fbpx

MLC ନିର୍ବାଚନ ପାଇଁ କାହାକୁ ଟିକେଟ ଦେବ ବିଜେପି ? ଦଳିତ ଏବଂ OBC ଉପରେ ରହିଛି ଫୋକସ୍‌…

Advertisement

ଲକ୍ଷ୍ନୌ: ଶୁକ୍ରବାର ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସ 5KD ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ ଏବଂ ସଂଗଠନର ମନ୍ତ୍ରୀ ଧର୍ମପାଲ ସିଂହ ଉପସ୍ଥିତ ଥିଲେ । ଏହି ବୈଠକରେ ୟୁପିରେ ଏକ MLC ଆସନ ଖାଲି ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଆସନ ଜରିଆରେ ବିଜେପି ବିଧାନସଭାର ୧୦ଟି ଆସନକୁ ଜିତିବା ପାଇଁ ଚେଷ୍ଟା କରିବ କାରଣ ଖୁବ ଶୀଘ୍ର ୟୁପିରେ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ବୈଠକରେ ଗୋଟିଏ MLC ଆସନ ପାଇଁ ପ୍ୟାନେଲ ପ୍ରସ୍ତୁତ କରାଯାଇଛି ଯାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ବିଜେପି ହାଇକମାଣ୍ଡଙ୍କ ହେବ ବୋଲି ଚର୍ଚ୍ଚା ହେଉଛି ।

ସୂତ୍ରରୁ ପ୍ରକାଶ ଉତ୍ତର ପ୍ରଦେଶରେ ଖାଲି ଥିବା ଗୋଟିଏ MLC ଆସନ ପାଇଁ ୫ ଜଣ ସଦସ୍ୟ ବିଶିଷ୍ଟ ପ୍ୟାନେଲ ପ୍ରସ୍ତୁତ କରାଯାଇଛି । କହିରଖୁଛୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଥିଲା । ତେବେ ଏହି ଆସନରୁ ବିଜେପି କୌଣସି ଦଳିତ କିମ୍ବା ଓବିସି ଚେହେରାକୁ MLC ଆସନ ପାଇଁ ଟିକେଟ୍ ଦେଇପାରନ୍ତି । ଜୁଲାଇରେ ୟୁପିର ୧୦ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । କହିରଖୁଛୁ ଏହି ୧୦ଟି ଆସନ ମଧ୍ୟରୁ ୫ଟି ସମାଜବାଦୀ ପାର୍ଟିର ଏବଂ ଅନ୍ୟ ୫ଟି ବିଜେପିର ହେବ ।

ଏହା ବ୍ୟତୀତ ଏହି ବୈଠକରେ ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନକୁ ନେଇ ସ୍ପେଶାଲ ଟିମର ଏକ ରିପୋର୍ଟକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଜୁଲାଇ ୧୪କୁ ହେବାକୁ ଥିବା ପ୍ରଦେଶ କାଯ୍ୟ ସମିତି ବୈଠକକୁ ନେଇ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.