CHARIDHAM

ଘର ରେଜିଷ୍ଟ୍ରେସନ ପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ? ସମୟ ପୂର୍ବରୁ ରୁହନ୍ତୁ ପ୍ରସ୍ତୁତ

ଯେତେବେଳେ ଆପଣ ଘର କିମ୍ବା ଫ୍ଲାଟ କିଣିବାକୁ ପ୍ଲାନ୍ କରୁଛନ୍ତି, ତା’ପୂର୍ବରୁ ଆପଣଙ୍କୁ ଆପଣଙ୍କର ଡକ୍ୟୁମେଣ୍ଟଗୁଡ଼ିକ ସମ୍ବନ୍ଧରେ ବିଶେଷ ପ୍ରସ୍ତୁତି କରିବା ଉଚିତ । ଯଦି ଆପଣ ଏକ ସମ୍ପତ୍ତିକୁ ଫାଇନାଲ କରନ୍ତି, ତେବେ ଏହାର ରେଜିଷ୍ଟେସନ ତ ନିଶ୍ଚିତ ଭାବରେ ହେବ ।

ପ୍ରକୃତରେ ମହଙ୍ଗା ଆବାସିକ ୟୁନିଟ୍ ଏବଂ ପ୍ଲଟ୍ ଇତ୍ୟାଦି କ୍ରୟ ସହିତ ଜଡିତ ଅନେକ କାରବାରରେ ପଞ୍ଜୀକରଣ ବାଧ୍ୟତାମୂଳକ । ହାଉସିଂ.କମ୍ ଅନୁଯାୟୀ, ପଞ୍ଜୀକରଣ ଆଇନ ୧୯୦୮ ର ଧାରା ୧୭ ଅନୁଯାୟୀ, ଯେକୌଣସି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେଲେ ତାହାର ବିକ୍ରୟ ପଞ୍ଜୀକରଣ ବାଧ୍ୟତାମୂଳକ । ଖବର ଅନୁସାରେ, ଏହା ସ୍ପଷ୍ଟ ଯେ କୌଣସି ଅସ୍ଥାବର ସମ୍ପତ୍ତି ୧୦୦ ଟଙ୍କାରେ କିଣାଯାଇପାରିବ ନାହିଁ, ତେଣୁ ପଞ୍ଜୀକରଣ ଆବଶ୍ୟକ ।

କେଉଁ ଡକ୍ୟୁମେଣ୍ଟଗୁଡ଼ିକ ଆବଶ୍ୟକ?
ଘର ପଞ୍ଜିକରଣ ପାଇଁ ପାନ ଏବଂ ଆଧାର ବ୍ୟତୀତ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିପାରେ । ଏହା ପରିସ୍ଥିତି ଉପରେ ନିର୍ଭର କରେ । ଏଥିରେ ଅସ୍ଥାବର ସମ୍ପତ୍ତିର ଦାନ, ଇଚ୍ଛାକୃତ ନ ଥିବା ଦଲିଲ କିମ୍ବା ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଅସ୍ଥାବର ସମ୍ପତ୍ତି ବିକ୍ରୟ ସହିତ ଜଡିତ ଯେକୌଣସି ଆର୍ôଥକ କାରବାର, ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଅସ୍ଥାବର ସମ୍ପତ୍ତିର ଲିଜ୍, ସମ୍ପତ୍ତି ହସ୍ତାନ୍ତର ଆଇନ, ୧୮୮୨ର ଧାରା ୫୩-ଇ ରେ ଉଲ୍ଲେଖିତ ଉଦ୍ଦେଶ୍ୟ ପାଇଁ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ପାଇଁ ଚୁକ୍ତିପତ୍ର ଅନ୍ତର୍ଭୁକ୍ତ ।

ଏହା ବ୍ୟତୀତ, ଆପଣଙ୍କୁ ବିଶେଷ ପରିସ୍ଥିତିରେ ଇଚ୍ଛାପତ୍ର, ପୂର୍ବ କାରବାର ଡକ୍ୟୁମେଣ୍ଟ, ୧୦୦ ଟଙ୍କାରୁ କମ୍ ମୂଲ୍ୟର ଅସ୍ଥାବର ସମ୍ପତ୍ତି କ୍ଷେତ୍ରରେ କୋର୍ଟ ଆଦେଶ କାଗଜପତ୍ର, ବିକ୍ରୟ ପ୍ରମାଣପତ୍ର (ନିଲାମ ହୋଇଥିବା ସମ୍ପତ୍ତି କ୍ଷେତ୍ରରେ), ବନ୍ଧକ ଚୁକ୍ତିନାମା, ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ବିଭାଜନ ଡକ୍ୟୁମେଣ୍ଟ ଇତ୍ୟାଦି ବିକଳ୍ପ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିପାରେ ।

ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡିବ ଏହି ଡକ୍ୟୁମେଣ୍ଟ:
ପଞ୍ଜିକୃତ ହେବାକୁ ଥିବା ଘର ସହିତ ଜଡିତ କାଗଜପତ୍ର ସବ-ରେଜିଷ୍ଟ୍ରାର କିମ୍ବା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡିବ । ପଞ୍ଜୀକରଣ ପାଇଁ, ଦୁଇ ଜଣ ସାକ୍ଷୀଙ୍କ ସହିତ ବିକ୍ରେତା ଏବଂ କ୍ରେତାଙ୍କ ଅଧିକୃତ ସ୍ୱାକ୍ଷରକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ । ପଞ୍ଜୀକରଣ ସମୟରେ ସ୍ୱାକ୍ଷରକାରୀମାନେ ସେମାନଙ୍କର ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ । ଆଧାର କାର୍ଡ, ପାନ କାର୍ଡ, କିମ୍ବା ଅନ୍ୟ କୌଣସି ସରକାରୀ ପରିଚୟ ପତ୍ରକୁ ବୈଧ ବୋଲି ବିବେଚନା କରାଯାଏ ।