୧୦,୭୩୧ ରନ୍, ୩୭୧ ୱିକେଟ; କିଏ ଏହି ଲିଆମ ଡାଓ୍ୱସନ୍, ଯାହାଙ୍କୁ ଇଂଲଣ୍ଡ ନିଜ ଟିମରେ ସ୍ଥାନ ଦେଇଛି
ଲିଆମ ଡାଓ୍ୱସନ୍ କିଏ?
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଏବେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ତାର ଟିମ୍ ଘୋଷଣା କରିଛି।
ଇଂଲଣ୍ଡ ଆହତ ସୋଏବ ବଶିରଙ୍କ ସ୍ଥାନରେ ଲିଆମ ଡାଓ୍ୱସନଙ୍କୁ ଦଳରେ ସାମିଲ କରିଛନ୍ତି। ଡାଓ୍ୱସନ୍ ଦୀର୍ଘ ୮ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି। ତାଙ୍କ ନାମ ଦଳରେ ସାମିଲ ହେବା ପରଠାରୁ ସେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ଏପରି ସ୍ଥିତିରେ ଆପଣ କ’ଣ ଜାଣିଛନ୍ତି ଏହି କ୍ରିକେଟର କିଏ? ତେବେ ଆସନ୍ତୁ ଜାଣିବା ଲିଆମ ଡାଓ୍ୱସନ୍ କିଏ ଏବଂ କାହିଁକି ତାଙ୍କ ବିଷୟରେ ସବୁଠି ଟର୍ଚ୍ଚା ହେଉଛି।
ଡାଓ୍ୱସନ୍ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି: ତେବେ ୩୫ ବର୍ଷୀୟ ଲିଆମ୍ ଡାଓ୍ୱସନ୍ ଇଂଲଣ୍ଡ ପାଇଁ ମୋଟ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏବଂ ଏହି ୩ଟି ମ୍ୟାଚରେ ସେ ୭ଟି ଓ୍ୱିକେଟ୍ ନେଇଛନ୍ତି।
ସେ ୨୦୧୭ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ସେ ଆଉ ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। କିନ୍ତୁ ଫାଷ୍ଟ କ୍ଲାସ୍ କ୍ରିକେଟରେ ତାଙ୍କର ଦମଦାର ଖେଳ ତାଙ୍କୁ ଦଳକୁ ଫେରାଇ ଆଣିଛି।
ସେ ଏପର୍ଯ୍ୟନ୍ତ ଫାଷ୍ଟ କ୍ଲାସ୍ କ୍ରିକେଟରେ ମୋଟ ୨୧୨ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ସେଠାରେ ଡାଓ୍ୱସନ୍ ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ଫାଷ୍ଟ କ୍ଲାସ୍ କ୍ରିକେଟରେ ଡାଓ୍ୱସନଙ୍କ ଚମତ୍କାର:
ଫାଷ୍ଟ କ୍ଲାସ୍ କ୍ରିକେଟରେ ତାଙ୍କ ବ୍ୟାଟରୁ ୩୪୧ଟି ଇନିଂସରେ ୩୫.୨୯ ହାରରେ ୧୦,୭୩୧ ରନ ବାହାରିଛି। ତାଙ୍କ ନାମରେ ୧୮ଟି ଶତକ ଏବଂ ୫୬ଟି ଅର୍ଦ୍ଧଶତକ ଅଛି।
ବୋଲିଂ ବିଷୟରେ କହିବାକୁ ଗଲେ ସେ ଫାଷ୍ଟ କ୍ଲାସ୍ କ୍ରିକେଟରେ ୨୭୩ଟି ଇନିଂସରେ ୩୭୧ଟି ୱିକେଟ୍ ନେଇଛନ୍ତି। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ଗୋଟିଏ ଇନିଂସରେ ସେ ୫୧ ରନ ଦେଇ ୭ ୱିକେଟ୍ ନେଇଥିଲେ।
୨୦୧୭ ପରଠାରୁ, ସେ ୨୬.୬୦ ହାରରେ ମୋଟ ୧୯୪ଟି ୱିକେଟ୍ ନେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ତାଙ୍କୁ ମାଞ୍ଚେଷ୍ଟର ଟେଷ୍ଟରେ ଖେଳିବାର ସୁଯୋଗ ମିଳିବ କି ନାହିଁ।
ଟି-୨୦ ଫର୍ମାଟରେ ପ୍ରତ୍ୟାବର୍ତ୍ତନ: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଇଂଲଣ୍ଡ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଓ୍ୱାନ ଡେ ସିରିଜ୍ ଏବଂ ସମାନ ସଂଖ୍ୟକ ଟି-୨୦ ସିରିଜ୍ ଖେଳିଥିଲା।
ଏହି ଟି-୨୦ ସିରିଜ୍ ପାଇଁ ସ୍ପିନ୍ ଅଲରାଉଣ୍ଡର ଲିଆମ୍ ଡାଓ୍ୱସନଙ୍କୁ ଦଳରେ ସାମିଲ କରାଯାଇଥିଲା। ତାଙ୍କୁ ଏହି ସିରିଜ୍ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା। ଯାହା ୩ ବର୍ଷ ପରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଥିଲା। ସେଠାରେ ସେ ୩ଟି ମ୍ୟାଚ୍ ରେ ୫ ୱିକେଟ୍ ନେଇଥିଲେ।