ନଡ୍ଡାଙ୍କ ପରେ କିଏ ହେବ ବିଜେପି ନୂତନ ଅଧ୍ୟକ୍ଷ? ପ୍ରାର୍ଥୀ କିପରି ହେବା ଉଚିତ ଜାଣନ୍ତୁ ୫ ପଏଣ୍ଟରେ

ସରିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ନାଙ୍କ କାର୍ଯ୍ୟକାଳ । ତାଙ୍କ ସ୍ଥାନରେ କିଏ ସମ୍ଭାଳିବେ ଏହି ଦାୟିତ୍ୱ? ଆସନ୍ତୁ ଜାଣିବା କିଏ ଅଛନ୍ତି ଏହି ରେସରେ?

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ସେ ଏବେ ଅତିରିକ୍ତ କାର୍ଯ୍ୟକାଳରେ ନିଜର ଦାୟିତ୍ୱ ତୁଲାଉଛନ୍ତି । ଲୋକସଭା ନିର୍ବାଚନ ପରଠାରୁ ନୂଆ ନୂଆ ବିଜେପି ଅଧ୍ୟକ୍ଷଙ୍କୁ ନେଇ ଆଲୋଚନା ଚାଲିଛି ।
ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଜବରଦସ୍ତ ବିଜୟ ଏବଂ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ବର୍ତ୍ତମାନ ନୂତନ ବିଜେପି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାସ୍ତା ସଫା ହୋଇଛି ।

ଯାହା ଲାଗୁଛି, ବିଜେପି ଫେବୃଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଜେପି ନାଡାଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତ କରିବ । ବର୍ତ୍ତମାନ ବିଜେପି ଦଳ ନିଜର ରାଜ୍ୟ ୟୁନିଟ୍, ବୁଥ୍ ଡିଭିଜନ୍ ଏବଂ ଜିଲ୍ଲା ମୁଖ୍ୟ ନିର୍ବାଚନରେ ବ୍ୟସ୍ତ ଅଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପୃଷ୍ଠଭୂମି ଅନୁକୂଳ ରହିଛି କିନ୍ତୁ ଦଳ ସାମ୍ନାରେ ଅନ୍ୟ ଚ୍ୟାଲେଞ୍ଜ ମଧ୍ୟ ଉଭା ହୋଇଛି । ଏହି ନିର୍ବାଚନରେ ଦଳ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରି ବିଜୟୀ ହେବା ନେଇ ଆଶାବାଦୀ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଜେପିକୁ ମିଳିପାରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏଥିପାଇଁ ୫ଟି କଥା ଗୁରୁତ୍ୱପୂର୍ଣ୍ଣ ଅଟେ:

୧. ବିଜେପି ସଂଗଠନରେ ଦୃଢ଼ ଚେହେରା: ବିଜେପି ଏଭଳି ଜଣେ ଯୋଗ୍ୟ ପ୍ରାର୍ଥୀ ଖୋଜୁଛି ଯିଏ ନିର୍ବାଚନୀ ମଇଦାନରେ ବିଜୟୀ ହେବା ସହ ଅନ୍ୟ ସମୀକରଣକୁ ବିଗିଡ଼ିବାକୁ ଦେବ ନାହିଁ । ଏଭଳି ଜଣେ ବ୍ୟକ୍ତିଙ୍କ ପୃଷ୍ଠଭୂମି ମଜବୁତ ଥିବ ଏବଂ ନେତୃତ୍ୱ ନେବା କ୍ଷମତା ଥିବ ।

