କେଉଁ କ୍ରିପ୍ଟୋ କରେନ୍ସିରେ ଲୋକ ଅଧିକ ନିବେଶ କରୁଛନ୍ତି?

ନୂଆଦିଲ୍ଲୀ- କ୍ରିପ୍ଟୋ କରେନ୍ସିର ଦୁନିଆ ଏବେ ଭାରତର ଛୋଟ ସହରରେ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି । ଜଲନ୍ଧର, ପାଟନା, ଲୁଧିଆନା ଓ ଦେହରାଦୁନ ପରି ସହରରେ କ୍ରିପ୍ଟୋ ଟ୍ରେଡିଂର କ୍ରେଜ ଦ୍ରୁତ ବୃଦ୍ଧି ପାଉଛି । ୩୫ ବର୍ଷରୁ କମ ବୟସର ଯୁବକ ମଧ୍ୟ ପୋର୍ଟଫୋଲିୟୋରେ ଡାଇଭର୍ସିଫିକେଶନ ପାଇଁ କ୍ରିପ୍ଟୋରେ ଇନଭେଷ୍ଟ କରୁଛନ୍ତି । ଭାରତର କ୍ରିପ୍ଟୋ ଟ୍ରେଡ ଡାଟା କହୁଛି ଦେଶରେ ୨ କୋଟିରୁ ଅଧିକ କ୍ରିପ୍ଟୋ ୟୁଜର୍ସ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ୩୫ ବର୍ଷରୁ କମ ବୟସ ସୀମାର । ବିଟକଏନ, ମିମ କଏନ୍ସ ଓ ଏଥିରିୟମ ପରି କ୍ରିପ୍ଟୋକରେନ୍ସିର ବିକଳ୍ପ ଦେଶରେ ଅଧିକ ଆଦୃତ ହେଉଛି ।

କଏନ ସ୍ୱିଚ ରିପୋର୍ଟ ମୁତାବକ, କ୍ରିପ୍ଟୋରେ ଦିଲ୍ଲୀ ଏନସିଆର ଭଲ ଦବଦବା ରହିଛି. ଯେଉଁଠି ବେଙ୍ଗାଲୁରୁଠାରୁ ଦୁଇଗୁଣା ଅଧିକ ନିବେଶ ହୋଇଛି । ଛୋଟ ସହର ଏବେ କ୍ରିପ୍ଟୋ ଦୌଡରେ ନିଜକୁ ସାମିଲ କରିଛି । ଜୟପୁର ଓ କୋଲକାତା ପରି ସହର ଏହି ଲିଷ୍ଟରେ ନିଜର ନାଁ ସାମିଲ କରିସାରିଛନ୍ତି । ସଂଖ୍ୟା ମୁତାବକ, ବେଙ୍ଗାଲୁରୁରେ ଲେୟର-୧ ଟୋକନରେ ସବୁଠାରୁ ଅଧିକ ୪୯ ପ୍ରତିଶତ ନିବେଶ ହୋଇଛି । ସେହିପରି ବରବାକା ଡେଫି ଖ୍ନେଣିରେ ୨୪ ପ୍ରତିଶତ ଅଂଶିଦାର ସହ ସବୁଠାରୁ ଆଗରେ ରହିଛି ।

ଏବେ ଭାରତୀୟଙ୍କ ଭିତରେ ମିମ କଏନ୍ସର ଲୋକପ୍ରିୟତା ଦ୍ରୁତ ଅଭିବୃଦ୍ଧି ରେକର୍ଡ କରିଛି, ପେପେ ଓ ବୋଙ୍କରେ ନିବେଶକ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ସଂଖ୍ୟା ମୁତାବ ସିବ ଭାରତରେ ସବୁଠାରୁ ଅଧିକ ଟ୍ରେଜ ହେଉଥିବା ମିମ କଏନ, ଯେତେବେଳେ କି ପେପେ ୨୦୨୪ରେ ୧୩୦୦ ପ୍ରତିଶତର ଅଭିବୃଦ୍ଧି ଦାୟର କରିଛି । ମିମ କଏନ୍ସର ନିବେଶ ମୋଟ କ୍ରିପ୍ଟୋ ବଜାରର ୧୩ ପ୍ରତିଶତ ରହିଛି ।