fbpx

ଡୋନାଲ୍ଡ ଟ୍ରମ୍ପଙ୍କୁ କିଏ ମାରିଥିଲା ଗୁଳି? ସାମ୍ନାକୁ ଆସିଲା ପ୍ରଥମ ଫଟୋ, ନାମ ବି ଜଣାପଡିଲା

ନୂଆଦିଲ୍ଲୀ: ଶନିବାର ଦିନ ପେନସିଲଭେନିଆର ବଟଲରରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତି ଏବଂ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିଲା । ସିଏନଏନ ସିକ୍ରେଟ ସର୍ଭିସର ଏକ ସୂତ୍ରରୁ କୁହାଯାଇଥିବା ସୁଟରଙ୍କୁ ମଧ୍ୟ ସିକ୍ରେଟ ସର୍ଭିସ ମାରିଛନ୍ତି । ଦ ନ୍ୟୁୟର୍କ ପୋଷ୍ଟରେ ସୂତ୍ର କହିଛି ଯେ, ଶନିବାର ଦିନ ଟ୍ରମ୍ପଙ୍କୁ ହତ୍ୟା କରିବାର ପ୍ରୟାସ କରିଥିବା ଆକ୍ରମଣକାରୀଙ୍କ ପରିଚୟ ୨୦ ବର୍ଷୀୟ ଥମାସ ମାଥ୍ୟୁ କ୍ରୁକ୍ସ ଭାବେ ହୋଇଛି ।

ବେଥେଲ ପାର୍କ, ପେନସିଲଭେନିଆର ଥମାସ ଫିଟ୍ସବର୍ଗର ଠିକ ବାହାରେ ବଟଲରରେ ଏକ ଆଉଟଡୋର ରାଲିରେ ଗୁଳି ଚଲାଇଥିଲେ । ସୂଚନା ଅନୁଯାୟୀ, ଥମାସଙ୍କୁ ବଟଲର ଫାର୍ମ ଶୋ ଗ୍ରାଉଣ୍ଡରେ ମଞ୍ଚରୁ ୧୩୦ ଗଜରୁ ଅଧିକ ଦୂର ଏକ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟର ଛାତରେ ଦେଖାଯାଇଥିଲା ।

ଟ୍ରମ୍ପ ଯେଉଁ ମଞ୍ଚରେ ଭାଷଣ ଦେଉଥିଲେ, ବନ୍ଧୁକଧାରୀ ସେଠାରୁ ୧୨୦ ମିଟର ଦୂରରେ ଥିବା ଏକ ମାନ୍ୟୁଫ୍ୟାକଚରିଂ କମ୍ପାନୀର ଛାତରେ ଠିଆ ହୋଇଥିଲା, ସେ ସେଠାରେ ଟ୍ରମ୍ପଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା ।

ଡୋନାଲ୍ଡ ଟ୍ରମ୍ପଙ୍କ ଓପନ-ଏୟାର କ୍ୟାମ୍ପେନ ବଟଲର ପାର୍ମ ଶୋ ଗ୍ରାଉଣ୍ଡରେ ଆୟୋଜିତ କରାଯାଇଥିଲା । ଏହା ଏତେ ଓପନ ସ୍ପେସ ଥିଲା ସ୍ନାଇପରକୁ ଟାର୍ଗେଟରେ କେହି ଅସୁବିଧାରେ ପଡିନାହାନ୍ତି । ସେ ଓପନ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ବିନା କୌଣସି ବାଧାରେ ଦେଖିବାରେ ସକ୍ଷମ ଥିଲେ ।

ୟୁଏସ ସିକ୍ରେଟ ସର୍ଭିସର ପ୍ରବକ୍ତା ଆନ୍ଥୋନୀଙ୍କ ଅନୁଯାୟୀ, ଆକ୍ରମଣରେ ରାଲିରେ ସାମିଲ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଦୁଇଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।
ଟ୍ରମ୍ପଙ୍କୁ ସୁଟ କରିଥିବା ବ୍ୟକ୍ତିଙ୍କ ଫଟୋ ଇଣ୍ଟରନେଟରେ ସାମ୍ନାକୁ ଆସିଛି । ଏହା ଗୁଳି କରିବା ପୂର୍ବର ଫଟୋ ଅଟେ, ତଥା ସିକ୍ରେଟ ସର୍ଭିସ ଦ୍ୱାରା ଗୁଳି ମରାଯିବା ପରେ ତାଙ୍କର ରକ୍ତାକ୍ତ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.