କେହି ଭାବି ନଥିଲେ ମିଚେଲ୍ ଷ୍ଟାର୍କ ହଠାତ୍ ନେବେ ଏମିତି ଅବସର, ଷ୍ଟାର ବୋଲର ନିଜେ କହିଲେ କାରଣ, ଜାଣନ୍ତୁ
ମିଚେଲ୍ ଷ୍ଟାର୍କ ଏହି ଫର୍ମାଟରୁ ନେଲେ ହଠାତ୍ ଅବସର
ନୂଆଦିଲ୍ଲୀ: ମିଚେଲ ଷ୍ଟାର୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୨ ମସିହାରେ ସେ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଡେବ୍ୟୁ କରିଥିଲେ।
ଏବେ ୧୩ ବର୍ଷ ପରେ ସେ ଏଥିରୁ ବିଦାୟ ନେଇଛନ୍ତି। କେହି ଆଶା କରିନଥିଲେ ଯେ, ମିଚେଲ ଏବେ ଅବସର ନେବେ। ସେ ହଠାତ୍ ଟି-୨୦ ଅନ୍ତର୍ଜାତୀୟକୁ ବିଦାୟ ଦେଇ ପ୍ରଶଂସକମାନଙ୍କୁ ସେ ଆଶ୍ଚର୍ଯ୍ୟ କରିଛନ୍ତି। ମିଚେଲ ଏବେ ଏହାର କାରଣ କହିଛନ୍ତି।
ମିଚେଲ ଷ୍ଟାର୍କ ଟି-୨୦ରୁ କାହିଁକି ଅବସର ନେଲେ? ମିଚେଲ ଷ୍ଟାର୍କ ନିଜ ବିବୃତ୍ତିରେ କହିଛନ୍ତି ଯେ, ସେ ଭାରତ ବିପକ୍ଷ ସିରିଜ୍, ଦିନିକିଆ ବିଶ୍ୱକପ୍ ଏବଂ ଆଶେସ୍ ପାଇଁ ନିଜକୁ ଫିଟ୍ ରଖିବାକୁ ଚାହାଁନ୍ତି। ସେଥିପାଇଁ ସେ ଟି-୨୦ ଅନ୍ତର୍ଜାତୀୟକୁ ବିଦାୟ ଦେବାକୁ ଉଚିତ ମନେ କରିଥିଲେ।
🚨 MITCHELL STARC EYES 2027 ODI WC AS HE RETIRES FROM T20I 🚨
“Test is & has always been my highest priority – Looking ahead to an away Indian Test tour, the Ashes & an ODI WC in 2027, I feel this is my best way forward to remain fresh, fit & at my best for those campaigns”. pic.twitter.com/b25SFjZ0lv
— Johns. (@CricCrazyJohns) September 2, 2025
ସେ ନିଜ ବିବୃତ୍ତିରେ କହିଛନ୍ତି, ‘ମୋର ନଜର ଏବେ ଟିମ୍ ଇଣ୍ଡିଆ ବିପକ୍ଷ ଟେଷ୍ଟ, ଆଶେସ୍ ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ଉପରେ। ମୁଁ ଭାବୁଛି ଏହା ମୋ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଏବଂ ସତେଜ ରହିବାର ସର୍ବୋତ୍ତମ ଉପାୟ। ଏହା ବୋଲିଂ ଗ୍ରୁପକୁ ଟି-୨୦ ବିଶ୍ୱକପ୍ ପୂର୍ବରୁ ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବାର ଏକ ଭଲ ସୁଯୋଗ।’