।

ବିଭିନ୍ନ ବ୍ୟାଙ୍କର ଗୋଲ୍ଡ ଲୋନ୍ ହାର ଅଲଗା ଅଲଗା ହୋଇଥାଏ । ଫେଡେରାଲ ବ୍ୟାଙ୍କ ୮.୫, ଏସବିଆଇ ୭.୩, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ୭, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୮.୭୫, କାନାରା ବ୍ୟାଙ୍କ ୭.୩୫, ଇଣ୍ଡିଆନ ବ୍ୟାଙ୍କ ୭, ବ୍ୟାଙ୍କ ଅଫ ବରୋଦା ୯, କର୍ଣ୍ଣାଟକ ବ୍ୟାଙ୍କ ୮.୪୯, ଆଇଡିବିଆଇ ବ୍ୟାଙ୍କ ୭, ଏଚଡିଏଫସି ବ୍ୟାଙ୍କ ୧୧ ପ୍ରତିଶତରେ ଲୋନ୍ ପ୍ରଦାନ କରୁଛନ୍ତି ।

ତେବେ ଗୋଲ୍ଡ ଲୋନ୍ ପାଇବା ପାଇଁ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିଥାଏ । ଆପଣଙ୍କ ସୁନା ୧୮ କ୍ୟାରେଟରୁ କମ୍ ହେଲେ ଲୋନ୍ ମିଳିବ ନାହିଁ । ଲୋନ୍ ନେବା ପାଇଁ ଆଧାର ବା ପ୍ୟାନ କାର୍ଡ ବାଧ୍ୟତାମୂଳକ । ଏହା ଆପଣଙ୍କର ପରିଚୟପତ୍ର ଭାବେ କାର୍ଯ୍ୟ କରିଥାଏ । ସାଧାରଣ ଲୋନ୍ ପରି ଗୋଲ୍ଡ ଲୋନ୍ ମଧ୍ୟ ଅଲଗା ଅଲଗା ଅବଧି ପାଇଁ ଦିଆଯାଇଥାଏ । ସାଧାରଣ ଗୋଲ୍ଡ ଲୋନ୍ ୩ ମାସରୁ ଆରମ୍ଭ କରୁ ୩ ବର୍ଷ ମାସ ପର୍ଯ୍ୟନ୍ତ ଦିଆଯାଇଥାଏ । ସର୍ବଦା ସରକାରୀ ବ୍ୟାଙ୍କରୁ ଗୋଲ୍ଡ ଲୋନ ନେବା ଉଚିତ୍, କାରଣ ଏଥିରେ ସୁଧ ହାର କମ୍ ରହିଥାଏ ।

Get real time updates directly on you device, subscribe now.