fbpx

ତିର୍ତ୍ତୋଲର ୨୧ ଓ ବାଲେଶ୍ୱରର ୨୩ ରାଉଣ୍ଡ ଭୋଟଗଣତି ଶେଷ, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ୍?

ତିର୍ତ୍ତୋଲ,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ୨୧ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୩୨,୦୨୫ଭୋଟରେ ଆଗୁଆ ରହିଛି । ୨୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭୦,୦୫୯ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୮,୦୩୪ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୧୮,୭୭୦ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ବିଜେଡି ଆଗୁଆ ରହିଛି । ୨୩ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୧୧,୫୮୮ ଭୋଟରେ ଆଗୁଆ ରହିଛି । ୨୩ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୭୬,୨୮୯, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୬୪,୭୦୧ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୪,୫୮୭ ଭୋଟ୍ ମିଳିଛି ।

Get real time updates directly on you device, subscribe now.