ଏଥର ଏସିଆ କପ୍ ଜିତିବ ଟିମ୍ ଇଣ୍ଡିଆ, ପୂର୍ବତନ ଭାରତୀୟ ଖେଳାଳିଙ୍କ ଦୃଢ଼ୋକ୍ତି

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜଣା ପଡିଗଲା କିଏ ଜିତିବ ଏସିଆ କପ୍ ୨୦୨୫ର ଟାଇଟଲ୍।

ନୂଆଦିଲ୍ଲୀ: ଏବେ ସବୁ ଦଳ ଏସିଆ କପ୍ ୨୦୨୫ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର କମାଣ୍ଡ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ଅଛି ଏବଂ ଉପ-ଅଧିନାୟକ ଦାୟିତ୍ୱ ଶୁଭମନ ଗିଲଙ୍କୁ ଦିଆଯାଇଛି।

ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଏଥର ଟି-୨୦ ଏସିଆ କପରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଓମାନ, ଆଫଗାନିସ୍ତାନ ଏବଂ ହଂକଂର ଦଳ ଅନ୍ତର୍ଭୁକ୍ତ ରହିଛି।

ଏବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ପୂର୍ବତନ ଭାରତୀୟ ଖେଳାଳି ବୀରେନ୍ଦ୍ର ସେହୱାଗ ଭାରତୀୟ ଦଳକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଇଣ୍ଡିଆ ଏହି ଟାଇଟେଲ୍ ଜିତିବ।

ସେହୱାଗଙ୍କ ଦୃଢୋକ୍ତି: ଏକ ଚ୍ୟାନେଲରେ ‘ରଗ୍ ରଗ୍ ମେ ଭାରତ’ ଅଭିଯାନ ଅବସରରେ ସେହୱାଗ କହିଛନ୍ତି ଯେ ଏହି ଭାରତୀୟ ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ସଠିକ୍ ମିଶ୍ରଣ ରହିଛି।

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଦଳ ପୁଣିଥରେ ଏସିଆ କପ୍ ଉପରେ ପ୍ରଭାବ ପକାଇପାରିବ। ତାଙ୍କର ଆକ୍ରମଣାତ୍ମକ ମାନସିକତା ଟି-୨୦ ଫର୍ମାଟ ପାଇଁ ଉପଯୁକ୍ତ ଏବଂ ଯଦି ଦଳ ଏହି ଉଦ୍ଦେଶ୍ୟ ନେଇ ଖେଳେ, ତେବେ ଭାରତ ଯେ ଟ୍ରଫି ଜିତିପାରିବ ଏଥିରେ କୌଣସି ସନ୍ଦେହ ନାହିଁ।

ଏସିଆ କପ୍ ଜିତିବ ଏହି ଦଳ: ବୀରେନ୍ଦ୍ର ସେହୱାଗ କହିଛନ୍ତି ଯେ ଏହି (ରଗ-ରଗ ମେ ଭାରତ) ଅଭିଯାନ ଭାରତୀୟ କ୍ରିକେଟର ମାନଙ୍କ ମନରେ ନୂଆ ଆଶା ସଞ୍ଚାର କରିଥାଏ।

ଆପଣ ଦେଶର ଯେ କୌଣସି ସ୍ଥାନରେ ରୁହନ୍ତୁ ନା କାହିଁକି, ଯେତେବେଳେ ଭାରତୀୟ ଦଳ ଖେଳେ, ସେତେବେଳେ ଆମ ଭାବନା ଆମକୁ ଏକତ୍ରିତ କରିଥାଏ। ଏବଂ ଭାରତୀୟ ମାନଙ୍କର ଏହି ଏକତ୍ରିକରଣ ଭାରତୀୟ ଖେଳାଳୀଙ୍କୁ ମନବଳ ଯୋଗାଏ।

ଭାରତୀୟ ଦଳ ମୋଟ ୮ ଥର ଏହି ଟାଇଟଲ ଜିତିଛି: ଭାରତୀୟ କ୍ରିକେଟ୍ ଦଳ ସବୁଠାରୁ ଅଧିକ ଥର ଏସିଆ କପ୍ ଟାଇଟଲ୍ ଜିତିଥିବା ଦଳ ହୋଇଛି। ଦଳ ଏପର୍ଯ୍ୟନ୍ତ ମୋଟ ୮ ଥର ଟାଇଟଲ୍ ଜିତିଛି।

ଏବେ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଜସପ୍ରୀତ ବୁମରାହ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି। ତାଙ୍କୁ ସମର୍ଥନ କରିବା ପାଇଁ ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହ ଦଳରେ ଉପସ୍ଥିତ ଅଛନ୍ତି।