fbpx

‘ଭାରତ’ ଏବଂ ‘ଇଣ୍ଡିଆ’କୁ ନେଇ ଦେଶର ରାଜନୈତିକ ସ୍ଥିତି ଭୟଙ୍କର: ଆସନ୍ତୁ ଜାଣିବା ଭାରତର ନାମ ବିଭିନ୍ନ ହେବାର କାରଣ

ନୂଆଦିଲ୍ଲୀ : ଦେଶକୁ ଭାରତ କୁହାଯାଉ କିମ୍ବା ଇଣ୍ଡିଆ ଏହି ଘଟଣାକୁ ନେଇ ଏବେ ଦେଶରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସାଇଟରେ ବିତର୍କ ଦେଖିବାକୁ ମିଳୁଛି । ଦେଖିବାକୁ ଗଲେ ଆମ ସମ୍ବିଧାନରେ ସ୍ପଷ୍ଟ ଭାବରେ କୁହାଯାଇଛି ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ କିନ୍ତୁ ଖେଳ ଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ପ୍ଲଟଫର୍ମରେ ‘ଇଣ୍ଡିଆ’ ପ୍ରଚଳିତ ହେଉଛି । କିନ୍ତୁ ଆପଣ ଜାଣିଛନ୍ତି ଆମ ଦେଶ ଭାରତକୁ ବହୁ ବର୍ଷ ପୂର୍ବରୁ ବିଭିନ୍ନ ନାମରେ ସମ୍ବୋଧିତ କରାଯାଉଥିଲା । ସେଗୁଡିକ ହେଉଛି ଜମ୍ବୁଦୀପ, ଆର୍ଯ୍ୟଭଟ, ଭାରତବର୍ଷ, ହିନ୍ଦ, ହିନ୍ଦୁସ୍ତାନ ଆଦି କୁହାଯାଉଥିଲା । ତେବେ ଆସନ୍ତୁ ଜାଣିବା ଭାରତର ବିଭିନ୍ନ ନାମ କାହିଁକି ରହିଛି ।

ଆର୍ଯ୍ୟଭଟ୍ଟ : କୁହାଯାଏ ଆର୍ଯ୍ୟମାନେ ଆମ ଦେଶର ସ୍ଥାପନା କରିଥିଲେ । ଆର୍ଯ୍ୟର ଅର୍ଥ ଶ୍ରେଷ୍ଠ ଏବଂ ଆର୍ଯ୍ୟମାନେ ଏହି ସ୍ଥାନରେ ବସବାସ କରୁଥିଲେ ତେଣୁ ଏହି ଭୂ-ଭାଗର ନାମ ଆର୍ଯ୍ୟଭଟ୍ଟଙ୍କ ନାମ ହୋଇଥିଲା । ଆର୍ଯ୍ୟଭଟ୍ଟର ସୀମା କାବୁଲର କୁମ୍ଭା ନଦୀରୁ ଆରମ୍ଭ ହୋଇ ଭାରତର ଗଙ୍ଗା ନଦୀ ପର୍ଯ୍ୟନ୍ତ ଏବଂ କାଶ୍ମୀରରୁ ନର୍ମଦା ନଦୀର ଆରପାଖ ପର୍ଯ୍ୟନ୍ତ ଥିଲା ।

ଜମ୍ବୁଦୀପ : ଆମ ଦେଶ ଭାରତକୁ ଆରମ୍ଭରୁ ଜମ୍ବୁଦୀପ ନାମରେ ପରିଚିତ ଥିଲା । ବହୁ ଇତିହାସକାରଙ୍କ କହିବା ଅନୁସାରେ ଭାରତରେ ଜାମୁ ଗଛ ଅଧିକ ଥିବାରୁ ଏହାକୁ ଏହି ନାମ ମିଳିଥିଲା । ଏହି ଜାମୁ ଫଳ ପାହାଡରେ ପଡି ଏକ ନଦୀର ସୃଷ୍ଟି ହୋଇଥିଲା । ଏହି ନଦୀର କୂଳରେ ବସବାସ କରୁଥିବା ଭୂଖଣ୍ଡକୁ ଜମ୍ମୁଦୀପ କୁହାଗଲା ।

ଭାରତ ବର୍ଷ -ଭାରତଖଣ୍ଡ –ଭାରତ

ଆମ ଭାରତ ବର୍ଷ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ପ୍ରଚଳିତ ହେଉଥିବା ନାମ । ଏହାର ପୂର୍ବ କାହାଣୀ ଗୁଡିକ ଦେଖିବା ପରେ ଆମେ ଜାଣି ପାରୁଛୁ ଭାରତର ବିଭିନ୍ନ ନାମ ରହିଛି । କୁହାଯାଉଛି । ମହାରାଜା ଦୁଶାନ୍ତ ଏବଂ ଶକୁନ୍ତଳାଙ୍କ ପୁତ୍ରଙ୍କ ନାମ ଭରତ ତେଣୁ ଏହି ଭୂଖଣ୍ଡର ନାମ ଭାରତ ଦିଆଯାଇଛି ।

ହିନ୍ଦ- ହିନ୍ଦୁସ୍ଥାନ : ପ୍ରାଚୀନ କାଳରେ ଭାରତର ସିନ୍ଧୁଘାଟି ସଭ୍ୟତା ଏବଂ ବାଣିଜ୍ୟ ଇରାନ-ମିଶ୍ର ଦେଶ ସହିତ ଥିଲା । ଇରାନରେ ‘ସ’ କୁ ‘ହ’ କୁହାଯାଏ । ଯାହା ଦ୍ୱାରା ସେମାନେ ସିନ୍ଧୁକୁ ହିନ୍ଦୁ କହି ଥିଲେ । ପରବର୍ତ୍ତୀ କାଳରେ ଏହା ହିନ୍ଦୁ ମାନଙ୍କର ସ୍ଥାନ ହିନ୍ଦୁସ୍ଥାନ ଭାବରେ ପରିଚିତ ହୋଇଥିଲା ।

Get real time updates directly on you device, subscribe now.