ଅନ୍ୟ ଦେଶରେ ରହିବାକୁ ଚାହୁଁଛନ୍ତି ଭାରତର ୨୨ ପ୍ରତିଶତ ଧନୀ: ସର୍ଭେ

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରୁ ୨୨ ପ୍ରତିଶତ ଦେଶ ଛାଡିବାକୁ ଏବଂ ବିଦେଶକୁ ରହିବାକୁ ଚାହୁଁଛନ୍ତି । କୋଟକ ପ୍ରାଇଭେଟ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରାୟ ପାଞ୍ଚ ଧନୀଙ୍କ ମଧ୍ୟରୁ ଜଣେ ଧନୀ ଭାରତୀୟ ଭାରତରେ ବ୍ୟବସାୟ କରିବାକୁ ଚାହାଁନ୍ତି, କିନ୍ତୁ ନିଜେ ବିଦେଶ ରହିବାକୁ ଚାହାଁନ୍ତି । ଜାଣନ୍ତୁ ଏହାର କାରଣ କ’ଣ?

ଏହି ସର୍ଭେରେ ଦେଶର ୧୫୦ ସବୁଠାରୁ ବଡ଼ ଧନୀଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରାଯାଇଛି । ଏହି ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ପଚରା ଯାଇଥିଲା ଯେ, କ’ଣ ଆପଣ ଭାରତରେ ରହିବାକୁ ପସନ୍ଦ କରନ୍ତି ନା ବିଦେଶରେ ? ଏହାର ଉତ୍ତରରେ ୨୨ ପ୍ରତିଶତ ଧନୀ ଭାରତ ବାହାରେ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ।

ଧନୀ ଲୋକମାନେ କେଉଁଠାରେ ବାସ କରିବାକୁ ଚାହୁଁଛନ୍ତି ?
ଓର୍ଭେରେ ସାମିଲଏ ଅଧିକାଂଶ ଧନୀ ବ୍ୟକ୍ତି ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡାକୁ ବସତି ପାଇଁ ସବୁଠାରୁ ପ୍ରିୟ ସ୍ଥାନ ଭାବରେ ବର୍ଣ୍ଣନା କରିଛନ୍ତି । ଏହା ବ୍ୟତୀତ ଅଧିକାଂଶ ସଂଯୁକ୍ତ ଆରବ ଏମିରେଟ୍ସ ଗୋଲ୍ଡେନ ଭିସା ଯୋଜନାକୁ ଉତକୃଷ୍ଟ ବୋଲି କହିଛନ୍ତି ଓ ସବୁଠାରୁ ଅଧିକ ପସନ୍ଦ କରାଯାଇଥବା ଦେଶ ଭାବରେ ଦୁବାଇକୁ କହିଛନ୍ତି ।

କାହିଁକି ଭାରତ ଛାଡିବାକୁ ଚାହୁଁଛନ୍ତି?
ଏମାନେ ସେହି ଭାରତୀୟ, ଯେଉଁମାନେ ଏହି ଦେଶରେ ମୋଟାଅଙ୍କର ଧନ କମାଉଛନ୍ତି । ଆଗକୁ ମଧ୍ୟ ଭାରତରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି । କିନ୍ତୁ ରହିବା ପାଇଁ ଭାରତକୁ ପସନ୍ଦ କରୁନାହାଁନ୍ତି । ଏମାନେ ଭାରତରେ ଲିଭିଂ କଣ୍ଡିସନକୁ ନେଇ ଅଭିଯୋଗ କରିଛନ୍ତି । ସେମାନେ କୁହନ୍ତି ଯେ, ଭାରତରେ ଷ୍ଟାଣ୍ଡାର୍ଡ ଅଫ୍ତ ଲାଇଫ୍ ଭଲ ନାହିଁ । ଏହା ସହ କିଛି ଲୋକ କହୁଛନ୍ତି ଯେ, ଭାରତରେ ବ୍ୟବସାୟିକ ପରିବେଶ ମଧ୍ୟ ଭଲ ନୁହେଁ । ସର୍ଭେରେ କୁହାଯାଇଛି ଯେ, ପ୍ରତିବର୍ଷ ୨୫ ଲକ୍ଷ ଭାରତୀୟ ଅନ୍ୟ ଦେଶରେ ବାସ କରିବାକୁ ଭାରତ ଛାଡୁଛନ୍ତି ।