fbpx

ନୀଳ ରଙ୍ଗର କୁର୍ତ୍ତାରେ ନଜର ଆସିଲେ ନବୀନ: ଦେଖନ୍ତୁ Video

ଭୁବନେଶ୍ୱର: ସବୁବେଳେ ଧଳା ରଙ୍ଗର କୁର୍ତ୍ତା ପିନ୍ଧୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି । ସୂଚନା ଅନୁସାରେ, ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ସୋମବାର ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଢେର ଦିନ ପରେ ନବୀନ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି । ମୁଖ୍ୟମନ୍ତ୍ରୀ ମସଜିଦ ପରିଦର୍ଶନ କରୁଥିବାର ଏକ ଭିଡିଓ ତାଙ୍କ ଟ୍ୱିଟରେ ସେୟାର କରିଛନ୍ତି । ମସଜିଦର ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ, ସ୍ଥାପତ୍ୟକୁ ପ୍ରଶଂସା କରିଛନ୍ତି ନବୀନ । ଟ୍ୱିଟରେ ସେ ଲେଖିଛନ୍ତି ଯେ, ମସଜିଦରେ ବ୍ୟବହୃତ ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଆବୁଧାବି ଯାଇଥିଲା । କାଗିଗର ମଧ୍ୟ ରାଜସ୍ଥାନର ସେହି ଗାଁରୁ ଯାଇଥିଲେ । ତେଣୁ ଭାରତର ସ୍ପର୍ଶ ସବୁଠି ରହିଥିବା ନବୀନ ଲେଖିଛନ୍ତି ।

ତେବେ ଦୀର୍ଘ ଦଶନ୍ଧି ପରେ ନବୀନ ବିଦେଶ ଗସ୍ତରେ ଅଛନ୍ତି । ପ୍ରଥମେ ଇଟାଲୀର ରୋମ ଓ ପରେ ଦୁବାଇ ଗସ୍ତର କାର୍ଯ୍ୟକ୍ରମ ରହିଛି । ବୁଧବାର ଦୁବାଇରେ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେବେ ।

Get real time updates directly on you device, subscribe now.