fbpx

ତୁର୍କୀରେ ବାରମ୍ବାର ଭୂକମ୍ପ ହେଉଛି କାହିଁକି? ବର୍ଷା, ବାତ୍ୟା ଭଳି ଭୂକମ୍ପକୁ ନେଇ ଭବିଷ୍ୟବାଣୀ କାହିଁକି ହେଉନି?

ନୂଆଦିଲ୍ଲୀ: ସାରା ବିଶ୍ୱବାସୀଙ୍କ ନଜର ଏବେ ତୁର୍କୀ ଉପରେ ରହିଛି । ବର୍ତ୍ତମାନ ସୁଦ୍ଧା ତୁର୍କୀ-ସିରିଆରେ ୪୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହ ୫୬୦୦ରୁ ଅଧିକ କୋଠା ଭାଙ୍ଗି ମାଟିରେ ମିଶିଯାଇଛି । ଭୂକମ୍ପର ତୀବ୍ରତା ୭.୮ ରହିଥିବା ବେଳେ ଏହାର ଭୟଙ୍କର ପ୍ରକୋପରେ ବିଲ୍ଡିଂଗୁଡ଼ିକ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା । ଭୂକମ୍ପର ତାଣ୍ଡବ ଲୀଳାରେ କେବଳ ତୁର୍କୀରେ ୨୯୦୦ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୪,୪୮୩ ଜଣ ଆହତ ହୋଇଛନ୍ତି । ଅପରପକ୍ଷେ ସିରିଆର ନିୟନ୍ତ୍ରିତ ଓ ବିଦ୍ରୋହୀ ଅଞ୍ଚଳରେ ୧୪୫୧ ଜଣଙ୍କର ମୃତ୍ୟୁ ଘଟିବା ସହ ୩୫୩୧ ଜଣ ଆହତ ହୋଇଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ତୁର୍କୀରେ କାହିଁକି ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି? ତୁର୍କୀର ଅଧିକାଂଶ ସ୍ଥାନ ଆନାଟୋଲିୟନ ପ୍ଲେଟ ଉପରେ ରହିଛି । ଏହି ପ୍ଲେଟର ପୂର୍ବ ପଟେ ଇଷ୍ଟ ଆନାଟୋଲିଅନ ଫ୍ଲାଟ ରହିଥିବା ବେଳେ ବାମ ପଟେ ଟ୍ରାନ୍ସଫର୍ମ ଫ୍ଲାଟ ରହିଛି, ଯାହାକି ଆରାବିୟାନ ପ୍ଲେଟ୍ ସହ ଯୋଡ଼ି ହୋଇ ହିଛି । ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆଫ୍ରିକାନ ପ୍ଲେଟ୍ ରହିଛି । ଅନ୍ୟପକ୍ଷରେ ଉତ୍ତର ଦିଗରେ ୟୁରୋଶିୟନ ପ୍ଲେଟ ରହିଛି, ଯାହାକି ଉତ୍ତରୀ ଆନାଟୋଲିୟନ ଫ୍ଲାଟ ଜୋନ ସହ ଯୋଡ଼ି ହୋଇଛି ।

ଘଣ୍ଟାର ବିପରୀତ ଦିଗରେ ଘୂରୁଥିବା ଆନାଟୋଲିୟନ ଟେକ୍ଟୋନିକ ପ୍ଲେଟ ତୁର୍କୀର ତଳେ ଥିବା ଆନାଟୋଲିୟନ ଟେକ୍ଟୋନିକ ପ୍ଲେଟ ଘଡ଼ିର ବିପରୀତ ଦିଗରେ ଘୂରିଥାଏ । ଅର୍ଥାତ ଏହା ଘଣ୍ଟାର ବିପରୀତ ଦିଗରେ ଘୂରିଥାଏ । ଏଥିସହିତ ଏହା ଆରବିୟାନ ପ୍ଲେଟକୁ ଧକ୍କା ଦେଇଥାଏ । ଏବେ ଏହି ଘୂର୍ଣ୍ଣାୟମାନ ଆନାଟୋଲିୟନ ପ୍ଲେଟକୁ ଯେତେବେଳେ ଆରବିୟାନ ପ୍ଲେଟ ଧକ୍କା ଦେଉଛି, ସେତେବେଳେ ଏହା ୟୁରେଶୀୟ ପ୍ଲେଟ ସହ ଧକ୍କା ହେଉଛି । ଫଳରେ ଭୂକମ୍ପର ବଡ଼ ଝଟକା ଅନୁଭୂତ ହେଉଛି ।

