ବାହାଘର ବଦଳାଇ ଦିଏ ଏହି ରାଶିର ଝିଅଙ୍କ ଜୀବନ, ବୈବାହିକ ଜୀବନ ହୁଏ ସମୃଦ୍ଧ
ମୁଖ୍ୟତଃ ୪ଟି ରାଶିର ଝିଅ ସୌଭାଗ୍ୟଶାଳୀ ହୋଇଥାନ୍ତି; ଶାଶୂଘର ଲୋକେ ବହୁ ଆଦର ଯତ୍ନ କରିଥାନ୍ତି
ଓଡିଶା ଭାସ୍କର: ସବୁ ଝିଅ ଚାହିଁଥାନ୍ତି ସେମାନଙ୍କ ବାହାଘର ପରେ ସେମାନେ ସୁଖ, ଶାନ୍ତିରେ ରହିବେ । ସେମାନଙ୍କୁ ଶାଶୂଘର ଲୋକେ ଆଖିର ପଲକରେ ବସେଇ ରଖିବେ ଠିକ ନିଜ ବାପା ଓ ମାଆଙ୍କ ପରି । ବିବାହ ପରେ ସେମାନେ ମଧ୍ୟ ରାଜ କରିବେ । କିନ୍ତୁ ଆଶା ଅନେକଙ୍କ ପାଇଁ ଏହା ଏକ କଷ୍ଟଦାୟକ ସ୍ୱପ୍ନ ହୋଇ ରହିଯାଏ । ବିବାହ ପରେ ଅନେକ ଦୁଃଖ, ଦୁର୍ଦ୍ଦଶା ଦେଇ ସେମାନଙ୍କୁ କାଳ କାଟିବାକୁ ହୋଇଥାଏ । ଏହାର କାରଣ ଆପଣଙ୍କ ଜନ୍ମ ସମୟରେ ଗ୍ରହ, ନକ୍ଷତ୍ରଙ୍କ ସ୍ଥିତି ।
ଏମିତି କିଛି ରାଶିର ଝିଅ ଅଛନ୍ତି, ସେମାନଙ୍କ ଜୀବନରେ ବିବାହ ପରେ ଭାଗ୍ୟରେ ପରିବର୍ତ୍ତନ ଆସେ । ସେମାନେ ରାଣୀ ହୋଇ ରହିଥାନ୍ତି ଶାଶୂଘରେ । ପରିବାର ଭିତରେ ତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ।
ତେବେ କୋଉ ରାଶିର ଝିଅ ଏମିତି ସୌଭାଗ୍ୟଶାଳୀ ହୋଇଥାନ୍ତି ଜାଣନ୍ତି କି? ମୁଖ୍ୟତଃ ୪ଟି ରାଶିର ଝିଅ ଏଭଳି ସୌଭାଗ୍ୟର ଅଧିକାରିଣୀ ହୋଇଥାନ୍ତି ।
ପ୍ରଥମ ରାଶି ସିଂହ, ଦ୍ୱିତୀୟରେ ବୃଷ, ତୃତୀୟରେ କର୍କଟ, ୪ର୍ଥରେ ରହିଛି ମକର । ଏମାନଙ୍କୁ ଶାଶୂଘର ଲୋକେ ବହୁ ଆଦର ଯତ୍ନ କରିଥାନ୍ତି । ଏମାନେ କିଛି କହିବା ଆଗରୁ ସେମାନଙ୍କ ମନ ଜାଣି ଶାଶୂ, ଶ୍ୱଶୂର ଓ ସ୍ୱାମୀ ମନ ପସନ୍ଦର ଜିନିଷ ହାଜର କରିଥାନ୍ତି । ଏମାନଙ୍କ ଘରେ ଚାକର, ବାକରରେ ପୂର୍ଣ୍ଣ ରହିଥାଏ । ଏମାନଙ୍କୁ ଘରର କାମ କରିବାକୁ ପଡିନଥାଏ ।