୨. RSS ଦୃଷ୍ଟିକୋଣ ଗୁରୁତ୍ୱପୂର୍ଣ୍ଣ: ଲୋକସଭା ନିର୍ବାଚନରେ ୪୦୦ ଆସନରେ ବିଜୟୀ ହେବା ସ୍ଲୋଗାନ୍ ସହ ବିଜେପି ମଇଦାନକୁ ଓହ୍ଲାଇଥିଲା । ଏହି ଉତ୍ସାହର ଜୋଶରେ ଜେପି ନଡ୍ଡା RSSକୁ ନେଇ ଏକ ଟିପ୍ପଣୀ କରିଥିଲେ ଯାହା ଦଳ ଉପରେ ଭାରି ପଡ଼ିଗଲା । RSS ସ୍ୱେଚ୍ଛାସେବୀଙ୍କୁ ଏହା ନରାଶ କରିଥିଲା । ଫଳରେ ବିଜେପିକୁ ୨୪୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ପରେ ବିଜେପି ଅନୁତାପ କରବା ସହ ନିଜ ଭୁଲ ସୁଧାରିବା ପାଇଁ ପ୍ରୟାସ ଜାରି ରଖିଥିଲା । ଏହା ପରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜଝଝ ସହଯୋଗରେ ଦଳ ଭଲ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ବିଜେପି ଏବଂ ଜଝଝ ବୁଝିସାରିଛନ୍ତି କି ସେମାନେ ପରସ୍ପରର ପରିପୂରକ ।

୩. ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସଭାଜନ: ଦଳ ଏଭଳି ନେତା ସନ୍ଧାନରେ ଅଛି ଯିଏକି ବିଶ୍ୱାସ ଯେଗ୍ୟ ଥିବ । ଦଳର ଶୀର୍ଷ ନେତୃତ୍ୱର ଆଇଡିଆ ଏବଂ କାର୍ଯ୍ୟକ୍ରମକୁ ସେ ସୁଚାରୁ ରୂପେ କାର୍ଯ୍ୟକାରୀ କରିପାରୁଥିବ । ସୂତ୍ରରୁ ପ୍ରକାଶ କି ମୋଦୀଙ୍କ ପସନ୍ଦ ଅନୁଯାୟୀ ବ୍ୟକ୍ତି ଜଣଙ୍କ ଲୋ- ପ୍ରୋଫାଇଲ ଏବଂ ବିଶ୍ୱସନୀୟ ନେବା ଉଚିତ ।

୪. ‘ଜାତି’ ଫ୍ୟାକ୍ଟର: ଚଳିତ ଥର ବିଜେପି ଅଧ୍ୟକ୍ଷ ପଦ ପାଇଁ କେବଳ ମୋଦୀ- ଶାହା ଏବଂ ସଂଘର ସମର୍ଥନ ରହିବା ଆବଶ୍ୟକ ନୁହେଁ ବରଂ ‘ଜାତି’ ଫ୍ୟାକ୍ଟର ଗୁରୁତ୍ୱପୂର୍ଣ୍ଣ ଅଟେ । ସୂତ୍ରରୁ ପ୍ରକାଶ କି ଚଳିତ ଥର ଦଳିତ ଚେହେରାକୁ ବିଜେପି ସୁଯୋଗ ଦେଇପାରେ । ଏହି ଦୌଡ଼ରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଦୁଷ୍ୟନ୍ତ ଗୌତମ ଏବଂ ବେବି ରାଣୀ ମୌର୍ଯ୍ୟଙ୍କ ନାଁ ଚର୍ଚ୍ଚାରେ ରହିଛି ।

୫. ଯୁବ ନେତୃତ୍ୱ ଉପରେ ଫୋକସ୍‌: ବର୍ତ୍ତମାନ ଅନେକ ବିରୋଧୀ ଦଳ ନୂଆ ଚେହେରାଙ୍କୁ ସୁଯୋଗ ଦେଉଛନ୍ତି । ଏମିତିରେ ବିଜେପି ମଧ୍ୟ ଏହାର ରଣନୀତିରେ ପରିବର୍ତ୍ତନ କରିପାରେ । ଶିବରାଜ ସିଂହ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ବିନୋଦ ତାୱଡ଼େଙ୍କ ନାମ ଚର୍ଚ୍ଚାରେ ରହିଛି । ଯୁବ ନେତାଙ୍କ ନେତୃତ୍ୱ କ୍ଷମତା, ମାର୍ଗଦର୍ଶନ ଏବଂ ବ୍ୟବହାର ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ । ଅପରପକ୍ଷରେ ଏହା ଅଧିକ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାର ସମ୍ଭାବନା ରହିଛି ।