fbpx

କାହିଁକି ଉତ୍ତର ପ୍ରଦେଶରେ ହାରିଲା ବିଜେପି ? ବିଜେପି ଆଭ୍ୟନ୍ତରୀଣ ସମୀକ୍ଷାରେ ସାମ୍ନାକୁ ଆସିଲା ୫ଟି କାରଣ

ଲକ୍ଷ୍ନୌ: ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାର କାରଣ ଖୋଜିବା ପାଇଁ ବିଜେପି ପ୍ରୟାସ ଜାରି କରିଛି । ଏନେଇ ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ ଶନିବାର ଜେପି ନଡ୍ନାଙ୍କ ଆବାସରେ ପହଂଚିଥିଲେ । ସେଠାରେ ସେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ଯେଉଁଥିରେ ୟୁପିରେ ବିଜେପି ପରାଜିତ ହେବାର କାରଣ ଉଲ୍ଲେଖ ରହିଛି ।

ଭୁପେନ୍ଦ୍ର ଚୌଧୁରୀ ଉତ୍ତର ପ୍ରଦେଶର ସ୍ଥିତି ବିଷୟରେ ଜେପି ନଡ୍ନାଙ୍କୁ ସୂଚନା ଦେଇଥିଲେ । ବାସ୍ତବରେ ଅଯୋଧ୍ୟା-ଫୈଜାବାଦ ଆସନରେ ବିଜେପିର ବିଜୟ ନିଶ୍ଚିତ ଥିଲା କିନ୍ତୁ ନିର୍ବାଚନ ପରିଣାମରେ ସମାଜବାଦୀ ପାର୍ଟିର ଅବଧେଶ ପ୍ରସାଦ ଏହି ଆସନରୁ ବିଜୟୀ ହୋଇଥିଲେ । ତେବେ ଉକ୍ତ ରିପୋର୍ଟ ଅନୁଯାୟୀ ନିମ୍ନଲିଖିତ ୫ଟି କାରଣ ବିଜେପି ପରାଜୟ ପାଇଁ ଦାୟୀ ଆଟେ

୧. ଲୋକସଭା ନିର୍ବାଚନୀ ସମୟରେ ଅଧିକାରୀଙ୍କ ହୁକୁମାତୀ

୨. ନର୍ବାଚନ ସମୟରେ ଜନପ୍ରତିନିଧିଙ୍କ ଶୁଣାଣି ନହେବା

୩. ଚୁକ୍ତିନାମା ଅନୁଯାୟୀ ନିଯୁକ୍ତି ଏବଂ ସେମାନଙ୍କ ମଧ୍ୟରେ ସଂରକ୍ଷଣ ଅଭାବକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବା

୪. ବିଜେପି ନେତାଙ୍କ ମାଧ୍ୟମରେ ସମ୍ବିଧାନ ପରିବର୍ତ୍ତନ ବିଷୟରେ ଆଲୋଚନା

୫. ଭୋଟର ତାଲିକାରୁ ନାଁ ହଟାଇବା ନେଇ କଥାବାର୍ତ୍ତା

କହିରଖୁଛୁ ୟୁପିରେ ବିଜେପି ୮୦ ଆସନରୁ ୩୩ଟି ଆସନରେ ବିଜୟ ହାସଲ କରିଛି । ୨୦୧୯ରେ ବିଜେପି ୬୨ ଆସନ ହାତେଇଥିଲା । ଚଳିତ ବର୍ଷ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୮୦ରୁ ୩୬ ଆସନ ମିଳିଥିଲା ।

Get real time updates directly on you device, subscribe now.