fbpx

ନେଦରଲାଣ୍ଡ ବିପକ୍ଷରେ ଖେଳିବେନି ହାର୍ଦ୍ଦିକ! ଋଷଭ ପନ୍ତ ଏବଂ ଦୀପ ହୁଡ୍ଡାଙ୍କ ମଧ୍ୟରୁ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ପାକିସ୍ତାନକୁ ମାତ ଦେବା ପରେ ନେଦରଲାଣ୍ଡ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ଟି-୨୦ ବିଶ୍ୱକପର ଏହି ମ୍ୟାଚ ପୂର୍ବରୁ ଭାରତୀୟ ଫ୍ୟାନ୍ସମାନଙ୍କ ପାଇଁ ଆସିଛି ଏକ ଆଶ୍ଚର୍ଯ୍ୟକର ଖବର । ଟିମର ଷ୍ଟାର ଓପନର ପେସ ବୋଲରଙ୍କ ଆଗରେ କେ. ଏଲ ରାହୁଲଙ୍କ ଫୁଟୱାର୍କକୁ ନେଇ ଗୁରୁତ୍ୱ ଦିଆଯାଇଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଶ୍ରାମ ଦିଆଯାଇଛି । ଆସନ୍ତା ୨୭ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ମେନ ଇନ ବ୍ଲୁ । ତେଣୁ ଏହି ମ୍ୟାଚରେ ପାଣ୍ଡ୍ୟାଙ୍କୁ ଦଳ ବିଶ୍ରାମ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ କିଏ ସୁଯୋଗ ପାଇବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ପ୍ରାକ୍ଟିସ ସେଶନରେ କେବଳ ଅଶ୍ୱୀନଙ୍କ ବ୍ୟତୀତ ପାକିସ୍ତାନ ବିପକ୍ଷରେ ଖେଳିଥିବା ଅନ୍ୟ ସମସ୍ତ ବୋଲରଙ୍କୁ ବିଶ୍ରାମ ଦିଆଯାଇଥିଲା । ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ପାଣ୍ଡ୍ୟା ୧୪୦ କି.ମି. ବେଗରେ ୪ ଓଭର ବୋଲିଂ କରିଥିବା ବେଳେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟାଟିଂ ମଧ୍ୟ କରିଥିଲେ । ଏହି ସମୟରେ ମାଂସପେଶୀରେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ଏହାକୁ ବିଶେଷ ଗୁରୁତ୍ୱର ସହ ନେଇ ନାହାନ୍ତି ପାଣ୍ଡ୍ୟା । ତେଣୁ ଆଗାମୀ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ହାର୍ଦ୍ଦିକଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି । ଏମିତି ହେଲେ ତାଙ୍କ ସ୍ଥାନରେ କିଏ ସୁଯୋଗ ପାଇବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଋଷଭ ପନ୍ତ ଏବଂ ଦୀପକ ହୁଡ୍ଡାଙ୍କୁ ଏହି ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଖେଳାଯାଇପାରେ ।

ପାକିସ୍ତାନକୁ ମାତ ଦେବା ପରେ ମଧ୍ୟ ନେଟ ସେଶନରେ ବିରାଟ, ରୋହିତ, ରାହୁଲ, କାର୍ତ୍ତିକ ଏବଂ ଋଷଭ ପନ୍ତ ଖୁବ ପରିଶ୍ରମ କରିଛନ୍ତି । ବିଶେଷ କରି ରାହୁଲ ବଡ ମ୍ୟାଚରେ ରନ କରିବାରେ ବାରମ୍ବାର ଫେଲ ମାରିଛନ୍ତି । ପାକିସ୍ତାନ ବିପକ୍ଷ ୪ଟି ମ୍ୟାଚରୁ ସେ ୩ଟି ମ୍ୟାଚରେ ଶସ୍ତାରେ ପାଭିଲିୟନ ପେରିଛନ୍ତି । ତେଣୁ ତାଙ୍କ ବ୍ୟାଟିଂ ଷ୍ଟାଇଲ ଏବଂ ଟେକନିକ ଉପରେ ଗୁରୁତ୍ୱ ଦେଇଛନ୍ତି କୋଚ । ସେହିପରି ଅଧିନାୟକ ରୋହିତ ମଧ୍ୟ ନିଜ ଲୟରୁ ହଟିଥିବା ଦେଖାଯାଉଛି । ତେବେ ଭାରତକୁ ବି୍ଶବକପ ଜିତିବାକୁ ହେଲେ ଏହ ଦୁଇ ଖେଳାଳିଙ୍କ ଫର୍ମ ନିହାତି ଆବଶ୍ୟକ ହୋଇପଡିଛି ।

Get real time updates directly on you device, subscribe now.