fbpx
BJD SKY
BJD SKY

ନୋଟ୍ ବଦଳାଇବା ସମୟରେ ସାବଧାନ ରୁହନ୍ତୁ ଅନ୍ୟଥା ନକଲି ନୋଟ୍ ଧରି ଘରକୁ ଫେରିିବେ

BJD

ନୂଆଦିଲ୍ଲୀ:ବ୍ୟାଙ୍କରେ ଆଜି ଠାରୁ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଲୋକମାନେ ନୋଟ୍ ବଦଳାଇବା ଲାଗି ବ୍ୟାଙ୍କରେ ଲାଇନ୍ ଦେଇଥିବାର ଚିତ୍ର ଦେଖିବାକୁ ମିଳୁଛି । ନୋଟ୍ ବଦଳାଇବାକୁ ୪ ମାସ ସମୟ ଦିଆଯାଇଥିବା ବେଳେ କେହି ଏଥିଲାଗି ବ୍ୟାଙ୍କରେ ଅଯଥା ଭିଡ ନ କରିବାକୁ ଗତକାଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଜନତାଙ୍କୁ ନିବେଦନ କରିଛନ୍ତି । ତେବେ ଆପଣଙ୍କ ପାଖରେ ଯଦି ୨୦୦୦ ଟଙ୍କିଆ ନୋଟ୍ ଅଛି ଆଉ ଆପଣ ଏହାକୁ ବଦଳାଇବାକୁ ଯାଉଛନ୍ତି ତେବେ ଆପଣ ଏହାକୁ ନେଇ ଆଦୌ ତରବର ହୁଅନ୍ତୁ ନାହିଁ । କାରଣ ଏପରି ହେବା ଦ୍ୱାରା ଆପଣ ନକଲି ନୋଟ୍ କାରବାର କରୁଥିବା ବ୍ୟକ୍ତିଙ୍କ କବଜାରେ ପଡି ଯାଇପାରନ୍ତି ।
ବିହାରର ରାଜଧାନୀ ପାଟନାରେ ନକଲି ନୋଟ୍ ତିଆରି କରୁଥିବା ଜଣେ ବ୍ୟକ୍ତିର ପର୍ଦ୍ଦାଫାଶ ହୋଇଛି । ପୋଲିସ ଗତ ସୋମବାର ଚଢାଉ କରି ୧ ଲକ୍ଷ ୭୭ ହଜାର ନକଲି ନୋଟ୍ ଜବତ କରିଛି । ଏହି ବ୍ୟକ୍ତି ନକଲି ନୋଟ୍ ଛାପି କାରବାର କରୁଥିଲା । ଏଣୁ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟରେ ଆପଣଙ୍କୁ ବେଶ୍ ସାବଧାନ ରହିବାକୁ ପଡିବ । ଅନ୍ୟଥା ଆପଣ ଏହାକୁ ବଦଳାଇ ନକଲି ୫୦୦ ଟଙ୍କିଆ ନୋଟ୍ ଘରକୁ ଆଣି ପାରନ୍ତି । ତେଣୁ ଆପଣ ବ୍ୟାଙ୍କ ବ୍ୟତିତ ୨୦୦୦ ଟଙ୍କିଆ ନୋଟ୍ ଅନ୍ୟ କେଉଁଠି ବି ବଦଳାଉଥିଲେ ନୋଟକୁ ଭଲ ଭାବେ ଯାଞ୍ଚ କରନ୍ତୁ । ଏହି କ୍ରମରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅସଲି ନକଲି ନୋଟ୍ ଚିହ୍ନିବାର ଯେଉଁ ଦିଶା ନିର୍ଦ୍ଦେଶ କରାଯାଇଛି ସେ ସଂପର୍କରେ ଆମେ ଆପଣମାନଙ୍କୁ ସଂକ୍ଷେପରେ ସୂଚାଇ ଦେଉଛୁ ।

ଯଦି ଆପଣଙ୍କୁ ୨୦୦୦ ଟଙ୍କିଆ ବଦଳାଇବା ପରେ ୫୦୦ଟଙ୍କିଆ ନୋଟ୍ ମିଳୁଛି ତେବେ ଆପଣ ଏହାର ଯାଞ୍ଚ ବେଶ୍ ସହଜରେ କରିପାରିବେ । ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ ୫୦୦୦ ଟଙ୍କିଆ ନୂଆ ନୋଟରେମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଛି । ଏହି ନୋଟରେ ଦେଶର ଐତିହ୍ୟ ଲାଲ କିଲ୍ଲାର ଚିତ୍ର ରହିଛି । ଏହାର ବେସ୍ କଲର ଷ୍ଟୋନ ଗ୍ରେ ରହିଛି । ନୋଟରେ ଅନ୍ୟ ଡିଜାଇନ୍ ଓ ଜିଓମେଟ୍ରିକ୍ ପାର୍ଟନ ରହିଛି । ଏହି ନୋଟରେ କିଛି ବିଶେଶତ୍ୱ ମଧ୍ୟ ରହିଛି । ଯେପରିକି ଏଥିରେ ଦେବନାଗରୀ ଲିପିରେ ମୂଲ୍ୟବର୍ଗ ଅଙ୍କ ୫୦୦ ରହିଛି । ଏହା ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ଫଟୋ ମଝିରେ ରହିଛି । ଏହା ସହିତ ଛୋଟ ଅକ୍ଷରରେ ଭାରତ ଓ ଇଣ୍ଡିଆ ଲେଖାଯାଇଛି । ଏହି ନୋଟ୍ ତଳକୁ ଓହଳାଇ ଦେଖିଲେ ଏହାର ଧାରର ରଙ୍ଗ ନୀଳ ଦେଖାଯାଏ । ଏହା ସହିତ ନୋଟରେ ଇଲେକ୍ଟ୍ରୋ ଟାଇପ୍(୫୦୦) ୱାଟର ମାର୍କ ରହିଛି । ଡାହାଣ ପଟକୁ ଅଶୋକ ସ୍ତମ୍ଭର ପ୍ରତୀକ ରହିଛି । ନୋଟରେ ସ୍ୱଚ୍ଛ ଭାରତ ଲୋଗୋର ସ୍ଲୋଗାନ ବି ରହିଛି । ଏହାର ବାମ ପଟକୁ ନୋଟ୍ କେଉଁ ସମୟରେ ଛପା ଯାଇଛି ତାହା ଉଲ୍ଲେଖ ରହିଛି । ଏହି ସବୁ ଦିଗକୁ ପରଖି ଆପଣ ଅସଲି ଓ ନକଲି ନୋଟ୍ ଚିହ୍ନି ପାରିବେ ।

Get real time updates directly on you device, subscribe now.