fbpx

ଗୋଟିଏ ଦିନରେ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ୨୪ ଟଙ୍କା ତଳକୁ ଖସିଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ଆର୍ଥିକ ସଙ୍କଟ ବଢୀବାରେ ଲାଗିଛି। ବଢୁଥିବା ଆର୍ଥିକ ସଙ୍କଟ ମଧ୍ୟରେ ଏବେ ପାକିସ୍ତାନ ଟଙ୍କାର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଗୁରୁବାର ଗୋଟିଏ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ୨୫୫ରେ ଅଟକିଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବକାଳିନ ସର୍ବନିମ୍ନ ସ୍ତର ଅଟେ। ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ ପାକିସ୍ତାନୀ ଟଙ୍କାରେ ଏହି ହ୍ରାସ ଘଟିଛି।

ଆନ୍ତର୍ଜାତୀୟ ମୁଦ୍ରା କୋଶ(ଆଇଏମ୍‌ଏଫ) କଥା ମାନି ପାକିସ୍ତାନ ଏହାର ଟଙ୍କାକୁ ଖୋଲା ବଜାର ମୂଲ୍ୟ ଉପରେ ଛାଡ଼ି ଦେଇଛନ୍ତି। ଏହାପୂର୍ବରୁ ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଇଶାକ ଦାର କୃତ୍ରିମ ଭାବରେ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୨୩୧ ଟଙ୍କା ରଖିଥିଲେ। କିନ୍ତୁ ସରକାରୀ ରାଜକୋଷରେ ଡଲାର ଆସିବାରେ ଏହା ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଥିଲା।

ତେବେ ପାକିସ୍ତାନରେ ଏସବୁ ପରିବର୍ତ୍ତନ କେବଳ ଆଇଏମ୍‌ଏଫର ସର୍ତ୍ତକୁ ମାନିବା ପାଇଁ। କାରଣ ଏସବୁ ସର୍ତ୍ତ ମାନିଲେ ହିଁ ଆଇଏମ୍‌ଏଫ ପାକିସ୍ତାନକୁ ଋଣ ଦେବ। ଯାହା ପାକିସ୍ତାନ ପାଇଁ ବର୍ତ୍ତମାନ ନିହାତି ଆବଶ୍ୟକ। କାରଣ ଆଇଏମ୍‌ଏଫ୍ ସହାୟତାର ପରବର୍ତ୍ତୀ କିସ୍ତି ରିଲିଜ କରିବା ପୂର୍ବରୁ ପାକିସ୍ତାନ ଆଗରେ ମୁଖ୍ୟତ ୩ ତିନୋଟି ସର୍ତ୍ତ ରଖିଛି। ଯେଉଁଥିରେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ବଜାର ଦର ସହିତ ଖାପ ଖୁଆଇବାକୁ ପଡିଛି।

 

Get real time updates directly on you device, subscribe now.