fbpx
BSKY SKY
BSKY SKY

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଭାରତୀୟଙ୍କ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଓ ଶ୍ୱାସ ଜନିତ ମୃତ୍ୟୁ ନେଇ ଆସିଲା WHOର ଭୟଙ୍କର ରିପୋର୍ଟ

BSKY

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଭାରତ ସହିତ ସାରା ବିଶ୍ୱରେ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଜନିତ ମୃତ୍ୟୁ ଉପରେ ଗୁରୁତ୍ୱାରୋପ କରାଯାଇଛି । ଆଳସ୍ୟ କାରଣରୁ ଏହି ସବୁ ଭୟଙ୍କର ରୋଗ ଲୋକଙ୍କୁ ଶିକାର କରୁଛି । ଯେଉଁମାନେ ଏକ ସପ୍ତାହରେ ୧୫୦ ମିନିଟର ବ୍ୟାୟାମ କରନ୍ତି ନାହିଁ ବା ୭୫ ମିନିଟ ପର୍ଯ୍ୟନ୍ତ ଠିକ୍ ଭାବେ କସରତ କରନ୍ତି ନାହିଁ ସେମାନଙ୍କୁ ଅଳସୁଆ କୁହାଯିବ ବୋଲ ରିପୋର୍ଟରେ କୁହାଯାଇଛି ।

ବିଶ୍ୱର ୭୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ଜୀବନଶୈଳୀ ଜନିତ ରୋଗ କାରଣରୁ ହୋଇଥାଏ । ଭାରତରେ ୬୬ ପ୍ରତିଶତ ଲୋକ ଲାଇଫଷ୍ଟାଇଲ ଜନିତ ରୋଗର ଶିକାର ହେଉଛନ୍ତି । ବିଶ୍ୱର ତିନି ଚତୁର୍ଥାଂଶଙ୍କ ମୃତ୍ୟୁ ଏହି କାରଣରୁ ହେଉଛି । ପ୍ରତି ୨ ସେକେଣ୍ଡରେ ଜଣେ ବ୍ୟକ୍ତି ଖରାପ ଲାଇଫଷ୍ଟାଇନ କାରଣରୁ ମରୁଛି । ୭୦ ବର୍ଷରୁ କମ୍ ବୟସର ୧ କୋଟି ୭୦ ଲକ୍ଷ ଲୋକ ପ୍ରତି ବର୍ଷ ଏହି କାରଣରୁ ପ୍ରାଣ ହରାଉଥିବା କୁହାଯାଇଛି ।

୧.୭ କୋଟି ମୃତ୍ୟୁସଂଖ୍ୟାରୁ ୮୬ ପ୍ରତିଶତ ମଧ୍ୟ ଇନକମ୍ ଦେଶ ଅଟନ୍ତି । ଭାରତ ମଧ୍ୟ ଏହି ଦେଶ ମଧ୍ୟରେ ସାମିଲ ରହିଛି । ଏହି ଲାଇଫଷ୍ଟାଇଲ ଜନିତ ରୋଗ ମଧ୍ୟରେ ଶ୍ୱାସ, କ୍ୟାନ୍ସର, ଡାଇବେଟିସ, ହୃଦରୋଗ ରହିଛି । ୨୦୧୧ରୁ ୨୦୨୩ ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ କୋଟି ଜୀବନ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଏହି ରୋଗକୁ ରୋକିବା ପାଇଁ ପ୍ରତି ଗରିବ ଦେଶକୁ ବର୍ଷକୁ ୧ ହଜାର ୮ ଶହ କୋଟି ଖର୍ଚ୍ଚ କରିବାକୁ ପଡ଼ିବ । ଭାରତରେ ପ୍ରତିବର୍ଷ ୨୮ ପ୍ରତିଶତ ଲୋକ ହୃଦରୋଗରେ, ୧୨ ପ୍ରତିଶତ ଶ୍ୱାସରେ, ୧୦ ପ୍ରତିଶତ କ୍ୟାନ୍ସରେ, ୪ ପ୍ରତିଶତ ଡାଇବେଟିସରେ ଓ ଅବଶିଷ୍ଟ ୧୨ ପ୍ରତିଶତ ଅନ୍ୟ ଜୀବନଶୈଳୀ ଜନିତ ରୋଗ କାରଣରୁ ମୃତ୍ୟୁବରଣ କରୁଛନ୍ତି ।

Get real time updates directly on you device, subscribe now.