fbpx

ବିଲରେ କାମ କରୁଥିବାବେଳେ ବଜ୍ରାଘାତର ହେଲେ ଶିକାର, ଚାଲିଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଜାରି ରହିଛି। ଏହି ସମୟରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଜ୍ରାଘାତରେ ଆଉ ୪ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଅଗରପଡ଼ା ଭଗାରମ ଗାଁର ଜଣେ ମୃତ। ଏଥିସହ ଖଇରା ପଦୁନା ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବିଲରେ କାମ କଲାବେଳେ ବଜ୍ରାଘାତର ଶିକାର ହୋଇଛନ୍ତି।

ଏହି ବଜ୍ରାଘାତରେ ଅନ୍ୟ ୨ ଗୁରୁତର ଅଗରପଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହ କାମାକ୍ଷାନଗର ବଜ୍ରାଘାତରେ କାଦୁଆ ଗାଁର ଜଣେ ମୃତ। ଏମାନେ ମଧ୍ୟ ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ସୂଚନାନୁଯାୟୀ, ଅନ୍ୟଜଣେ ମୃତକ ନୀଳଗିରି ଓଲଡଙ୍ଗ ଅଞ୍ଚଳର ଅଟନ୍ତି, ସେ ବି ବିଲରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇଛନ୍ତି।

Get real time updates directly on you device, subscribe now.