fbpx

ରିଲେସନସିପ୍ ଚାଲିଥିଲେ ଖୁସି ଲାଗେ: ହୃଦୟ ଭାଙ୍ଗିଗଲେ ଦୁଃଖ ଓ ଯନ୍ତ୍ରଣା କାହିଁକି ହୁଏ, ବୈଜ୍ଞାନିକଙ୍କ ବଡ଼ ଅନୁସନ୍ଧାନ

ନୂଆଦିଲ୍ଲୀ: କୁହାଯାଏ ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ଏହାର ପ୍ରଭାବରେ ଜଣେ ମଣିଷ ଶାରୀରିକ ଓ ମାନସିକ ଭାବେ ରୋଗଗ୍ରସ୍ତ ହୋଇପଡ଼େ । କିଛି ଲୋକ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଯାଉଥିବା ବେଳେ ଆଉ କିଛି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଝୁରି ହେଉଥାନ୍ତି । ତେବେ ନିକଟରେ ହୃଦୟ ଭାଙ୍ଗିବା ସହିତ ଦୁଃଖ ଓ ଯନ୍ତ୍ରଣାର କି ସମ୍ବନ୍ଧ ରହିଛି ସେନେଇ ରିସର୍ଚ୍ଚରୁ ନୂଆ ତଥ୍ୟ ମିଳିଛି ।

ଜଣେ ଅନ୍ୟ ଜଣଙ୍କ ପ୍ରେମରେ ପଡ଼ିବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଯାଇଥାଏ । ପ୍ରେମୀ ବା ପ୍ରେମିକା ପରସ୍ପର ସହ ହସନ୍ତି, କଥା ହୁଅନ୍ତି, ସମୟ ବିତାନ୍ତି । ଜଣେ ଅନ୍ୟ ଜଣଙ୍କ ସହିତ କଥା ନହେଲେ ଏହାକୁ କେହି ସହ୍ୟ କରିପାରନ୍ତି ନାହିଁ । ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କର ଭବିଷ୍ୟତକୁ ନେଇ ଅନେକ ଶପଥ, ପ୍ରତିଜ୍ଞା କରିଥାନ୍ତି । ମାତ୍ର ଯେତେବେଳେ ସମ୍ପର୍କ ଭାଙ୍ଗିଯାଏ, ସେ ସମୟରେ ଭୟଙ୍କର ଯନ୍ତ୍ରଣା ହୋଇଥାଏ । ବ୍ରେନ କାମ କରିବା ବନ୍ଦ କରିଦେବା ସହିତ ଶରୀର ଉପରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ । ଦିଲ ଓ ଦିମାଗ ଉଭୟ ରୋଗଗ୍ରସ୍ତ ହୋଇଥାନ୍ତି । ତେବେ ହୃଦୟ ଭାଙ୍ଗିବା ପରେ ଦୁଃଖ, ଯନ୍ତ୍ରଣା ପାଇଁ ହାର୍ଟବ୍ରେକ ହରମୋନ୍ସ ଦାୟୀ ।

ଇଂଲଣ୍ଡର ପ୍ରସିଦ୍ଧ ଡାକ୍ତର ଡେବୋରୋହଙ୍କ ମତରେ, ହୃଦୟ ଭାଙ୍ଗିବା ପରେ ଏହାର ପ୍ରଭାବ କେବଳ ବ୍ରେନ ଉପରେ ନୁହେଁ, ସାରା ଶରୀର ଉପରେ ପଡ଼ିଥାଏ । ଯେତେବେଳେ ଆପଣ ପ୍ରେମରେ ପଡ଼ିଥାନ୍ତି, ସେତେବେଳେ ଶରୀରରେ ହରମୋନ୍ସର ମାତ୍ରା ବୃଦ୍ଧି ପାଇଥାଏ । ସେ ସମୟରେ କଡଲ ହରମୋନ୍ସ ଅଧିକ ନିର୍ଗତ ହୋଇଥାଏ । ମାତ୍ର ଯେତେବେଳେ ଆପଣଙ୍କର ବ୍ରେକଅପ ହୋଇଯାଏ, ଜଣେ ଅନ୍ୟ ଜଣଙ୍କୁ ଧୋକ୍କା ଦିଅନ୍ତି ବା ପରସ୍ପର ଅଲଗା ହୋଇଯାଆନ୍ତି ସେ ସମୟରେ ଫିଲ୍ ଗୁଡ୍ ହରମୋନ୍ସ ଡୋପାମାଇନର ମାତ୍ରା ଦ୍ରୁତ ଭାବେ ହ୍ରାସ ପାଇଥାଏ । ଅନ୍ୟପକ୍ଷରେ ଚାପ ବୃଦ୍ଧି କରୁଥିବା ହରମୋନ୍ସ କର୍ଟିସୋଲର ମାତ୍ରା ଦ୍ରୁତ ଭାବେ ବୃଦ୍ଧି ପାଇଥାଏ । ଏହାଫଳରେ ଆପଣଙ୍କୁ ଅଶାନ୍ତ ଲାଗିବା ସହ କ୍ରୋଧ ଓ ଚିଡ଼ଚିଡ଼ାପଣ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.