ହିନ୍ଦୁ ଧର୍ମରେ ଅନେକ ପର୍ବ ପ୍ରଥମ ମାସରେ ପାଳନ କରାଯାଏ । ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁସାରେ, ଚୈତ୍ର ମାସରେ ନୂଆ ବର୍ଷ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକ ଘରେ ନୂଆ ବର୍ଷକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ । ସମସ୍ତେ ଚାହାଁନ୍ତି ଯେ ନୂଆ ବର୍ଷ ଭଲରେ ଆରମ୍ଭ ହେଉ, କିନ୍ତୁ ଆମ ଜୀବନର ସମସ୍ତ ଘଟଣା ଆମ କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ଉପରେ ଆଧାରିତ । ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥିରେ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ ।
ପଞ୍ଚାଙ୍ଗ ଅନୁସାରେ ଏଥର ଚୈତ୍ର ଅମାବାସ୍ୟା ୨୯ ମାର୍ଚ୍ଚରେ ପଡୁଛି ଏବଂ ଏହି ଦିନଟିକୁ ଧାର୍ମିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଯଦିଓ ପ୍ରତ୍ୟେକ ମାସର ଅମାବାସ୍ୟା ସ୍ୱତନ୍ତ୍ର, କିନ୍ତୁ ଏଥର ଚୈତ୍ର ଅମାବାସ୍ୟାକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି ।
ଚଳିତ ବର୍ଷ ଚୈତ୍ର ମାସର ଅମାବାସ୍ୟା ତିଥିରେ ଅନେକ ବିରଳ ସଂଯୋଗ ଘଟିବାକୁ ଯାଉଛି । ଏଥର ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ ଏବଂ ସେହି ଦିନ ଶନି କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ । ୨୯ ମାର୍ଚ୍ଚ ୨୦୨୫ରେ, କର୍ମର ପିତା ଶନି ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିବେ । ବର୍ତ୍ତମାନ ଶନି କୁମ୍ଭ ରାଶିରେ ଅଛନ୍ତି ଏବଂ ଏହାର ଯାତ୍ରା ସମାପ୍ତ କରିବା ପରେ ଶନି ମୀନ ରାଶିରେ ପ୍ରବେଶ କରିବେ ।
ଯେଉଁଠାରେ ଶନି ମୀନ ରାଶିରେ ପ୍ରବେଶ କରିବେ ଏବଂ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ମଧ୍ୟ ସେହି ଦିନ ହେବ । କିଛି ରାଶିର ଲୋକଙ୍କ ପାଇଁ ଶନି ଗ୍ରହର ଗୋଚର ଏବଂ ସୂର୍ଯ୍ୟଗ୍ରହଣର ମିଶ୍ରଣ ଅତ୍ୟନ୍ତ ଅଶୁଭ ହୋଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ବିରଳ ସଂଯୋଗ ଯୋଗୁଁ କିଛି ରାଶିର ବ୍ୟକ୍ତିମାନେ ବହୁତ କ୍ଷତି ସହିପାରନ୍ତି । ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ କେଉଁଗୁଡ଼ିକ ବିଷୟରେ…
ସୂର୍ଯ୍ୟପରାଗ ଏବଂ ଶନିଙ୍କ ଗୋଚର କାହା ପାଇଁ ଅଶୁଭ ହେବ?
ମେଷ: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏବଂ ଶନିଙ୍କ ଗୋଚରର ମିଶ୍ରଣ ମେଷ ରାଶି ବ୍ୟକ୍ତିଙ୍କ ପାଇଁ କଷ୍ଟକର ହୋଇପାରେ । ଆପଣଙ୍କ କ୍ୟାରିୟରରେ ଉତ୍ଥାନ-ପତନ, କାର୍ଯ୍ୟଭାର ବୃଦ୍ଧି, ସହକର୍ମୀଙ୍କ ସହ ମତଭେଦ, ବ୍ୟବସାୟରେ କ୍ଷତି, ସ୍ୱାସ୍ଥ୍ୟ ସମସ୍ୟା ଏବଂ ଚାପ ରହିବ ।
କର୍କଟ: ଶନିଙ୍କ ଗୋଚର ସମୟରେ କର୍କଟ ରାଶିର ଲୋକମାନେ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତ୍ ନୁହେଁ, ନଚେତ୍ ଆପଣଙ୍କର କ୍ଷତି ହୋଇପାରେ କିମ୍ବା ଆପଣଙ୍କ ଟଙ୍କା ଫସି ରହିପାରେ । ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ, କୌଣସି ନୂଆ କାମ ଆରମ୍ଭ କରିବାରୁ ଦୂରେଇ ରୁହନ୍ତୁ ।
ତୁଳା: ସୂର୍ଯ୍ୟପରାଗ ଏବଂ ଶନିଙ୍କ ଗମନ ହେତୁ ବ୍ୟକ୍ତିଗତ ସମ୍ପର୍କରେ ଭୁଲ ବୁଝାମଣା ବୃଦ୍ଧି ପାଇପାରେ, ଖର୍ଚ୍ଚ ବୃଦ୍ଧି ପାଇବ, ଆର୍ôଥକ ସମସ୍ୟା ବୃଦ୍ଧି ପାଇବ, ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ବିଛା: ଏହି ବିରଳ ସଂଯୋଗ ହେତୁ, ବିଛା ରାଶିର ବ୍ୟକ୍ତିମାନେ ଏହି ସମୟରେ ସତର୍କ ରହିବା ଉଚିତ । ଘରେ ଝଗଡା ହୋଇପାରେ, ଜୀବନସାଥୀଙ୍କ ସହ ସମ୍ପର୍କ ଖରାପ ହୋଇପାରେ, ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ, ଜୀବନରେ ନକାରାତ୍ମକତା ବୃଦ୍ଧି ପାଇପାରେ ।
ଧନୁ: ସୂର୍ଯ୍ୟପରାଗ ଏବଂ ଶନି ଗମନର ମିଶ୍ରଣ ମଧ୍ୟ ଧନୁ ରାଶିର ଲୋକଙ୍କ ପାଇଁ ଅଶୁଭ ଫଳାଫଳ ଦେଇପାରେ । ଧନୁ ରାଶିର ଲୋକମାନେ ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ନିବେଶ କରିବା ଉଚିତ୍ ନୁହେଁ, ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।