fbpx

ଆରଏସଏସର ସମନ୍ୱୟ ବୈଠକ କାହିଁକି ହୋଇଥାଏ: ସମସ୍ତ ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ରାଷ୍ଟ୍ରିୟ ସଂୟ ସେବକ ସଂଘ (ଆରଏସଏସ) ବାରମ୍ବାର ବୈଠକ କରୁଛି। ସଂଗଠନର ହେଉଥିବା ସମନ୍ୱୟ ବୈଠକକୁ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶକୁ ଡକାଯାଉଛି। କିଛି ଦିନ ପୂର୍ବେ ଦେଖାଯାଇଥିଲା ଯେ, ସଂଘର ମୁଖ୍ୟ ମୋହନ ଭାଗବତ ବନ୍ଦ କୋଠରି ପଛରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କିଛି ଆଲୋଚନା କରିଥିଲେ। କିନ୍ତୁ ଏନେଇ ପ୍ରଶ୍ନ କରିବାରୁ ସଂଘର ଅଧିକାରୀମାନେ କହିଥିଲୋ ଏହା ସଂଘର ସଭାଗୁଡ଼ିକର ନିତିଦିନିଆ ବୈଠକ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ଆରଏସଏସର ସମନ୍ୱୟ ବୈଠକ କ’ଣ ଏଥିରେ କଣ ଆଲୋଚନା ହୁଏ । କିଏ ଅଂଶଗ୍ରହଣ କରେ ଏବଂ ଏହାର ଅର୍ଥ କ’ଣ…..

ସଂଘ ହଠାତ୍ ସକ୍ରିୟ ହେଲା କାହିକି ?
ଆରଏସଏସ ସଂଗଠନର ପତ୍ରିକା ସମ୍ପାଦକ ପ୍ରଫୁଲ୍ଲ କେଟକର କହିଛନ୍ତି ଯେ ସଂଘରେ ବୈଠକ ହେବା ଏହା ନିତିଦିନିଆ କାର୍ୟ୍ୟକ୍ରମ। ସଂଘରେ ହେଉଥିବା ସମନ୍ୱୟ ସଭାଗୁଡ଼ିକ ମୁଖ୍ୟତ ଦୁଇ ପ୍ରକାରର ପ୍ରଥମଟି ହେଉଛି ଆଞ୍ଚଳିକ କିମ୍ବା ପ୍ରାଦେଶିକ ସ୍ତର ଏବଂ ଦ୍ୱିତୀୟଟି ହେଉଛି ଜାତୀୟ ସ୍ତର, ଯାହାକୁ ଅଖିଳ ଭାରତୀୟ ସ୍ତରର ସମନ୍ୱୟ ବୈଠକମଧ୍ୟ କୁହାଯାଏ । କେଟକର୍ କହିଛନ୍ତି ଯେ ସାରା ବର୍ଷ ପାଇଁ ସଂଗଠନର କାର୍ୟ୍ୟସୂଚୀ ସ୍ଥିର ହୋଇଛି। ଯାହା ମାର୍ଚ୍ଚ ମାସରେ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ ହୋଇଥାନ୍ତା । କିନ୍ତୁ ସଂଘର କିଛି ଜରୁରୀ କାର୍ଯ୍ୟଲାଗି କୌଣସି କାର୍ଯ୍ୟକ୍ରମ ହୋଇପାରିନଥିଲା । ବର୍ତ୍ତମାନ ସେହି କାର୍ଯ୍ୟକ୍ରମ ସୂଚୀଅନୁସାରେ ଚାଲୁରହିଛି । ପ୍ରାଦେଶିକ ଏବଂ ଆଞ୍ଚଳିକ ସ୍ତରରେ ସମନ୍ୱୟ ବୈଠକ ଅନୁଷ୍ଠିତ ଚାଲୁ ରହିଛି । ଏଥିସହ ଏବେ ଜାତୀୟ ସମନ୍ୱୟ ବୈଠକ ଯୋଜନା ମଧ୍ୟ କରାଯାଇଛି। ଏହା ପରେ ସଂଘ ଆଖିଳ ଭାରତୀୟ ସ୍ତରରେ କାର୍ୟ୍ୟନିର୍ବାହୀ ବୈଠକକୁ ଦୀପାବଳିରେ ଅନୁଷ୍ଠିତ କରାଯିବା ନେଇ କୁହାଯାଇଛି ।

