fbpx
BSKY SKY
BSKY SKY

ବଦ୍ରିନାଥ ଧାମରେ କାହିଁକି ଫୁଙ୍କାଯାଏନି ଶଙ୍ଖ? ମାନ୍ୟତା ହେଉଛି ପୌରାଣିକ, ଯେଉଁଥିରେ ଲୁଚି ରହିଛି ଗଭୀର ବିଜ୍ଞାନ

BSKY

ହିନ୍ଦୁ ମାନ୍ୟତା ଅନୁସାରେ, ୪ ଧାମ ମଧ୍ୟରୁ ଗୋଟିଏ ବଦ୍ରିନାଥ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ଶ୍ରୀହରି ସ୍ୱୟଂ ସେଠାରେ ବିରାଜମାନ କରିଛନ୍ତି । ଏଥିପାଇଁ ତାହାକୁ ପୃଥିବୀର ବୈକୁଣ୍ଠ ମଧ୍ୟ କୁହାଯାଏ । ଯଦି ଆପଣ ବଦ୍ରିନାଥ ଧାମ ପରିଦର୍ଶନ କରିଛନ୍ତି, ତେବେ ସେଠାରେ ଶଙ୍ଖ ଫୁଙ୍କାଯାଏନି ବୋଲି ମଧ୍ୟ ନିଶ୍ଚିତ ଧ୍ୟାନ ଦେଇଥିବେ । ଶଙ୍ଖର ଧ୍ୱନି ଲାଭ ଓ ଏହାକୁ ଫୁଙ୍କିବାରେ ହେଉଥିବା ଫାଇନା ବିଷୟକୁ ବିଜ୍ଞାନ ମଧ୍ୟ ମାନ୍ୟତା ଦେଇଥିବା ବେଳେ ବଦ୍ରିନାଥ ଧାମରେ ଶଙ୍ଖ ଫୁଙ୍କିବାକୁ ବାରଣ କରାଯାଇଛି । ତେବେ ବଦ୍ରିନାଥ ଧାମରେ ଶଙ୍ଖ ଫୁଙ୍କିବାର ଅନେକ କାରଣ ଅଛି, ଯେଉଁଥିରେ ପୌରାଣିକ, ଧାର୍ମିକ ବିଶ୍ୱାସ ବ୍ୟତୀତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ବଦ୍ରିନାଥ ମନ୍ଦିରରେ ଶଙ୍ଖ ନ ଫୁଙ୍କିବାର କାରଣ କ’ଣ?

ଧାର୍ମିକ ଓ ପୌରାଣିକ ମାନ୍ୟତା:-
ଶଙ୍ଖ ନଫୁଙ୍କିବା ପଛରେ କିଛି ଧାର୍ମିକ ବିଶ୍ୱାସ ମଧ୍ୟ ରହିଛି । ଶାସ୍ତ୍ରରେ ବର୍ଣ୍ଣିତ ଏକ କାହାଣୀ ଅନୁଯାୟୀ, ଥରେ ଦେବୀ ଲକ୍ଷ୍ମୀ ବଦ୍ରିନାଥ ଧାମରେ ଧ୍ୟାନରେ ବସିଥିଲେ । ସେହି ସମୟରେ ଭଗବାନ ବିଷ୍ଣୁ ଶଙ୍କଚୁର୍ଣ୍ଣ ନାମକ ଏକ ରାକ୍ଷସକୁ ହତ୍ୟା କରିଥିଲେ । ହିନ୍ଦୁ ଧର୍ମର ମାନ୍ୟତାରେ, ବିଜୟ ପରେ ଶଙ୍ଖନାଦ ଅବଶ୍ୟ କରାଯାଏ । କିନ୍ତୁ ଭଗବାନ ବିଷ୍ଣୁ ମା’ ଲକ୍ଷ୍ମୀଙ୍କର ଧ୍ୟାନ ଭଗ୍ନ କରିବାକୁ ଚାହୁଁନଥିଲେ, ତେଣୁ ସେ ଶଙ୍ଖ ଫୁଙ୍କିନଥିଲେ ।

ଏହିପରି ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଜଣେ ଋଷି ଏହି ଅଞ୍ଚଳର କୌଣସି ସ୍ଥାନରେ ରାକ୍ଷସମାନଙ୍କୁ ନଷ୍ଟ କରୁଥିଲା । ସେତିକିବେଳେ ଅତାପୀ ଏବଂ ବତାପି ନାମକ ଭୂତମାନେ ସେଠାରୁ ପଳାଇଲେ । ଅତାପି ନିଜ ଜୀବନ ବଞ୍ଚାଇବା ପାଇଁ ମନ୍ଦାକିନୀ ନଦୀର ଶରଣରେ ପଶିଥିଲା ତ ବତାପି ନିଜ ଜୀବନ ବଞ୍ଚାଇବା ପାଇଁ ଶଙ୍ଖ ଭିତରେ ଲୁଚି ରହିଥିଲା । ଏଭଳି ପରିସ୍ଥିତିରେ କୁହାଯାଏ ଯେ, ଯଦି ସେହି ସମୟରେ କେହି ଶଙ୍ଖ ଫୁଙ୍କନ୍ତି, ତେବେ ରାକ୍ଷସ ସେଥିରୁ ପଳାଇ ଯିବ । ଏହି କାରଣ ଯୋଗୁଁ ବଦ୍ରିନାଥ ଧାମରେ ଶଙ୍ଖ ଫୁଙ୍କାଯାଏ ନାହିଁ ।

ବୈଜ୍ଞାନିକ କାରଣ :-
ବର୍ଷସାରା ସେଠାରେ ଥଣ୍ଡା ଅନୁଭବ ହୁଏ । କିଛି ମାସକୁ ଛାଡ଼ି ସେଠାରେ ପ୍ରାୟତଃ ବରଫ ଦେଖିବାକୁ ମିଳିଥାଏ । ବିଜ୍ଞାନ ଅନୁଯାୟୀ, ପ୍ରତ୍ୟେକ ଜୀବ କିମ୍ବା କୌଣସି ବସ୍ତୁର ନିଜସ୍ୱ ଫ୍ରିକ୍ୱେନ୍ସି ଥାଏ । ଏପରି ପରିସ୍ଥିତିରେ ଯଦି ସେଠାରେ ଶଙ୍ଖ ଫୁଙ୍କାଯାଏ, ତେବେ ଏହାର ଶବ୍ଦ ପର୍ବତକୁ ଧକ୍କା ଦେଇ ପ୍ରତିଧ୍ୱନି ସୃଷ୍ଟି କରିବ । ଏହି କାରଣରୁ ବରଫ ଫାଟିବା କିମ୍ବା ବରଫ ଝଡ଼ ହେବାର ସମ୍ଭାବନା ରହିପାରେ । ଏଥି ସହିତ ବୈଜ୍ଞାନିକମାନେ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିର ଶବ୍ଦ ପରିବେଶକୁ କ୍ଷତି ପହଞ୍ଚାଏ । ଯେତେବେଳେ ଏହା ଘଟେ, ପର୍ବତରେ ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଏ । ଏପରି ପରିସ୍ଥିତିରେ ବୋଧହୁଏ ବଦ୍ରିନାଥଧାମରେ ଶଙ୍ଖ ଫୁଙ୍କାଯାଏ ନାହିଁ ।

Get real time updates directly on you device, subscribe now.