fbpx

ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ: ନୂଆ ସଂସଦ ଭବନକୁ କିଏ ଉଦଘାଟନ କରିବା ଉଚିତ, କ’ଣ କହୁଛି ଭାରତୀୟ ଗଣତନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରର ଉଦଘାଟନ ନେଇ ଗତ ୧୮ ତାରିଖରେ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା । ତେବେ ନୂଆ ସଂସଦ ଭବନର ଉଦଘାଟନ ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି । ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି ।

ତେବେ ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ନେତାମାନେ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ତେବେ ଏହା କଂଗ୍ରେସର ଏକ ଶସ୍ତା ରାଜନୀତି ବୋଲି ବିଜେପି କହିଛି । ଏନେଇ ଖଡ଼ଗେ କହିଛନ୍ତି, କେନ୍ଦ୍ର ସରକାର ନିର୍ବାଚନୀ ଫାଇଦା ପାଇଁ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରୁଛନ୍ତି । ଦେଶର ପ୍ରଥମ ନାଗରିକଙ୍କୁ ଏଭଳି ଏକ ବଡ଼ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାନଯିବା ନିହାତି ଦୁର୍ଭାଗ୍ୟଜନକ । ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦଘାଟନ କଲେ ତାହା ସରକାରଙ୍କର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମର୍ଯ୍ୟାଦାକୁ ପ୍ରମାଣିତ କରିବ । ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଡକାଯାଇ ନଥିଲା ।

ତେବେ ନୂଆ ସଂସଦ ଭବନର ଉଦଘାଟନ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଯେଉଁ ରାଜନୈତିକ ବୟାନବାଜୀ ଦେଖିବାକୁ ମିଳୁଛି ତାହା ନିଶ୍ଚିତ ଭାବେ ନିନ୍ଦନୀୟ । ଏଠାରେ ପ୍ରଶ୍ନଉଠେ ପ୍ରକୃତରେ କିଏ ଉଦଘାଟନ କରିବା ଉଚିତ । ଦେଶରେ ସେଭଳି କିଛି ଆଇନ ଅଛି କି? କିଏ କହୁଛି ଠିକ୍ ସରକାର ଓ ବିରୋଧୀ? ତେବେ ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ, ‘ପାଲିଆମେଣ୍ଟ ହାଉସ ଇଷ୍ଟେଟ’ ୨୦୧୯ରେ ଅଣାଯାଇଥିଲା । ସଂସଦର ଆନେକ୍ସ ବିଲଡିଂର ମୂଳଦୁଆ ଗତ ୧୯୭୦ ଅଗଷ୍ଟ ୩ରେରେ ପୂର୍ବତନ ରାଷ୍ଟ୍ରପତି ଭି.ଭି ଗିରି ପକାଇଥିଲେ । ସେହିପରି ୧୯୭୫ ଅକ୍ଟୋବର ୨୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହାର ଉଦଘାଟନ କରିଥିଲେ ।

ସେହିପରି ଗତ ୨୦୦୨ରେ ସଂସଦର ଲାଇବ୍ରେରୀ ବିଲଡିଂକୁ ପୂର୍ବତନ ରାଷ୍ଟ୍ରପତି କେ.ଆର ନାରାୟଣନ୍ ଉଦଘାଟନ କରିଥିଲେ । ଗତ ୨୦୨୦ ମସିହା ଡିସେମ୍ବର ୧୦ ତାରିଖରେ ପିଏମ ମୋଦୀ ନୂଆ ସଂସଦ ଭବନର ଭୂମି ପୂଜନ କାର୍ଯ୍ୟକ୍ରମର ମୂଳଦୁଆ ପକାଇଥିଲେ । ତେଣୁ ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଷ୍ଟ୍ରପତିଙ୍କୁ ଭେଟି ଏନେଇ ନିମନ୍ତ୍ରଣ ଦେବା ଠିକ୍ ହେବ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ଯେହେତୁ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଭାରତର ସଂସଦ ଗଠିତ । ତେଣୁ ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦଘାଟନ କରିବା ନେଇ ବହୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

Get real time updates directly on you device, subscribe now.