ସମନ୍ୱୟ ବୈଠକରେ କିଏ ଯୋଗ ଦିଅନ୍ତି?
ଆରଏସଏସର ୩୬ ଟି ସହଯୋଗୀ ସଂଗଠନ ଏବଂ ଏହାର ସହାୟକ ସଂସ୍ଥାର ଅଧିକାରୀମାନେ ସଂଘର ସମନ୍ୱୟ ବୈଠକରେ ଯୋଗଦାନ କରନ୍ତି । ଯେଉଁଥିରେ ବିଜେପି ସହିତ ସ୍ୱଦେଶୀ ଜାଗରଣ ମଞ୍ଚ, ଶିଖ୍ ମଣ୍ଡଳ, ସେବା ଭାରତୀ ଭଳି ଅନେକ ସଂଗଠନ ଅନ୍ତର୍ଭୁକ୍ତ ରୁହନ୍ତି । ରାଷ୍ଟ୍ରୀୟ ସ୍ତରର ସମନ୍ୱୟ ବୈଠକରେ ସଂଘର ଅଖିଳ ଭାରତୀୟ ପଦାଧିକାରୀ, ସର ସଂଘ ଚାଳକ, ସର କାର୍ଯ୍ୟବାହ ଏହି ସଂଗଠନରେ ସାମିଲ ହେବେ । ସମସ୍ତ ଭାରତ ଅଧିକାରୀ ଅଂଶଗ୍ରହଣ କରନ୍ତି। ଏଥିସହ ସଂଘର ସହାୟକ ସଂଗଠନ ତରଫରୁ ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ଅଂଶଗ୍ରହଣ କରନ୍ତି ।

ସଂଘର ସମନ୍ୱୟ ବୈଠକରେ କ’ଣ ହୁଏ?
ସମନ୍ୱୟ ବୈଠକରେ ଦୁଇ ପ୍ରକାରର ପ୍ରସଙ୍ଗ ଉପରେ ଆଲୋଚନା କରାଯାଏ । ପ୍ରଥମ- ଏପରି ପ୍ରସଙ୍ଗ ଯାହା ଜାତୀୟ ସ୍ୱାର୍ଥ ସହିତ ଜଡିତ ଏବଂ ଦ୍ୱିତୀୟଟି, ସଂଗଠନର ନୀତି ସହ ଜଡିତ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା କରାଯାଏ । ଆରଏସଏସର ପ୍ରତ୍ୟେକ ସଂଗଠନ ଏହି ସଭାରେ ନିଜର ମତ ଉପସ୍ଥାପନ କରନ୍ତି। ଏହାପରେ ସହମତି ଗଠନ ହୁଏ ଏବଂ ଆଗକୁ ଯିବା ପାଇଁ ନିଷ୍ପତ୍ତି ନିଆଯାଏ । ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ଜଣେ ଅଧିକାରୀ କହିଛନ୍ତି ଯେ , ଆମର ସାଧାରଣତ ଧାରଣା ରହିଛି ଯେ ସମନ୍ୱୟ ବୈଠକରେ ଆରଏସଏସ ରିପୋର୍ଟ କାର୍ଡକୁ ବିଜେପି ନେଇଥାଏ। କିନ୍ତୁ ତାହା ନୁହେଁ ।

ସଂଗଠନ ବିଜେପିର କୌଣସି କାର୍ୟ୍ୟରେ ସିଧାସଳଖ ହସ୍ତକ୍ଷେପ କରେ ନାହିଁ । କିନ୍ତୁ ଏହା ନିଶ୍ଚିତ ଭାବେ ଗାଇଡ୍ କରେ । ସେ ଆହୁରି କହିଛନ୍ତି ଯେ ପ୍ରାଦେଶିକ କିମ୍ବା ଆଞ୍ଚଳିକ ସମନ୍ୱୟ ବୈଠକ ପରେ ଜାତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୁଏ।

ଯେଉଁଥିରେ ପ୍ରାଦେଶିକ ପ୍ରଚାରକ, ଆଞ୍ଚଳିକ ସଂଗଠନ ମନ୍ତ୍ରୀଙ୍କ ପରି ଅଧିକାରୀ ରହିଥାନ୍ତି । ସେହି ବୈଠକରେ ଅଞ୍ଚଳର କିମ୍ବା ପ୍ରଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥାଏ । ତା’ପରେ ସେହି ଅଧିକାରୀମାନଙ୍କ ଜରିଆରେ ସଂପୃକ୍ତ ପ୍ରଦେଶ କିମ୍ବା ଅଞ୍ଚଳର ବିଷୟଗୁଡ଼ିକ ଅଖିଳ ଭାରତୀୟ ସ୍ତରର ମିଟିଂକୁ ଆସିଥାଏ । ଏହି ପ୍ରସଙ୍ଗ ଗୁଡିକୁ ଏହି ବୈଠକରେ ଆଲୋଚନା କରାଯାଇଥାଏ କୌଣସି ପ୍ରକାରର ସମସ୍ୟା ରହିଥିଲେ । ଏହାର ସମାଧାନ କରିବା ପାଇଁ ବାଟ କଢାଯାଇଥାଏ ।

 

Get real time updates directly on you device, subscribe now.