fbpx

ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ: ବିଜେପି ସୂତ୍ରରୁ ଆସିଲା ବଡ଼ ଅପଡେଟ୍

Advertisement

ନୂଆଦିଲ୍ଲୀ: ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାମ ଘୋଷଣା କରାଯିବା ପରେ ଏବେ ମଧ୍ୟପ୍ରଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ସହିତ ନୂଆ ବାସସ୍ପତି ଓ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବେ ଏବଂ ଅରୁଣ ସାଏ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ବିଜେପି ବହୁମତ ହାସଲ କରିଥିବା ୩ ରାଜ୍ୟ ମଧ୍ୟରୁ କେବଳ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଏହାପରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯିବ । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୧ ତାରିଖରେ ବିଜେପିର ବିଧାୟକ ଦଳ ବୈଠକ ବସିବ । ଏହି ବୈଠକ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବସିବ ।

ସେଥିପାଇଁ ସକାଳ ୧୧ଟା ସମୟରେ ପ୍ରଦେଶ କାର୍ଯ୍ୟାଳୟରେ ଉପସ୍ଥିତି ରହିବାକୁ ସମସ୍ତ ଦଳୀୟ ବିଧାୟକଙ୍କୁ ଭାଜପା ପ୍ରଦେଶ ଅଧ୍ୟକ୍ଷ ନିମନ୍ତ୍ରଣ କରିଛନ୍ତି । ଉକ୍ତ ବୈଠକରେ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ୩ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ପଛୁଆ ବର୍ଗ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା. କେ. ଲକ୍ଷ୍ମଣ ଓ ରାଷ୍ଟ୍ରୀୟ ସମ୍ପାଦକ ଆଶା ଲକଡ଼ା ଉପସ୍ଥିତ ରହିବେ । ବୈଠକରେ ଦ୍ୱିପ୍ରହର ୧ରୁ ୩ ପର୍ଯ୍ୟନ୍ତ ଭୋଜନ କରାଯିବ । ତା’ପରେ ୩.୫୦ରେ ବିଧାୟକ ଦଳର ସଦସ୍ୟଙ୍କ ଗ୍ରୁପ ଫଟୋ ନିଆଯିବ । ଏହାପରେ ବିଧାୟକ ଦଳ ବୈଠକ ଆରମ୍ଭ ହେବ ଓ ମୁଖ୍ୟମନ୍ତ୍ରୀ ଚେହେରାଙ୍କ ନାମ ଘୋଷଣା କରାଯିବ । ଦଳୀୟ ସୂତ୍ର ମୁତାବକ, ଏଥର ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ଅନ୍ୟ ଜଣେ ପଛୁଆ ବର୍ଗର ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇପାରେ । ଏପରି ସ୍ଥିତିରେ ଦଳ ପ୍ରହ୍ଲାଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗକୁ ଆଣିପାରେ । ସେ ନରସିଂହପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେ ଲୋଧୀ ଓବିସି ବର୍ଗର ହୋଇଥିବାରୁ ବିଜେପି ଛତିଶଗଡ଼ ଫର୍ମୂଲା ମଧ୍ୟପ୍ରଦେଶରେ ପ୍ରୟୋଗ କରିପାରେ । ଅନ୍ୟମାନଙ୍କ ମଧ୍ୟରେ କୈଲାଶ ବିଜୟବର୍ଗୀୟ, ନରେନ୍ଦ୍ର ସିଂହ ତୋମରଙ୍କ ନାମ ମଧ୍ୟ ଏଥିପାଇଁ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.