fbpx

ଭାଙ୍ଗିବ କି ୩୯ ବର୍ଷର ରେକର୍ଡ? ଇଂଲଣ୍ଡ-ଭାରତ ଫାଇନାଲ ଦିନିକିଆରେ କିଏ ମାରିବ ବାଜି?

ନୂଆଦିଲ୍ଲୀ: ଆଜି ଇଂଲଣ୍ଡ-ଭାରତ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯିବ । ଅଧିନାୟକ ଭାବରେ ଖୁବ ସୁନ୍ଦର ରହିଛି ରୋହିତ ଶର୍ମାଙ୍କ ପ୍ରଦର୍ଶନ । ଟିମ ଇଣ୍ଡିଆର ନେତୃତ୍ୱ ନେବା ପରଠୁ ଲଗାତାର ୬ଟି ସିରିଜ ଜିତିତିବା ବେଳେ କୌଣସି ସିରିଜ ହାତଛଡା କରି ନାହାନ୍ତି ହିଟମ୍ୟାନ । ଏବେ ଭାରତ ଇଂଲଣ୍ଡ ବିପକ୍ଷରେ ତିନିଟକିଆ ଦିନିକିଆ ସିରିଜ ଖେଳୁଛି । ଏହି ସିରିଜରେ ୧-୧ରେ ବରାବର ରହିତିବା ବେଳେ ଆସନ୍ତାକାଲି ଏହାର ଫାଇନାଲ ମ୍ୟାଚ ଖେଳାଯିବ ।

ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫଡରେ ଖେଳାଯିବ ଏହି ଫାଇନାଲ ମ୍ୟାଚ । ତେବେ ଏହି ମଇଦାନରେ ଇଂଲଣ୍ଡ ଦଳର ପ୍ରଦର୍ଶନ ଦମଦାର ରହିଛି । ଉଭୟ ଦଳ ମଧ୍ୟରେ ଏଠାରେ ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଏଥିରୁ ୩ଟିରେ ବିଜୟ ହାସଲ କରିଛି ଘରୋଇ ଦଳ । ତେବେ ଭାତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । ୧୯୮୩ ବିଶ୍ୱକପ ସେମିଫାେଇନାଲରେ ଇଂଲଣ୍ଡକୁ ୬ ୱିକେଟରେ ହରାଇଥିଲା ମେନ ଇନ ବ୍ଲୁ । ପ୍ରଥମେ ବ୍ୟାଟିଂ କରି ୨୧୩ ରନ ସଂଗ୍ରହ କରିଥିଲା ଇଂଲଣ୍ଡ । ଯାହାର ଜବାବରେ ଭାରତ ୪ ୱିକେଟ ବିନିମୟରେ ଏହି ମ୍ୟାଚକୁ କବଜା କରି ନେଇଥିଲା ।

ଏହାପରେ ଭାରତ ଏହି ମଇଦାନରେ କୌଣସି ମ୍ୟାଚ ଜିତିବାରେ ସଫଳ ହୋଇନାହିଁ । ୧୯୮୬ରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୫ ୱିକେଟରେ ଜିତିଥିବା ବେଳେ ୧୯୯୬ରେ ୪ ଏବଂ ୨୦୦୭ରେ ୩ ୱିକେଟରେ ବାଜି ମାରି ନେଇଥିଲା ଇଂଲଣ୍ଡ । ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଏହି ମଇଦାନରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେଣୁ ୩୯ ବର୍ଷର ଶୁଷ୍କତାକୁ ଶେଷ କରିବାକୁ ଚାହିଁବ ରୋହିତ ସେନା ।

ପ୍ରତ୍ୟେକ ମ୍ୟାଚରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ହିଁ ବିଜୟ ହାସଲ କରିଛି । ତେଣୁ ଫାଇନାଲ ମ୍ୟାଚରେ ମଧ୍ୟ ଟସ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ । ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ୧୦ ୱିକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୧୦୦ ରନରେ ବିଜୟ ହାସଲ କରିଛି ।

Get real time updates directly on you device, subscribe now.