ମଦ ପିଇବାରେ ଏହି ରାଜ୍ୟର ମହିଳାମାନେ ଆଗୁଆ, ସାମ୍ନାକୁ ଆସିଲା ରିପୋର୍ଟ

ମଦ ପିଇବା ମାମଲାରେ ଏହି ରାଜ୍ୟର ମହିଳାମାନେ ଆଗୁଆ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଖୁଲାସା ହୋଇଛି ଯେ, କେଉଁ ରାଜ୍ୟରେ ପୁରୁଷ ଏବଂ ମହିଳାମାନେ ଅଧିକ ମଦ ପିଉଛନ୍ତି।

ସର୍ଭେ ମୁତାବକ ଭାରତର ଉତ୍ତର-ପୂର୍ବ ରାଜ୍ୟ ତାଲିକାରେ ମଦ ପିଉଥିବା ଲୋକ ସଂଖ୍ୟା ଅଧିକ ରହିଛି। ସର୍ବେକ୍ଷଣ ଅନୁଯାୟୀ, ଉତ୍ତର ପୂର୍ବର ମହିଳାମାନେ ଅଧିକ ମଦ ପିଉଛନ୍ତି।

କେଉଁ ରାଜ୍ୟରେ ମହିଳାମାନେ ପିଉଛନ୍ତି ଅଧିକ ମଦ: ଏହି ସର୍ଭେ ମୁତାବକ, ଦେଶର ଆସାମ ରାଜ୍ୟର ମହିଳାମାନେ ସବୁଠୁ ଅଧିକ ମଦ ପିଉଛନ୍ତି। ଆସାମ ରାଜ୍ୟରେ ୧୫-୧୯ ବର୍ଷ ମଧ୍ୟରେ ମଦ ପିଉଥିବା ମହିଳାଙ୍କ ସଂଖ୍ୟା ୧.୨ ପ୍ରତିଶତ ରହିଛି। ସେହିପରି ଆସାମରେ ଏହି ସଂଖ୍ୟା ବଢିଯାଇଛି।

ସର୍ଭେ ମୁତାବକ, ଆସାମରେ ୧୬.୫ ପ୍ରତିଶତ ମହିଳାମାନେ ମଦର ସେବନ କରୁଛନ୍ତି। ଯାହା ଏହି ଦେଶର ବାକି ରାଜ୍ୟମାନଙ୍କ ତାଲିକାରେ ସବୁଠାରୁ ଟପରେ ଅଛି। ଏହା ବ୍ୟତୀତ ଆସାମ ପରେ ମେଘାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୮.୭ ପ୍ରତିଶତ ମହିଳାମାନେ ମଦ ପିଉଛନ୍ତି।

ଅରୁଣାଚଳ ପ୍ରଦେଶ ତୃତୀୟ ସ୍ଥାନରେ ଅଛି। ଏଠାରେ ୩.୩ ପ୍ରତିଶତ ମହିଳା ମଦ ସେବନ କରୁଛନ୍ତି। ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ସିକ୍କିମ ଏବଂ ଛତିଶଗଡ଼। ଏଠାରେ ୦.୩ ଏବଂ ୦.୨ ପ୍ରତିଶତ ମହିଳାମାନେ ମଦ ପିଇଥାଆନ୍ତି।

ଏହି ସର୍ଭେରେ ଅରୁଣାଚଳ ପ୍ରଦେଶରେ ପୁରୁଷ ସବୁଠୁ ଅଧିକ ମଦ ସେବନ କରୁଛନ୍ତି। ଏଠାରେ ୧୫ରୁ ୪୯ ବର୍ଷ ମଧ୍ୟରେ ୫୯ ପ୍ରତିଶତ ପୁରୁଷ ମଦ ପିଉଛନ୍ତି।