fbpx

କମୁଛି କରୋନାରେ ମୃତ୍ୟୁ ସଂଖ୍ୟା: ତଥାପି ସତର୍କ ରହବା ପାଇଁ ଆଲର୍ଟ ଜାରି କଲା WHO

ନୂଆଦିଲ୍ଳୀ: ଲଗାତାର ତୃତୀୟ ସପ୍ତାହରେ କରୋନା ଜନିତ ମାମଲା ଏବଂ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ନୂଆ ସାପ୍ତାହିକ ରିପୋର୍ଟରେ ମଙ୍ଗଳବାର ଏ ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୭୦ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିଲେ ସୁଦ୍ଧା ପୂର୍ବ ସପ୍ତାହ ତୁଳନାରେ ଏହା ୨୪ ପ୍ରତିଶତ କମ ବୋଲି ସୂଚନା ଦେଇଛି WHO । ସେହିପରି ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ୧୮% ହ୍ରାସ ପାଇଛି । ବର୍ତ୍ତମାନ ମୃତ୍ୟୁସଂଖ୍ୟା ପ୍ରାୟ ୨୨,୦୦୦ ମାମଲା ରେକର୍ଡ ହୋଇଛି । ତେବେ କରୋନାର କାୟା ହ୍ରାସ ପାଇଥିଲେ ସୁଦ୍ଧା ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ସଂଯୁକ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟ ଏଜେନ୍ସି ।

ପୃଥିବୀର ବିଭିନ୍ନ ଅଞ୍ଚଳରେ ନୂଆ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାରେ ହ୍ରାସ ଘଟିଛି । ସେପଟେ ଚୀନର କିଛି ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଇବାରୁ କଡା କଟକଣା ଜାରି କରାଯାଇଛି । ସେହିପରି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଓମିକ୍ରନର ବିଏ-୪ ଏବଂ ବିଏ-୫ ଉପସ୍ୱରୂପ ଚିହ୍ନଟ କରିଥିବା ଜଣାଯାଇଛି । ତେବେ ଏହା କେତେ ପରିମାଣରେ ସଂକ୍ରମିତ ହେବ ଏବଂ ଏହାର ଭୟାବହତା କିପରି ରହିବ ସେ ନେଇ କୌହଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଅକ୍ଷିଣ ଆଫ୍ରିକା ବ୍ୟତୀତ ବେଲଜିୟମ, ଡେନମାର୍କ, ଜର୍ମାନୀ ଏବଂ ବ୍ରିଟେନରେ ମଧ୍ୟ ଏହି ଭାରିଆଣ୍ଟର ନୂଆ ମାମଲା ଚିହ୍ନଟ ହୋଇଥିବା ଦାବି ହୋଇଛି ।

Get real time updates directly on you device, subscribe now.