ତେବେ ବନ୍ୟା, ବାତ୍ୟାକୁ ନେଇ ବୈଜ୍ଞାନିକମାନେ ପୂର୍ବାନମାନ କରିଦେଇଥାନ୍ତି । ମାତ୍ର ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରିବା କାହିଁକି କଷ୍ଟକର? ଭୂକମ୍ପ କେବେ ଓ କେଉଁଠି ଅନୁଭୂତ ହେବ ସେନେଇ ଭବିଷ୍ୟବାଣୀ କରିବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ରିସର୍ଚ୍ଚ ଚଳାଇଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ଭୂକମ୍ପର ପୂର୍ବାନୁମାନ ଆକଳନ କରିବା ଏକ ମୁସ୍କିଲ କାର୍ଯ୍ୟ ଅଟେ । ଗତ ୨୦ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟାର ଅଧା କେବଳ ଭୂକମ୍ପ କାରଣରୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ।

କିଛି ଭୂବିଜ୍ଞାନୀଙ୍କ ମତରେ, ପୃଥିବୀର ଜଟିଳତା କାରଣରୁ ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରିବା ପ୍ରାୟତଃ ଅସମ୍ଭବ । ନୂଆ ଟେକନିକ, କୃତ୍ରିମ ବୁଦ୍ଧିମତା ଭୂକମ୍ପର ଭବିଷ୍ୟବାଣୀର ସଠିକ ଆକଳନ କ୍ଷେତ୍ରରେ ସହାୟତା ପ୍ରଦାନ କରିପାରେ । ସ୍ମାର୍ଟଫୋନରେ ସଙ୍ଗେସଙ୍ଗେ ଆଲର୍ଟ ପଠାଇବା ସମ୍ଭବ ହୋଇପାରେ । ଲୋକଙ୍କୁ ନିରାପଦ ସ୍ଥଳୀକୁ ସ୍ଥାନାନ୍ତର ନେଇ ଚେତାବନୀ ଜାରି କରାଯାଇପାରେ । ଏପରିକି ଜୀବନ ବଞ୍ଚାଇବା କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରେ ।

ଆମେରିକାର ଭୂବୈଜ୍ଞାନିକ ସର୍ବେକ୍ଷଣ (ବିଏସସିଏସ) ପକ୍ଷରୁ କୁହାଯାଇଛି, ଭୂକମ୍ପ ବହୁତ ଶୀଘ୍ର ମାଡ଼ିଆସେ । ବର୍ତ୍ତମାନ ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରିବା ବିଲକୁଲ ସମ୍ଭବ ନୁହେଁ । ଭୂକମ୍ପକୁ ସାହାରା ଦେଉଥିବା ପ୍ଲେଟର ଗତି ଧୀର ହୋଇଥାଏ । ମାତ୍ର ଭାଙ୍ଗିବା ଅଧିକାଂଶ ସମୟରେ ଅଚାନକ ହୋଇଥାଏ । ପୂର୍ବରୁ ବୈଜ୍ଞାନିକମାନେ ଅନେକ ଟେକନିକର ପ୍ରୟୋଗ କରି ଭୂକମ୍ପର ଭବିଷ୍ୟବାଣୀ କରିବାକୁ ପ୍ରୟାସ କରିଥିଲେ । ମାତ୍ର ସେ କ୍ଷେତ୍ରରେ ସେମାନଙ୍କୁ ବହୁତ କମ୍ ସଫଳତା ମିଳିଥିଲା ।

Get real time updates directly on you device, subscribe now.