fbpx

କାହା ପାଖରୁ ଶକ୍ତି ପାଆନ୍ତି Aliens? ହୋଇଯାଆନ୍ତି ଭୟଙ୍କର… ବୈଜ୍ଞାନିକ ଖୋଜି ପାଇଲେ ଉତ୍ତର

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଜୀବଜଗତ ସନ୍ଧାନରେ ଥିବା ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ପ୍ରାପ୍ତ ହୋଇଛି । ଏଲିୟନଙ୍କ ଶକ୍ତି ଉପରେ ଏକ ତଥ୍ୟ ହାସଲ କରିଛନ୍ତି । ବୈଜ୍ଞାନିକମାନଙ୍କ ଇଣ୍ଟରନେସନାଲ ଟିମ୍ ‘ମିଲକି ୱେ’ରେ ଡାଇସନ୍ କ୍ଷେତ୍ର (Dyson Spheres) ଥିବା ନେଇ ସଂକେତ ଦେଇଛନ୍ତି । କେବଳ ଏକ ସଫଳ ଆଡଭାନ୍ସ ସଭ୍ୟତା ହିଁ ଏହି ହାଇପୋଥେଟିକାଲ ଇଞ୍ଜିନିୟରିଙ୍ଗ ପ୍ରୋଜେକ୍ଟ ପ୍ରସ୍ତୁତ କରିପାରିବ । ତେବେ ବ୍ରିଟେନ୍, ସ୍ୱିଡେନ୍, ଭାରତ ଏବଂ ଆମେରିକାର ବୈଜ୍ଞାନିକମାନେ ମିଶି ଏହାର ସନ୍ଧାନ କରିଛନ୍ତି । ଏହାଦ୍ୱାରା ଏଲିୟନଙ୍କ ମେଗାଷ୍ଟକଚର ମଧ୍ୟ ଖୋଜା ଯାଇପାରିବ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ଡାଇସନ୍ କ୍ଷେତ୍ରକୁ ଖୋଜିବା ପାଇଁ ‘ପ୍ରୋଜେକ୍ଟ ହେଫେଷ୍ଟୋସ’ର ଶୁଭାରମ୍ଭ କରାଯାଇଥିଲା । ତେବେ ଏଭଳି ୭ଟି ଡାଇସନ୍ କ୍ଷେତ୍ର ଖୋଜିଥିବା ନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି । ତେବେ ଏଥିପାଇଁ ସେମାନେ କୋଟି କୋଟି ଅବଜେକ୍ଟସ ଯାଞ୍ଚ କରିଥିବା ମଧ୍ୟ ଜଣାଯାଇଛି । ପ୍ରଥମେ ୧୯୬୦ ମସିହାରେ ଏଷ୍ଟ୍ରୋନମର ଫ୍ରିମେନ୍ ଜେ. ଡାଇସନ୍ ଏଭଳି ଏକ ମେଗାଷ୍ଟ୍ରକଚରର ଉପସ୍ଥିତିକୁ ନେଇ ପ୍ରସ୍ତାବ ଦେଇଥିଲେ । ସେ ସୌର ପ୍ରଣାଳୀ ଆକାରର ଏକ ସେଲକୁ କଳ୍ପନା କରିଥିଲେ ଯେଉଁଥିରେ ଏକ ‘କ୍ଲଷ୍ଟର ବସ୍ତୁ’ ଉପସ୍ଥିତ ରହିପାରିବ । ଏଭଳି ଷ୍ଟକଚର କୌଣସି ତାରାର ଏକ ସ୍ୱାଧୀନ କକ୍ଷପଥରେ ଯାତ୍ରା କରିପାରିବ । ଡାଇସନଙ୍କ ସିଦ୍ଧାନ୍ତ ଥିଲା ଯେ, ଆଡଭାନ୍ସ ଏଲିୟନ୍ ସଭ୍ୟତା ପ୍ରାୟ ସେମାନଙ୍କ ଚାରିପାଖରେ ଏପରି ସଂରଚନା ନିର୍ମାଣ କରିପାରନ୍ତି ଯାହାଦ୍ୱାରା ସେମାନେ ତାରାମାନଙ୍କର ଶକ୍ତି ବ୍ୟବହାର କରିପାରିବେ।

ଡାଇସନଙ୍କ ନାମରେ ହିଁ ଏହି କାଳ୍ପନିକ ମେଗାଷ୍ଟ୍ରକଚରକୁ ‘ଡାଇସନ୍ ସ୍ଫେୟର’ କୁହାଯାଇଛି । ବର୍ତ୍ତମାନ ବୈଜ୍ଞାନିକମାନେ ଏହାର ଉପସ୍ଥିତିର ସନ୍ଧାନ ପାଇଛନ୍ତି । ଗବେଷକମାନେ କମ୍ପ୍ୟୁଟର ପ୍ରୋଗ୍ରାମ ସାହାଯ୍ୟରେ ଆମ ଗ୍ୟାଲେକ୍ସିରେ ୫ ମିଲିୟନରୁ ଅଧିକ ତାରକା ପରୀକ୍ଷା କରିଥିଲେ। ଏହିପରି ସାତୋଟି ତାରାଙ୍କୁ ଚିହ୍ନଟ କରାଯାଇଥିଲା, ଯାହାକି ଏହିପରି ଶେଲ୍ ଦ୍ୱାରା ଘେରି ରହିପାରେ । ଏହି ସାତୋଟି ତାରା ହେଉଛି ଏମ୍-ବୋନେ ତାରକା, ଯାହା ସୂର୍ୟ୍ୟଠାରୁ ଛୋଟ ଏବଂ କମ୍ ଉଜ୍ଜ୍ୱଳ । ଏହି ସମସ୍ତ ତାରା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ । ବର୍ତ୍ତମାନ ଅନୁସନ୍ଧାନକାରୀ ଦଳ ଅପ୍ଟିକାଲ୍ ସ୍ପେକ୍ଟ୍ରୋସ୍କୋପି ସାହାଯ୍ୟରେ ଏହି ସାତୋଟି ତାରକା ବିଷୟରେ ଅଧିକରୁ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.