fbpx

(Video) ରୋଷେଇ କରୁଥିଲେ ମହିଳା… ଭାତ ଗାଳୁ ଗାଳୁ ଭାତ ହାଣ୍ଡିରୁ ବାହାରିଲା ସିନ୍ଦୁର, ଧାନ ଓ ମନ୍ଦାର ଫୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପାଖପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ଏପିରିକି ବେଳେବେଳେ ଐଶ୍ୱରିକ ଶକ୍ତି ସହ ଜଡ଼ିତ କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ଏକ ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ଭାତ ଗାଳୁଥିବା ସମୟରେ ଭାତ ହାଣ୍ଡିରୁ ସିନ୍ଦୁର ଓ ମନ୍ଦାର ଫୁଲ ବାହାରିବା ଘଟଣାକୁ ନେଇ ଏବେ ଲୋକମାନେ ଚକିତ ହୋଇଯାଇଛନ୍ତି ।

ସୂଚନା ମୁତାବକ, ଯାଜପୁରରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ମହିଳା ଚୁଲିରେ ଭାତ ବସାଇଥିବା ବେଳେ ଭାତ ହାଣ୍ଡି ଭିତରୁ ସିନ୍ଦୁର, ଧାନ ଓ ମନ୍ଦାର ଫୁଲ ବାହାରିଥିଲା । ଏହା ଦେଖିବା ପରେ ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତା’ପରେ ସେ ପଡ଼ୋଶୀଙ୍କୁ ଡାକିଥିଲେ । ଭାତ ହାଣ୍ଡି ଖୋଲିଲା ବେଳକୁ ନାଲି ଭାତକୁ ଦେଖି ପଡ଼ୋଶୀମାନେ ମଧ୍ୟ ଚକିତ ହୋଇଯାଇଥିଲେ ।

ତେବେ ଭାତ ହାଣ୍ଡିରୁ ସିନ୍ଦୁର, ଧାନ ଓ ମନ୍ଦାର ଫୁଲ ବାହାରିବା ଘଟଣାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଲୋକଙ୍କ ମନକୁ ନାନାକଥା ଆସୁଛି । ଏହା ଭଗବାନଙ୍କର ମହିମା ନା ଯାଦୁ ବିଦ୍ୟାର ଚମତ୍କାର ନା ଗୁଣି ଗାରେଡ଼ିର ପ୍ରଭାବ ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି । କୋରେଇ ବ୍ଲକର ଏକ ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି ।

Get real time updates directly on you device, subscribe now.