fbpx
BSKY
BJD YOUTH SKY
BJD MS SKY

ଇଂଲଣ୍ଡ-ଭାରତ ମଧ୍ୟରୁ କିଏ ରହିଛି ଶକ୍ତିଶାଳୀ? ଏମିତି କହିଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ । ତେବେ ଏହି ମ୍ୟାଚ ପୂର୍ବରୁ ଉଭୟ ଦଳକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସେପଟେ ଖେଳାଳି ଏବଂ ସେମାନଙ୍କ ଫର୍ମକୁ ନେଇ ମଧ୍ୟ ଚାଲିଛି ଅଙ୍କକଷା । ଏହାରି ମଧ୍ୟରେ ପୂର୍ବତନ ଖେଳାଳି ଏମାନଙ୍କ ଭିତରୁ ଶକ୍ତିଶାଳୀ ଦଳ ବାଛିଛନ୍ତି । ଇଂଲଣ୍ଡ ଏବଂ ଭାରତ ମଧ୍ୟରେ କିଏ ଶକ୍ତିଶାଳୀ ସେ ନେଇ ମତ ରଖିଛନ୍ତି ଇଂଲଣ୍ଡର ଜଣେ ପୂର୍ବତନ ଖେଳାଳି ।

ଏହି ମ୍ୟାଚରେ ଭାରତ ଅପେକ୍ଷା ଇଂଲଣ୍ଡ ବେଶୀ ଶକ୍ତିଶାଳୀ ରହିବ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟର ଗ୍ରୀମ ସ୍ୱାନ । ଏହାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି । ତାଙ୍କ କହିବା ଅନୁସାରେ, ଗୋଟିଏ ପଟେ ନ୍ୟୁଜିଲାଣ୍ଡକୁ ୩-୦ରେ ଟେଷ୍ଟ ସିରିଜ ହରାଇ ଆତ୍ମ ବିଶ୍ୱାସରେ ଇଂଲଣ୍ଡ ଭରି ହୋଇ ରହିଥିବା ବେଳେ ଭାରତ ଗତ ୪ ମାସରୁ କୌଣସି ଟେଷ୍ଟ ମ୍ୟାଚ ଖେଳିନାହିଁ । ତେଣୁ ଏହାର ଫାଇଦା ପାଇବ ଇଂଲଣ୍ଡ କ୍ରିକେଟ ଟିମ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ଖେଳି ସିରିଜ ନିଜ ନାମରେ କରିଛି ଇଂଲଣ୍ଡ । ଦଳର ଅଧିନାୟକ ବେନ ଷ୍ଟୋକ୍ସ ଟେଷ୍ଟରେ ୧୦୦ଛକା ମାରିବାରେ ପ୍ରଥମ ଇଂଲିଶ ଖେଳାଳି ପାଲଟିଛନ୍ତି । ସେହିପରି ପୂର୍ବତନ ଅଧିନାୟକ ଜୋ ରୁଟ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ତାଲିକାରେ ଇଂଲଣ୍ଡ ଅପେକ୍ଷା ଭାରତ ଭଲ ସ୍ତିତିରେ ରହିଛି ।

Get real time updates directly on you device, subscribe now.