କେଉଁ ଦେଶରେ ଅଛି ସବୁଠୁ ସ୍ୱଚ୍ଛ ପିଇବା ପାଣି, ଏହି ସ୍ଥାନରେ ଅଛନ୍ତି ଭାରତ ଏବଂ ପାକିସ୍ତାନ

ଜାଣନ୍ତୁ କେଉଁ ଦେଶର ପାଣି ସବୁଠୁ ଶୁଦ୍ଧ

ନୂଆଦିଲ୍ଲୀ: ଆଜି ସରା ଦୁନିଆରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ୨୨ ମାର୍ଚ୍ଚରେ ପାଳନ କରାଯାଏ ଏହି ଦିବସ । ତେବେ ଆସନ୍ତୁ ଜାଣିବା ଏଭଳି କେଉଁ ଦେଶ ଅଛି ଯେଉଁଠାରେ ସବୁଠୁ ସଫା ପିଇବା ପାଣି ମିଳିଥାଏ ଏବଂ ଏହି ତାଲିକାରେ ଭାରତ କେଉଁ ସ୍ଥାନରେ ଅଛି ।

ବର୍ତ୍ତମାନ ସମୟରେ ଗ୍ଲୋବାଲ ୱର୍ମିଂ ଏବଂ ପ୍ରଦୂଷଣ ଖୁବ ବଢିଯାଇଛି । ଏହି କାରଣ ପାଇଁ ସଫା ପାଣି ମିଳିପାରୁନାହିଁ । କିନ୍ତୁ ଆଜିକା ଦୁନିଆରେ ଏପରି ଦେଶ ଅଛି, ଯେଉଁଠାରେ ପିଇବା ପାଣି ପୂରା ସଫା ମିଳୁଛି । ଏହାକୁ ଆପଣ ବିନା ଫିଲ୍ଟର କରିକି ବି ପିଇପାରିବେ ।

ଏହି ଦେଶର ପାଣି ସବୁଠୁ ସ୍ୱଚ୍ଛ: ଏହି ତାଲିକାରେ ସର୍ବଫ୍ରଥମେ ଆଇସଲ୍ୟାଣ୍ଡର ନାମ ଆସୁଛି, ଏଠାରେ ଆପଣ ପାଣି ପିଇପାରିବେ । ଏହା ଦୁନିଆର ସବୁଠୁ ଭଲ ପାଣି ବାହାରୁଥିବା ଦେଶମାନଙ୍କରେ ସବୁଠୁ ଆଗରେ ରହିଛି ।

ଏହି ତାଲିକାରେ ଫିନଲ୍ୟାଣ୍ଡ, ୟୁନାଇଟେଡ କିଙ୍ଗଡମ, ନେଦରଲାଣ୍ଡ ଏବଂ ସ୍ୱିଜରଲ୍ୟାଣ୍ଡ ନାମ ମଧ୍ୟ ସାମିଲ ରହିଛି । ଏହି ଦେଶମାନଙ୍କରେ ଖୁବ ସ୍ୱଚ୍ଛ ପାଣି ମିଳିଥାଏ । ଏହି ମାମଲାରେ ଭାରତର ସ୍ଥାନ ୧୩୯ ସ୍ଥାନରେ ଅଛି । ଏଥିସହ ପାକିସ୍ତାନ ୧୧୪ତମ ନମ୍ବରରେ ରହିଛି ।