ରାପର୍ ରୁ ରାଜନେତା ଯାହାଙ୍କ ପାଇଁ ପାଗଳ Gen Z ? ନେପାଳ ପ୍ରଧାନମନ୍ତ୍ରୀ ହେବେ ବାଲେନ୍ !

କିଏ ବାଲେନ୍ ଶାହ… ଯାହାଙ୍କୁ ଗାଦି ଦେବାକୁ ଦାବି କରୁଛନ୍ତି ନେପାଳ ବିଦ୍ରୋହୀ

ଭୁବନେଶ୍ୱର: ନେପାଳରେ ’Gen Z’ ପୂରା ସରକାରକୁ ଦୋହଲାଇଦେଇଛି । ନେପାଳରେ ସୋସିଆଲ ମିଡିଆ ବ୍ୟାନ ଏବଂ ଦୁର୍ନୀତି ବିରୋଧରେ Gen Z ଆନ୍ଦୋଳନ ଯୋଗୁଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବାକୁ ପଡିଛି । ଏହି ଘଟଣା ପଛରେ ଏବେ କାଠମାଣ୍ଡୁ ମେୟର ବାଲେନ୍ ଶାହଙ୍କ ନାମ ଶୁଣିବାକୁ ମିଳୁଛି । ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଏବଂ ସ୍ୱଚ୍ଛ ପ୍ରତିଛବି ଯୋଗୁଁ, ତାଙ୍କୁ ଦେଶର କମାଣ୍ଡ ହସ୍ତାନ୍ତର କରିବାକୁ ଦାବି ତୀବ୍ର ହୋଇଛି। କୁହାଯାଉଛି ଯେ ବାଲେନ୍ ଶାହଙ୍କ ନିର୍ଦ୍ଦେଶରେ ଏହି ଆନ୍ଦୋଳନ ଚାଲିଛି।
ତେବେ ବାଲେନ୍ ଶାହ କିଏ? କାହିଁକି Gen Z ତାଙ୍କ ପଛରେ ଦିୱାନା ଆସନ୍ତୁ ଜାଣିବା ।

ସୂଚନାମୁତାବକ ବାଲେନ୍ ଶାହ କାଠମାଣ୍ଡୁର ମେୟର ଏବଂ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ନେପାଳ ଯୁବକଙ୍କ ପ୍ରିୟ ନେତା ବାଲେନ୍ । ଦେଶର ସବୁ ମେୟରଙ୍କଠାରୁ ପୂରା ଭିନ୍ନ ବାଲେନ୍ । ବାଲେନଙ୍କ ପ୍ରଭାବ ଲୋକଙ୍କ ଉପରେ ଏତେ ମାତ୍ରାରେ ପଡ଼ିଛି ଯେ, ଟାଇମ୍ସ ମାଗାଜିନରେ ହେଉ ବା ଦ ନ୍ୟୁୟର୍କ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କ ଭିତରେ ତାଙ୍କୁ ସ୍ଥାନ ମିଳିଛି । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଖୁବ୍ ଦବଦବା । ସିଭିଲ୍ ଇଞ୍ଜିନିୟରିଂ ସ୍ନାତକ ବାଲେନ୍ ଶାହ ଜଣେ ରାପର୍ ମଧ୍ୟ । ସେ ୨୦୨୨ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କାଠମାଣ୍ଡୁରେ ମେୟର ନିର୍ବାଚନରେ ​​ବିଜୟୀ ହୋଇଥିଲେ। ସେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ସହିତ ଆରମ୍ଭ କରିଥିଲେ, ସହରର ରାସ୍ତା ସଫା କରିଥିଲେ, ସରକାରୀ ସ୍କୁଲ ଶିକ୍ଷାରେ ଉନ୍ନତି ଆଣିଥିଲେ ଏବଂ ଟିକସ ଫାଙ୍କିଥିବା ଘରୋଇ ପ୍ରତିଷ୍ଠାନଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ତା’ପରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଥିଲେ।

ନେପାଳରେ ରାଜନେତାଙ୍କ ପିଲାମାନଙ୍କର ଲଗଜୁରି ଜୀବନଶୈଳୀ ବିରୋଧରେ ସୋସିଆଲ ମିଡିଆରେ #Nepokid ଟ୍ରେଣ୍ଡ ଆରମ୍ଭ କରିଥିଲେ ବାଲେନ୍ । ଏହା ସହ ରାମାୟଣ କଥା ଉପରେ ଆଧାରିତ ଫିଲ୍ମ ’ ଆଦିପୁରୁଷ’ର ନିର୍ଦ୍ଦଷ୍ଟ ଡାଏଲଗକୁ ବିରୋଧ କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ବାଲେନ୍ । ଏବେ ତାଙ୍କୁ ଦେଶର ଶାସନ ଗାଦିରେ ବାସାଇବାକୁ ଦାବି କରୁଛି ନେପାଳ Gen Z ।