fbpx

ମ୍ୟାଚ ଦେଖିବା ହେଲା କାଳ, ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ

ସୁନ୍ଦରଗଡ : ଖେଳ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ । ବଜ୍ରାଘାତ ସମୟରେ ପଡିଆ ନିକଟରେ ଥିବା ଗଛ ତଳେ ଆଶ୍ରୟ ନେବା ହେଲା କାଳ । ଏହି ଅଭାବନୀୟ ଘଟଣାଟି ଘଟିଛି ବ୍ରାହ୍ମଣୀତରଙ୍ଗ ଥାନା ବୀରୁଆଲ ଗାଁରେ । ଫୁଟବଲ ମ୍ୟାଚ ଚାଲୁଥିବା ବେଳେ ବର୍ଷା ଓ ବଜ୍ରପାତରୁ ଘଟିଛି ଏହି ଅଘଟଣ ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଯାହା ଫଳରେ ରାଜ୍ୟରେ କାଲିଠାରୁ ପୁଣି ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜୁଳି ଓ ଘଡଘଡି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଆନ୍ତାକାଲି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଚେତାବନୀ ଦେଇଛି ପାଣିପାଗ ବିଭାଗ । ୨୧ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ । ବର୍ଷାର ପରିମାଣ କମିବ ।

Get real time updates directly on you device, subscribe now.