ନୂଆଦିଲ୍ଲୀ: ବିଜେପି ତାର ସମସ୍ତ ଜିଲ୍ଲା ଓ ସହର ସଭାପତିଙ୍କୁ ନୂଆ ନିଯୁକ୍ତି ଦେବା ପରେ ଏବେ କଂଗ୍ରେସ ମଧ୍ୟ ତାର ସାଙ୍ଗଠନିକ ଗଠନକୁ ମଜବୁତ କରିବା ପାଇଁ ସକ୍ରିୟ ହୋଇଛି । ଏହାରି ମଧ୍ୟରେ ଅଜୟ କୁମାର ଲାଲୁଙ୍କୁ ଓଡ଼ିଶା ପ୍ରଭାରୀ ଭାବରେ ଦାୟିତ୍ୱ ମିଳିଛି । ସେହିପରି ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ମଧ୍ୟ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଆସନ୍ତୁ ଦେଖିବା କେଉଁ ସହର ପାଇଁ କାହାକୁ ଦାୟିତ୍ୱ ମିଳିଛି…
ଅଖିଳ ଭାରତୀୟ କଂଗ୍ରେସ କମିଟି ଶୁକ୍ରବାର ଓଡ଼ିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ କରିଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ଦେଇଛି। ସେହିପରି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ଦାୟିତ୍ବ ଦେଇଛି। ଏ ନେଇ ଏଆଇସିସିର ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।