fbpx

ମନ୍ଦିର ଭିତରକୁ ଯିବା ପୂର୍ବରୁ କାହିଁକି ବଜାଯାଏ ଘଣ୍ଟି? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ କୌଣସି ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଘଣ୍ଟି ବଜାନ୍ତିା ହେଲେ ଅଧିକାଂଶ ଏହା ଜାଣି ନଥିବେ ଯେ ଏପରି କାହିଁକି କରାଯାଏ । ଘଣ୍ଟି ବଜାଇବା ଦ୍ୱାରା କଣ ହୋଇଥାଏ ? ଘଣ୍ଟି ବଜାଇବା ପରେ ହିଁ କାହିଁକି ଠାକୁରଙ୍କ ପାଖକୁ ଯାଆନ୍ତି? ତେବେ ମନ୍ଦିରରେ ଘଣ୍ଟି ଲଗାଯିବାର ଏବଂ ତାକୁ ବଜାଇବାର ଏକ ଖାସ୍ କାରଣ ରହିଛି ।

ଯେତେବେଳେ କୌଣସି ଭକ୍ତ ମନ୍ଦିରକୁ ଆସେ, ସେତେବେଳେ ପୁଜାପାଠ କରାଯିବା ସମୟରେ ବି ଘଣ୍ଟି ବଜାଯାଇଥାଏ । ମାନ୍ୟତା ରହିଛି ଯେ, ଘଣ୍ଟି ବଜାଇବା ଦ୍ୱାରା ସ୍ଥାପିତ ହୋଇଥିବା ଠାକୁର ମାନଙ୍କ ଠାରେ ଚେତନା ଜାଗ୍ରତ ହୋଇଥାଏ । ଭକ୍ତମାନେ ପୁଜା କରିବା ପୂର୍ବରୁ ଘଣ୍ଟି ବଜାଇଲେ ସେମାନଙ୍କ ପୂଜା ଅଧିକ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ । ଖାଲି ସେତିକି ନୂହେଁ ପୂରାଣରେ ବି ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମଣିଷର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ । ଏଥିସହିତ ଯେବେ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା ସେହି ସମୟରେ ଯେଉଁ ଶବ୍ଦ ବା ଧ୍ୱନି ଉତ୍ପନ୍ନ ହୋଇଥିଲା, ଘଣ୍ଟି ବଜାଇବା ଦ୍ୱାରା ମଧ୍ୟ ସେହି ଭଳି ଶବ୍ଦ ହୋଇଥିଲା ବୋଲି ପୂରାଣରେ କୁହାଯାଇଛି ।

ତେଣୁ ଘଣ୍ଟିର ବଜାଇବାର ଅନେକ ମହତ୍ତ୍ୱ ରହିଛି । ଏହାବ୍ୟତୀତ ମନ୍ଦିର ପ୍ରବେଶ ଦ୍ୱାରରେ ଥିବା ଘଣ୍ଟିକୁ କାଳର ପ୍ରତୀକ ବୋଲି ଧରାଯାଇଥାଏ । ଏହାର ଯେତିକି ପାରମ୍ପରିକ କାରଣ ରହିଛି ସେତିକି ବୈଜ୍ଞାନକ କାରଣ ମଧ୍ୟ ରହିଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ବାତାବରଣରେ ଏକ କମ୍ପନ ହୋଇଥାଏ ଯାହା ବାୟୁମଣ୍ଡଳ ସାହାଯ୍ୟରେ ଦୂର ଦୂର ପର୍ଯ୍ୟନ୍ତ ଯାଇଥାଏ । ଏହି କମ୍ପନର ସୀମାରେ ଆସୁଥିବା ସବୁ ଜୀବାଣୁ ଓ ସୁକ୍ଷ୍ମ ଜୀବ ନଷ୍ଟ ହୋଇଯାଏ । ଫଳସ୍ୱରୂପ ଆଖପାଖର ବାତାବରଣ ଶୁଦ୍ଧ ହୋଇଥାଏ ।

Get real time updates directly on you device, subscribe now.