ହାଟ୍ ଆଟାକ୍ ବା ହୃଦଘାତ ଆଜିକାଲି ପ୍ରାୟ ସମସ୍ତଙ୍କୁ ହେଉଥିବାର ଲକ୍ଷ୍ୟ କରାଯାଉଛି। ହାର୍ଟ ଆଟାକ୍ ଯାହାକୁ ଆକ୍ୟୁଟୋ ମାଇଓକାର୍ଡିଆଲ ଇସେମିଆ(ଏଏମଇ) କୁହାଯାଏ, ତାହା ହୃଦ୍ଯନ୍ତ୍ରର ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହେବା ଦ୍ୱାରା ହୋଇଥାଏ। ହୃଦଯନ୍ତ୍ରରୁ ମାଂସପେଶୀକୁ ରକ୍ତ ଯୋଗାଉଥିବା ଦୁଇଟି ମୁଖ୍ୟ ଧମନୀ ଓ ଏହାର ଶାଖା ଧମନୀରୁ ଏକ ବା ଏକାଧିକ ଅବରୋଧ(ବ୍ଲକେଜ) ସୃଷ୍ଟି ହେଲେ ହାର୍ଟ ଆଟାକ୍ ହୋଇଥାଏ। ଏହା ବାମ ମୁଖ୍ୟ କରୋନାରୀ ଧମନୀରେ ଅଧିକ ପରିଲକ୍ଷିତ ହୋଇଥାଏ।
ହୃଦଯନ୍ତ୍ରକୁ ରକ୍ତ ସଞ୍ଚାଳନ କରାଉଥିବା ଧମନୀକୁ କରୋନାରୀ ଧମନୀ କୁହାଯାଇଥାଏ। ଧମନୀରେ କୋଲେଷ୍ଟେରଲ, ଆଖେରୋମା ଇତ୍ୟାଦି ଜମି ରକ୍ତ ସଞ୍ଚାଳନର ବାଟ ବନ୍ଦ କରିଥାଏ। ଏଥିପାଇଁ ସର୍ଜରୀ ବି କରାଯାଇଥାଏ। ରକ୍ତ ଜମାଟ ଓ ଚର୍ବିଜାତୀୟ ହ୍ରାସ ପାଇଁ ଔଷଧ ଦିଆଯାଇଥାଏ। ଏବେ ବିନା ଅପରେଶନରେ ମଧ୍ୟ ହାର୍ଟ ବ୍ଲକେଜର ଚିକିତ୍ସା କରାଯାଇପାରୁଛି।
ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଚିକିତ୍ସା ହୋଇପାରୁଛି। ପୁରୁଷମାନଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ର ଲକ୍ଷଣ ମୁଖ୍ୟତଃ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ବାନ୍ତି ଲାଗିବା, ବଦହଜମି, କାନ୍ଧରେ କଷ୍ଟ ଲାଗିବା ପରି ହୋଇଥାଏ। ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଅନେକ ସମୟରେ ଛାତିରେ କୌଣସି ଯନ୍ତ୍ରଣା ହୋଇ ନ ଥାଏ। ମଣିଷ ନିଜେ ଚାହିଁଲେ ମଧ୍ୟ ହାର୍ଟ ଆଟାକରୁ ରକ୍ଷା ପାଇପାରିବା।
ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଓଜନ ହ୍ରାସ, ଚର୍ବି ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ ଶର୍କରା ନିୟନ୍ତ୍ରଣ, କମ୍ ଲୁଣ, କମ ଚିନି, ଅଧିକ ତନ୍ତୁଜାତୀୟ ଓ ଫଳ ପନିପରିବାଯୁକ୍ତ ଖାଦ୍ୟ, ସୁସ୍ଥ ମନ, ସୁସ୍ଥ ଚିନ୍ତାଧାରା, ମାନସିକ ଚାପ ହ୍ରାସ ଓ ଆହୁରି ଅନେକ ହାର୍ଟ ଆଟାକ୍ କମାଇଥାଏ।