fbpx

ମୃତ ସାଙ୍ଗର ନାବାଳିକା ଝିଅ ସହିତ ଦୁଷ୍କର୍ମ କରି ଆସୁଥିଲେ ଦିଲ୍ଲୀର ଜଣେ ବଡ ଅଧିକାରୀ, ଅଢେଇ ବର୍ଷ ପରେ ସାମ୍ନାକୁ ଆସିଲା ମାମଲା

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜଣେ ବଡ ସରକାରୀ ଅଫିସରଙ୍କୁ ଗିରଫ କରି ନିଆଯାଇଛି । ତାଙ୍କ ପତ୍ନୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଏହି ଅଧିକାରୀଙ୍କ କୁକର୍ମ ବିଷୟରେ ଜାଣିଲେ ଆପଣଙ୍କ ମନ ଘୃଣାରେ ଭରି ଉଠିବ । ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅ ସହିତ ଦୁଷ୍କର୍ମ କରି ଆସୁଥିଲେ ଓ ନାବାଳିକା ଜଣକ ଗର୍ଭବତୀ ହେବା ପରେ ତାଙ୍କୁ ଗର୍ଭନିରୋଧକ ବଟିକା ଦେଇ ଗର୍ଭପାତ କରାଇଥିଲେ ।

ଏହି ଘୃଣ୍ୟ ଅଫିସରଙ୍କ ନାମ ହେଉଛି ପ୍ରେମୋଦୟ ଖାଖା ଯିଏକି ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଉପନିର୍ଦ୍ଦେଶକ ଥିଲେ । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଓ ତାଙ୍କ ପତ୍ନୀ ସୀମା ରାନୀଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ୧୩ ଅଗଷ୍ଟରେ ପୋଲିସ ଏଫଆଇଆର ରୁଜୁ କରିଥିଲା ଓ ୨୧ ଅଗଷ୍ଟରେ ପତି ପତ୍ନୀଙ୍କୁ ଗିରଫ କରିଛି ।
ତେବେ ଏହି ଘଟଣା ପରେ ଦିଲ୍ଲୀର ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ପୀଡିତାକୁ ଭେଟିବାକୁ ହସ୍ପିଟାଲରେ ଧାରଣାରେ ବସିଛନ୍ତି । ବିଜେପି ଅଭିଯୋଗ ଲଗାଇଛି ଯେ, ଅଭିଯୁକ୍ତ ଅଫିସର କେଜରିୱାଲ ପ୍ରଶାସନର ପସନ୍ଦଯୋଗ୍ୟ ଅଫିସର ଥିଲା । ଖୋଖା ବିରୁଦ୍ଧରେ ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରିଦିଆଯାଇଛି । ସେ ପୂର୍ବରୁ ମଧ୍ୟ ପ୍ରଶାସନର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱରେ ଥିଲା । ସେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସହ ମଧ୍ୟ ଜଡିତ ଥିଲେ ।

ଅଭିଯୁକ୍ତ ଖୋଖା ଓ ପୀଡିତାଙ୍କ ପିତା ଉଭୟ ଭଲ ବନ୍ଧୁ ଥିଲେ । ୧ ଅକ୍ଟୋବର ୨୦୨୦ରେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା । ପୀଡିତାଙ୍କ ପିତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଅଫିସର ନାବାଳିକାଙ୍କ ଦେଖାଶୁଣା ଲାଗି ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲା । ନଭେମ୍ବର ୨୦୨୦ରୁ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ପୀଡିତା ତାଙ୍କ ଘରେ ରହିବା ଭିତରେ ସେ ବହୁବାର ନାବାଳିକା ସହ ଦୁଷ୍କର୍ମ କରିଛି । ଏହି ସମୟ ମଧ୍ୟରେ ପୀଡିତା ଗର୍ଭବତୀ ହୋଇଯିବାରୁ ଅଧିକାରୀଙ୍କ ପତ୍ନୀ ତାକୁ ମେଡିସିନ ଦେଇ ଗର୍ଭପାତ କରାଇଛି । କିନ୍ତୁ ନାବାଳିକାର ମା’ ତାଙ୍କୁ ଭେଟିବାକୁ ଆସିବା ପରେ ସେ ନିଜ ମା’ଙ୍କ ସହ ନିଜ ଘରକୁ ଚାଲିଯାଇଛି । ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ମାମଲା ଚପି ରହିବା ପରେ ପୀଡିତା ମାନସିକ ସନ୍ତୁଳନ ହରାଇ ବସିଥିଲା । ଏହାପରେ ସେ ଏକଦା ଆଙ୍କଜାଇଟି ଆଟାକର ଶିକାର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ପୀଡିତା କାଉନସେଲର ସାମ୍ନାରେ ସବୁ ଘଟଣା କହିବା ପରେ ପୁରା ମାମଲା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.