କିନ୍ନରଙ୍କ ଗଳା କାଟି ହତ୍ୟା; ବ୍ରିଜ୍ ତଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ନାବାଳକ ଖୋଲିଲା କିନ୍ନରଙ୍କ ହତ୍ୟା ରହସ୍ୟ

ନୂଆଦିଲ୍ଲୀ: କିନ୍ନରଙ୍କ ଗଳା କାଟି ହତ୍ୟା; ବ୍ରିଜ୍ ତଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ। ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ଜଣେ କିନ୍ନରଙ୍କ ଗଳା କାଟି ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ରିଜ୍ ତଳେ ରକ୍ତ ଜୁଡୁବୁଡୁ ମୃତଦେହ ଏବଂ ଘଟଣାସ୍ଥଳରୁ ନାବାଳକ ଧରାପଡ଼ିବା ଘଟଣାକୁ ଆହୁରି ରହସ୍ୟମୟ କରୁଛି।

ସୋମବାର ଅପରାହ୍ନ ୧:୩୨ ସମୟରେ, ପୋଲିସ ସୂଚନା ପାଇଲା ଯେ ମଧୁ ବିହାର ଅଞ୍ଚଳରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ହସନପୁରର ଟେଲକୋ ଟି-ପଏଣ୍ଟ ନିକଟରେ ପୋଲ ତଳେ ୨୫ ବର୍ଷୀୟ କରଣ ଓରଫ ଅନନୁଙ୍କ ମୃତଦେହ ମିଳିଥିଲା।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଜଣେ ନାବାଳକକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପ୍ରାରମ୍ଭିକ ପଚରାଉଚରାରେ ସେ କହିଥିଲେ ଯେ ଅନ୍ନୁର ପୂର୍ବତନ ସ୍ୱାମୀ ରେହାନ ଏହି ହତ୍ୟା ପଛରେ ଅଛନ୍ତି। ଯାହାକୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

ଦିଲ୍ଲୀ ପୋଲିସ ଏହି ମାମଲାରେ ଧାରା 103 BNS ଅଧୀନରେ ଏକ ହତ୍ୟା ମାମଲା ରୁଜୁ କରିଛି। ଏହାଛଡା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ରେହାନକୁ ଗିରଫ କରିବା ପାଇଁ ଟିମକୁ ନିୟୋଜିତ କରାଯାଇଛି।