(Video) ଆମିର ଖାନ ଖୁଲାସା କଲେ ନିଜ ପ୍ରିୟ ଖେଳାଳିଙ୍କ ବିଷୟରେ, କହିଲେ ସବୁଠୁ କେଉଁ ୨ଟି ମ୍ୟାଚ ସ୍ମରଣୀୟ
ଆମିର ଖାନଙ୍କ ପ୍ରିୟ ଖେଳାଳି କିଏ? ଜାଣନ୍ତୁ
ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟି-୨୦ ସିରିଜକୁ ୪-୧ରେ ନିଜ ନାମରେ କରିଛି। ମୁମ୍ବାଇ ୱାନଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ହରାଇଛି ଭାରତ।
ତେବେ ଏହି ମ୍ୟାଚ ପରେ ବିସିସିଆଇ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି।
ଏହି ଭିଡିଓରେ ଆମିର ଖାନ କ୍ରିକେଟ ସହ ନିଜର ଗଭୀର ସଂପର୍କ ବିଷୟରେ ସେୟାର କରିଛନ୍ତି। ଆମିର ଖାନ କହିଛନ୍ତି ଯେ, ସେ ୱାନଙ୍ଖେଡେ ଷ୍ଟାଡିୟମରେ କିଛି ଦମଦାର ମ୍ୟାଚ ଦେଖିଛନ୍ତି। ସେ ଏହା ମଧ୍ୟ ସେୟାର କରିଛନ୍ତି ଯେ, କେଉଁ ଦୁଇଟି ମ୍ୟାଚ ତାଙ୍କର ସବୁଠୁ ପ୍ରିୟ।
କେଉଁ ମ୍ୟାଚ ସବୁଠୁ ସ୍ମରଣୀୟ: ଆମିର ଖାନ କହିଛନ୍ତି ଯେ, ମୋର ସବୁଠୁ ସ୍ମରଣୀୟ ମ୍ୟାଚ ହେଉଛି, ୨୦୧୧ ବିଶ୍ୱ କପ ଫାଇନାଲ। ଏହା ଆମ ପାଇଁ ସବୁଠୁ ଖାସ ଦିନ ଥିଲା। ଏହାକୁ କିଏ ବି ଭୁଲିପାରିବେ ନାହିଁ।
କିଏ ପ୍ରିୟ ଖେଳାଳି: ଆମିର ଆହୁରି କହିଛନ୍ତି ଯେ, ଦ୍ୱିତୀୟ ସ୍ମରଣୀୟ ମ୍ୟାଚ ମୋ ପାଇଁ ସେହି ମ୍ୟାଚ ଥିଲା, ଯେଉଁ ମ୍ୟାଚ ସଚିନ ତେନ୍ଦୁଲକରଙ୍କ ଶେଷ ମ୍ୟାଚ ଥିଲା। ଯେଉଁ ମ୍ୟାଚରେ ସେ ସନ୍ନ୍ୟାସ ନେଇଥିଲେ।
ସଚିନ ଏଭଳି ଜଣେ ବ୍ୟକ୍ତି, ଯାହାଙ୍କର ମୁଁ ବଡ଼ ପ୍ରଶଂସକ। ମୋତେ ଲାଗେ ଯେ, ଯେଉଁ ବ୍ୟକ୍ତିଙ୍କୁ ମୁଁ ଦେଖୁଛି, ସେ ସଚିନ। ଆମିର ଖାନ କହିଛନ୍ତି ଯେ, ସେ ମୋର ଏକ ପ୍ରିୟ କ୍ରିକେଟର ଏବଂ ସର୍ବଦା ରହିବେ।
𝗧𝗵𝗲 𝗖𝗿𝗶𝗰𝗸𝗲𝘁 𝗣𝗼𝘀𝘁𝗰𝗮𝗿𝗱 𝗳𝘁. 𝗔𝗮𝗺𝗶𝗿 𝗞𝗵𝗮𝗻 🌟
He has witnessed some iconic matches at the Wankhede 🏟️
And yesterday’s series finale was no different as Aamir Khan shares his deep connect with cricket 🤗#TeamIndia | #INDvENG | @IDFCFIRSTBank |… pic.twitter.com/bnVGejzpk1
— BCCI (@BCCI) February 3, 2025