fbpx

ବାଙ୍ଗାଲୋର ନା ରାଜସ୍ଥାନ?: ମ୍ୟାଚ ରଦ୍ଦ ହେଲେ କିଏ ପାଇବ ଫାଇନାଲର ଟିକେଟ

ନୂଆଦିଲ୍ଲୀ: ୨୦୨୨ ଫାଇନାଲ ପୂର୍ବରୁ ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ରହିଛି । ଯେଉଁ ମ୍ୟାଚରେ ଚଳିତ ସିଜନର ଦ୍ୱିତୀୟ ଫାଇନାଲିଷ୍ଟ ପାଇବ ଟୁର୍ଣ୍ଣାମେଣ୍ଟ । ପ୍ରଥମରୁ ଗୁଜୁରାଟ ଫାଇନାଲରେ ଜାଗା ପକ୍କା କରି ସାରଛି । ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ଏଣ୍ଟ୍ରି କରିବା ପାଇଁ ଆଜି ରାଜସ୍ଥାନ ଏବଂ ବାଙ୍ଗାଲୋର ବିପକ୍ଷରେ ଖେଳାଯିବ କ୍ୱାଲିଫାୟାର-୨ । ଏହି ମ୍ୟାଚର ବିଜୟୀ ଦଳ ଗୁଜୁରାଟ ସହ ୨୦୨୨ ଟାଇଟଲ ପାଇଁ ଲଢିବ । ତେବେ ମ୍ୟାଚ ଯଦି ରଦ୍ଦ କିମ୍ବା କୌଣସି କାରଣରୁ ଖେଳା ଯାଇ ନପାରେ, ତେବେ ଫାଇନାଲ ପାଇଁ କେଉଁ ଦଳକୁ ସୁଯୋଗ ମିଳିବ?

RR vs RCB IPL 2022 Match Prediction Who will win RR vs RCB IPL Match Today Preview Prediction Rajasthan Royals vs Royal Challengers Bangalore 27 05 2022 in Bangla FGN News | FGN News

ମ୍ୟାଚ ନ ଖେଳି କୌଣସି ଦଳକୁ ବିଜୟୀ ଘୋଷଣା କରାଯାଇ ପାରିବ କି? ଏ ପ୍ରଶ୍ନ ଅନେକ କ୍ରିକେଟପ୍ରେମୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ନିୟମ ଅନୁସାରେ, ଏଲିମିନେଟର ପରି କ୍ୱାଲିଫାୟାର ପାଇଁ ମଧ୍ୟ ରିଜର୍ଭ ଡେ ରଖାଯାଇ ନାହିଁ ।

• ତେବେ ଯଦି କୌଣସି କାରଣରୁ ଟସରେ ବିଳମ୍ବ ହୁଏ, ମ୍ୟାଚରେ ଅଧିକରୁ ଅଧିକ ୨ ଘଣ୍ଟା ୧୦ ମିନିଟ ଅପେକ୍ଷା କରାଯାଇପାରିବ । ଏହି ସ୍ଥିତିରେ ୨୦-୨୦ ଓଭର ମ୍ୟାଚ ଅନୁଷ୍ଠିତ ହୋଇ ପାରିବ ।

• ତେବେ ଯଦି ଏକ୍ସଟ୍ରା ସମୟ ପରେ ବି ମ୍ୟାଚ ଆରମ୍ଭ ହୋଇ ନ ପାରେ, ତେବେ ୫-୫ ଓଭରର ଏକ ମ୍ୟାଚ ଖେଳାଯିବ । ଏହା ମଧ୍ୟ ଯଦି ଅସମ୍ଭବ ହୋଇଯାଏ, ତେବେ ସୁପର ଓଭର ଜରିଆରେ ମ୍ୟାଚର ରେଜଲ୍ଟ ବାହାର କରାଯିବ ।

• ତେବେ ଯଦି ବର୍ଷ କିମ୍ବା ଅନ୍ୟ କାରଣରୁ ମ୍ୟାଚରେ ରଦ୍ଦ ହୋଇଯାଏ , ତେବେ ପଏଣ୍ଟର ଟେବୁଲ ତାଲିକା ଅନୁସାରେ, ରାଜସ୍ତାନ ରୋୟଲ୍ସକୁ ବିଜୟୀ ଘୋଷଣା କରାଯିବ । ଏବଂ ଫାଇନାଲକୁ ଉନ୍ନୀତ ହେବ ଦଳ ।

ପଏଣ୍ଟ ଟେବୁଲରେ ୧୮ ପଏଣ୍ଟ ସହ ରାଜସ୍ଥାନ ଦ୍ୱିତୀୟ ଦଳ ଭାବେ ପ୍ଲେଅଫରେ ପହଞ୍ଚିଛି । କିନ୍ତୁ ବାଙ୍ଗାଲୋର ୧୬ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ କ୍ୱାଲିଫାଏ କରିବାରେ ସଫଳ ହୋି ପାରଥିଲା । ଯାହାର ଫାଇଦା ରାଜସ୍ଥାନକୁ ମିଳିପାରେ । ତେବେ ଯଦି ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଷା ହୁଏ, ତେବେ ବାଙ୍ଗାଲୋରର ଟ୍ରଫି ଜିତିବା ଆଶା ପୁଣିଥରେ ଅଧାରେ ରହିଯିବ ।

Get real time updates directly on you device, subscribe now.