ଟ୍ରେକିଂ ସମୟରେ ନିଶ୍ୱାସ ନେବା କାହିଁକି କଷ୍ଟ ହୁଏ? ପାହାଡ ଚଢିବା ପୂର୍ବରୁ ଜାଣିନିଅନ୍ତୁ କାରଣ

ଟ୍ରେକିଂ ଯିବା ପୂର୍ବରୁ ପଢି ନିଅନ୍ତୁ ଏହି ଖବର । ନଚେତ୍ ଭୋଗିପାରନ୍ତି ସମସ୍ୟା ।

ନୂଆଦିଲ୍ଲୀ: ଟ୍ରେକିଂ ପ୍ରେମୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ରୋମାଞ୍ଚକର ଅଭିଜ୍ଞତା । କିନ୍ତୁ ପ୍ରାୟତଃ ଲୋକମାନେ ଏହି ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଏହା କାହିଁକି ଘଟେ ଏବଂ ଏହାକୁ କିପରି ଏଡାଯାଇପାରିବ ? ଟ୍ରେକିଂ ଯିବା ପୂର୍ବରୁ ପଢନ୍ତୁ ପୁରା ଖବର ।

ନିଶ୍ବାସ ନେବାରେ କାହିଁକି ସମସ୍ୟା ହୁଏ- ଯେତେବେଳେ ଆମେ ଉଚ୍ଚତାକୁ ଚଢ଼ିଥାଉ, ବାୟୁରେ ଅମ୍ଳଜାନର ପରିମାଣ ହ୍ରାସ ପାଇବାକୁ ଲାଗେ । ସମୁଦ୍ର ପତ୍ତନରୁ 2,500 ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତାରେ ବାୟୁମଣ୍ଡଳୀୟ ଚାପ ହ୍ରାସ ପାଏ, ଯାହା ଫଳରେ ଶରୀର ସାଧାରଣ ଉପାୟରେ ଅମ୍ଳଜାନ ପାଇପାରେ ନାହିଁ ।

ଏହାକୁ ହାଇ ଅଲ୍ଟିଟିଉଡ ସିକସେନ ମଧ୍ୟ କୁହାଯାଇଥାଏ ।  ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ନିଶ୍ୱାସ ନେବାରେ କଷ୍ଟ, ଥକ୍କାପଣ, ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା ଏବଂ ବାନ୍ତି ମଧ୍ୟ ଲାଗିଥାଏ ।

ଶରୀର ଉପରେ କଣ ପ୍ରଭାବ ପଡେ-

  • ଅଧିକ ଉଚ୍ଚତାରେ ଅମ୍ଳଜାନର ଅଭାବ ହେତୁ, ଫୁସଫୁସ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପାଇପାରେ ନାହିଁ ।  ଯାହା ଫଳରେ ଶ୍ୱାସକ୍ରିୟାରେ କଷ୍ଟ ହୋଇଥାଏ ।
  • ନୂତନ ଉଚ୍ଚତାରେ ଶରୀରକୁ ପରିବେଶ ସହିତ ଖାପ ଖୁଆଇବା ପାଇଁ ସମୟ ଲାଗେ। ହଠାତ୍ ଉଚ୍ଚତାକୁ ଗଲେ ଶରୀର ଠିକ୍ ଭାବରେ ଅନୁକୂଳ ହୋଇପାରେ ନାହିଁ ।
  • ଯେଉଁମାନଙ୍କର ଫିଟନେସ ଠିକ ନଥାଏ, ସେମାନଙ୍କୁ ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେବାକୁ ପଡ଼ିଥାଏ ।