fbpx

First Love Always Best: ପ୍ରଥମ ପ୍ରେମ ସମସ୍ତଙ୍କ ପାଇଁ ସବୁବେଳେ ଅଧିକ ଗୁରୁତ୍ୱ ରଖିଥାଏ କାହିଁକି?

Advertisement

ମଣିଷର ଜୀବନ ଅଛି ମାନେ ପ୍ରେମ ନିଶ୍ଚୟ ଅଛି । ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । ପ୍ରେମ ତ ସମସ୍ତେ କରନ୍ତି ମାତ୍ର ପ୍ରଥମ ପ୍ରେମ ସବୁବେଳେ ଖାସ୍ ହୋଇଥାଏ । ତା’ର ଅନୁଭବ ସେ ହିଁ କହିପାରିବ, ଯିଏ ଏହାକୁ ଅଙ୍ଗେ ନିଭେଇଥିବ । ଉଭୟ ପୁଅ ଓ ଝିଅଙ୍କ କ୍ଷେତ୍ରରେ ପ୍ରଥମ ପ୍ରେମ ସବୁଠାରୁ ଅଧିକ ଗୁରୁତ୍ୱ ରଖିଥାଏ । ଅନେକ ଲୋକ ବିବାହ କରି ଖୁସିରେ ଜୀବନ ବିତାଉଥିଲେ ମଧ୍ୟ ସେମାନେ ନିଜର ପ୍ରଥମ ପ୍ରେମକୁ ଭୁଲିପାରି ନଥାନ୍ତି । କୁହାଯାଏ, ଜୀବନରେ ପ୍ରେମ ବାରମ୍ବାର ଆସିଥାଏ, କିନ୍ତୁ ପ୍ରଥମ ପ୍ରେମର ମହତ୍ତ୍ୱ ଏକ ସ୍ୱତନ୍ତ୍ର ହୋଇଥାଏ ।

୧- ପ୍ରଥମ ଜିନିଷ ପ୍ରତ୍ୟେକ କ୍ଷେତ୍ରରେ ସ୍ପେଶାଲ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ମଣିଷଙ୍କ କ୍ଷେତ୍ରରେ ପ୍ରଥମ ପ୍ରେମ ଖାସ୍ ହୋଇଥାଏ । ଏହି ସମୟରେ ପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶାର ସଞ୍ଚାର ଭରିଥାଏ । କୁହାଯାଏ, ପ୍ରଥମ ପ୍ରେମ ଜଣଙ୍କର ହୃଦୟ ଓ ଭାବନା ସହିତ ଜଡ଼ିତ ଥାଏ । ଯାହାକୁ ଭୁଲିବା କଷ୍ଟକର ହୋଇଥାଏ ।

୨- ହୁଏତ ପ୍ରଥମ ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ଯେଉଁମାନେ ପ୍ରଥମ ପ୍ରେମରେ ବିଫଳ ହୁଅନ୍ତି, ତାହା ଅତ୍ୟନ୍ତ ବିଦାରକ ହୋଇଥାଏ । ସତେ ଯେମିତି ହୃଦୟକୁ କ୍ଷତ ବିକ୍ଷତ କରିପକାଏ । ସେହି କ୍ଷତ ଜୀବନ ସାରା ଭରି ରହିଥାଏ ।

୩- ପ୍ରଥମ ପ୍ରେମ ସର୍ବଦା ଅତ୍ୟନ୍ତ ନିରୀହ ଥାଏ । କେହି କାହାଠାରୁ କିଛି ପାଇବାର ଆଶା ନଥାଏ । ପ୍ରଥମ ପ୍ରେମ ଗୋଟିଏ ସରଳ ଶିଶୁ ପରି । ତେଣୁ ଏହାକୁ ଭୁଲିବା କଷ୍ଟକର ହୋଇଥାଏ ।

୪- ପ୍ରଥମ ପ୍ରେମ ମଣିଷର ମନ ଓ ହୃଦୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚି ଯାଇଥାଏ । ଏହାକୁ ଭୁଲିବା ଏତେ ସହଜ ହୋଇନଥାଏ । କିଛି ପୁଅ ବା ଝିଅ ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରି କୁପଥକୁ ଆଦରି ନେଇଥାନ୍ତି । ସେ କ୍ଷେତ୍ରରେ ସେମାନଙ୍କର ମାନସିକ ପରିପକ୍ୱ ଯାହା ହେଉନା କାହିଁକି, କିନ୍ତୁ ତାହା ଯେ ପ୍ରଥମ ପ୍ରେମର ଏକ ଝଲକ ତାହା ସ୍ୱୀକାର କରିବାକୁ ପଡ଼ିବ ।

୫- କୁହାଯାଏ ପ୍ରକୃତ ପ୍ରେମ ଭାଗ୍ୟରେ ଥିଲେ ମିଳିଥାଏ । ପ୍ରଥମ ପ୍ରେମ ମଣିଷକୁ ଅନେକାଂଶରେ ପରିବର୍ତ୍ତନ କରିଦେଇଥାଏ । ପ୍ରଥମ ପ୍ରେମର ସ୍ମୃତିଗୁଡ଼ିକ ସାରା ଜୀବନ ପାଇଁ ଅଭୁଲା ହୋଇ ରହିଥାଏ । ଯଦିଓ ସମୟ ବଦଳିବା ସହିତ ପ୍ରେମର ସଂଜ୍ଞା ବଦଳିବାରେ ଲାଗିଛି, ତଥାପି କିଛି ପ୍ରେମୀଙ୍କ ମଧ୍ୟରେ ଏହାର ଛାପ ଏବେ ବି ବାରି ହୋଇପଡ଼େ ।

Get real time updates directly on you device, subscribe now.