fbpx

ଉତ୍ତର ପ୍ରଦେଶରେ କାହିଁକି ହାରିଲା ବିଜେପି ? ଆନ୍ତର୍ଜାତୀୟ ରିପୋର୍ଟରେ ଗୋଟିଏ ନୁହେଁ ଜଣାପଡ଼ିଲା ଏହି ସବୁ କାରଣ

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ବିଜେପି ‘ଅବକି ବାର୍ ୪୦୦ ପାର’ ନାରା ଲଗାଉଥିଲା । ଉତ୍ତରପ୍ରଦେଶରେ କିନ୍ତୁ ବିଜେପିକୁ ବଡ଼ ଝଟକା ଲାଗିଛି । ୟୁପିରେ ସମାଜବାଦୀ ପାର୍ଟିକୁ ସର୍ବାଧିକ ୩୭, ବିଜେପିକୁ ୩୩ ଏବଂ କଂଗ୍ରେସକୁ ୬ଟି ଅସନ ମିଳିଛି । ତେବେ ଫଳାଫଳ ଘୋଷଣା ହେବା ପରେ ବିଜେପି ପରାଜୟର ସମୀକ୍ଷା ଆରମ୍ଭ କରିଛି ଏବଂ ପ୍ରାରମ୍ଭିକ ରିପୋର୍ଟ ବିଷୟରେ ସୂଚନା ସାମ୍ନାକୁ ଆସିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ନିମ୍ନଲିଖିତ କାରଣ ଯୋଗୁଁ ୟୁପିରେ ବିଜେପି ପରାଜିତ ହୋଇଛି ।

୧. ଅଧିକ ଉତ୍ସାହିତ: ୨୦୧୪ ଏବଂ ୨୦୧୯ରେ ଭୋଟରଙ୍କ ଉପରେ ମୋଦୀ ଲହରର ପ୍ରଭାବ ଦେଖିବାକୁ ମିଳିଥିଲା । ଫଳରେ ଚଳିତ ବର୍ଷ ମଧ୍ୟ ବିଜୟୀ ହେବା ନେଇ ଅଧିକ ଉତ୍ସାହିତ ହୋଇଯାଇଥିଲେ । ମେଦୀଙ୍କ ନାଁରେ ମିଳୁଥିବା ଜନ ସମର୍ଥନରୁ ବିଜେପିର ବିଜୟ ନିଶ୍ଚିତ ବୋଲି ଭାବୁଥିଲେ । ୮୦ ଲୋକଙ୍କ ଏକ ଟିମ୍ ପ୍ରଥମ ରିପୋର୍ଟ ପ୍ରସ୍ତୁତ କରୁଛି । ସେହିପରି ଦ୍ୱିତୀୟ ରିପୋର୍ଟ ପରାଜିତ ହୋଇଥିବା ପ୍ରାର୍ଥୀଙ୍କ ତରଫରୁ ବିଜେପି ହାଇକମାଣ୍ଡଙ୍କୁ ପ୍ରଦାନ କରାଯିବ । ପରେ ଏହାକୁ ଦଳର କେନ୍ଦ୍ରୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯିବ ।

୨. ସାଧାରଣ ଜନତାଙ୍କ ଅସନ୍ତୁଷ୍ଟି: ଦୁଇ ଥରରୁ ଅଧିକ ବିଜୟୀ ହୋଇଥିବା ସାଂସଦଙ୍କ ଉପରେ ସାଧାରଣ ଜନତା ଅସନ୍ତୁଷ୍ଟ ଥିଲେ । ୟୁପି ଗ୍ରାମାଞ୍ଚଳରେ ଲୋକଙ୍କ ଏକ ଧାରଣା ଥିଲା ଯେ ସାଂସଦ ଜିତିଲା ପରେ କେବେ ତାଙ୍କ ଦେଖା ଦର୍ଶନ ମିଳିନଥାଏ । ତଥାପି କିଛି ଲୋକମାନେ ବିଜେପିକୁ ଭୋଟ୍ ଦେଇଥିଲେ । କିନ୍ତୁ ଯେଉଁଠି ବିରୋଧି ଦଳର ପ୍ରାର୍ଥୀ ମଜବୁତ ସ୍ଥିତିରେ ଥିଲେ ସେଠାରେ ବିଜୟୀ ହୋଇଛନ୍ତି । ସେହିପରି କିଛି ବିଜେପି ସାଂସଦଙ୍କ ବ୍ୟବହାର ଠିକ୍ ନଥିବା ରିପୋର୍ଟରୁ ପ୍ରକାଶ ।

୩. ବିରୋଧିଙ୍କ ପ୍ରଚାର: ବିରୋଧିଙ୍କ ପ୍ରଚାର ହାୱା ଅନେକାଂଶରେ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥିଲା । ଅପରପକ୍ଷରେ ପ୍ରଚଣ୍ଡ ଖରାରେ ବିଜେପି କର୍ମକର୍ତ୍ତା ପ୍ରଚାର ପାଇଁ ଘର ଘର ବୁଲିବା ଅପେକ୍ଷା ରାଲି ଏବଂ ରୋଡ୍ ଶୋ ଉପରେ ଫୋକସ୍ କରିଥିଲେ ।

୪. ବିଏସପିର ଭୋଟ୍ ବ୍ୟାଙ୍କ: ବିଏସପି ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ଦଳିତ ସମ୍ପ୍ରଦାୟର ଭୋଟ୍ ମିଳିବା ଅନେକାଂଶରେ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । କାଶୀରେ ବିଜେପି ଅଧିକ ବ୍ୟବଧାନ ଭୋଟରେ ପରାଜିତ ହୋଇଥିଲା ।

Get real time updates directly on you device, subscribe now.