fbpx

୫୦ ବର୍ଷରୁ କମ୍ ଲୋକ କାହିଁକି କର୍କଟ ରୋଗର ଶିକାର ହେଉଛନ୍ତି ? ଅନୁସନ୍ଧାନରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ପୁର୍ବରୁ ଏକ ଧାରଣା ଥିଲା ଯେ, ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ କ୍ୟାନ୍ସର ହୋଇଥାଏ। କିନ୍ତୁ ନିକଟରେ ବ୍ରିଗମ୍ ଏବଂ ମହିଳା ହସ୍ପିଟାଲ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ୫୦ ବର୍ଷରୁ କମ୍ ଲୋକମାନଙ୍କ ଉପରେ କ୍ୟାନ୍ସର ବୀପଦ ବଢିବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି କି ୧୯୯୦ ପରେ ଜନ୍ମ ହୋଇଥିବା ଏବଂ ୧୯୭୦ ପରେ ଜନ୍ମ ହୋଇଥିବା ଲୋକଙ୍କଠାରୁ କ୍ୟାନ୍ସର ହେବାର ବିପଦ ବଢିବାରେ ଲାଗିଛି। ଅର୍ଥାତ୍ ଯୁବପିଢିଙ୍କ ମଧ୍ୟରେ କ୍ୟାନ୍ସର ବଢିବାରେ ଲାଗିଛି।

କ୍ୟାନ୍ସର ହେବାର କାରଣ ?
ସାଧାରଣତଃ ଗୁଟକା, ଧୁମ୍ରପାନ, ମଦ୍ୟପାନ ଏବଂ ପ୍ରଦୁଶଣ କାରଣରୁ କ୍ୟାନ୍ସର କାରଣ ବଲି କୁହାଯାଏ। କିନ୍ତୁ ନୁଆ ରିସର୍ଚ ଅନୁଯାୟୀ ଆପଣଙ୍କ ପିଲାଦିନରୁ ଆଜି ପର୍ଯ୍ୟନ୍ତ ଜୀବନଶୈଳୀ ମଧ୍ୟ କ୍ୟାନ୍ସର ପାଇଁ ଦାୟୀ। ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ, ଜୀବନଶୈଳୀ,ପର୍ଯ୍ୟାବରଣ ଏବଂ ଆମ ପେଟରେ ରହୁଥିବା କୀଟମାନେ ଦାୟୀ। ସହିପରି ମୋଟାପଣ, ଖାଦ୍ୟରେ ପୋଷକ ତତ୍ୱର ଅଭାବ ମଧ୍ୟ ମୁଖ୍ୟ କାରଣ। ତେବେ ଯଦି କୌଣସି ଗର୍ଭବତୀ ମହିଳାଙ୍କର ପୋଷଣରେ ଅଭାବ ଦେଖାଯାଏ, ଜନ୍ମ ହେବାକୁ ଥିବା ଶିଶୁକୁ ମଧ୍ୟ କ୍ୟାନ୍ସର ହେବାର ଆଶାଙ୍କା ବଢିଯାଏ ।

କାହାକୁ ରହିଛି ଅଧିକ ବିପଦ ?
ବ୍ରିଗମ୍ ଏବଂ ମହିଳା ହସ୍ପିଟାଲ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ୫୦ ବର୍ଷରୁ କମ୍ ଏବଂ ୫୦ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କ ମଧ୍ୟରେ କ୍ୟାନ୍ସରର ଜୀନ ଅଲଗା ଅଲଗା ଭାବରେ ମିଳିଥାଏ । ଏହାର ପ୍ରଭାବ ମଧ୍ୟ ଅଲଗା ଅଟେ। ୫୦ ବର୍ଷ ବୟସରେ କ୍ୟାନ୍ସର ରୋଗ ହେଲେ ଏହା ଅଧିକ କ୍ଷତିକାରକ ଅଟେ। ବ୍ରିଗମ୍ ଏବଂ ମହିଳା ହସପିଟାଲ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ୧୪ ପ୍ରକାରର କ୍ୟାନ୍ସର ଉପରେ ଗବେଷଣା କରିଛନ୍ତି। ଯେଉଁଥିରେ ବିଭିନ୍ନ କାରଣ ସାମ୍ନାକୁ ଆସିଛି। ଯଦି ଆପଣ କ୍ୟାନ୍ସର ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆରମ୍ଭରୁ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ।

 

Get real time updates directly on you device, subscribe now.